
ଦୀପକ ସାହୁ(କଳାହାଣ୍ଡି)ଗଞ୍ଜେଇ ଚାଲାଣ ଖବର ପାଇ କୋକସରା ପୋଲିସ ଶନିବାର ଏନ ଏଚ ୨୬ ରେ ର ଆମପାଣି ରୁ ମୋଟେର ମଧ୍ୟରେ ଛକି ରହିଥିଲେ ସେହି ସମୟରେ ଆମପାଣି ପଟୁ ୨ ଗୋଟି ଦାମି କାର ଅତି ଦ୍ରୁତ ଗତି ରେ ଆସୁଥିବା ଦେଖି ପୋଲିସ ପିଛା କରିଥିଲେ ତେବେ ଏହା ମଧ୍ୟରୁ ଗୋଟେ ଧଳା ରଙ୍ଗ ର ମାରୁତି ସୁଜୁକି ଇଏକ୍ସ ୪ ଗାଡି ନମ୍ବର ଓ ଆର ୦୨ ଏ ୟୁ ୨୩୮୩ କୋକସରା ନିକଟସ୍ଥ ଅଲାଗୁଡା ଗ୍ରାମ ନିକଟରେ କାର କୁ ଛାଡି ୨ ଜଣ ଫେରାର ମାରିଥିଲେ|
ଅନ୍ୟ ଏକ ହୋଣ୍ଡା ସିଟି କାର ନମ୍ବର ଡି ଏଲ ୪ ସି ଏ ୱବ୍ଲୁ ୪୩୧୩ ପୋଲିସ କୁ ଚକମା ଦେଇଥିଲା ପରେ ପୋଲିସ ଅଲାଗୁଡା ରୁ କାର କୁ ଜବତ କରିବା ସହ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଏକ ଟିମ କରି ବିଭିନ୍ନ ସ୍ଥାନ ରେ ଛାନଭିନ କରିବା ଭିତରେ ଅଲାଗୁଡା ରେ କାର ଛାଡି ଫେରାର ଥିବା ୨ ଜଣ ଙ୍କୁ ଧରିବାରେ ସକ୍ଷମ ହୋଇଥିଲେ | ସେମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ପୁଣି ଅନ୍ୟ ଏକ ଫେରାର ଥିବା କାର ସହ ୨ ଅଭିଯୁକ୍ତ ଙ୍କୁ ମଧ୍ୟ ଧରିବାରେ ସଫଳ ହୋଇଥିଲେ |
ତେବେ ମୁଖ୍ୟ ଆସାମି ଫେରାର ମାରିଥିବା ସୁଚନା ମିଳିଛି ଗିରଫ ୪ ଅଭିଯୁକ୍ତ ସମସ୍ତେ ଉତ୍ତରପ୍ରଦେଶ ରାଜ୍ୟ ର ଇଳାହାବାଦ ଅଞ୍ଚଳ ର ସେମାନେ ହେଲେ କୂଳଦୀପ ଗୁପ୍ତା(୧୯) ସରୋଜ ସିଂ(୨୪) ରବି ଶଙ୍କର ଚୌହାନ(୨୦) ଅନିଲ କୁମାର ବିନ୍ଦ (୨୪) ଓ ମୁଖ୍ୟ ମାଫିଆ ନଦୀମ ଖାଁ (୨୪) ଫେରାର ହୋଇ ଯାଇଥିବା ସୁଚନା ମିଳିଛି |
ସୁଚନା ଅନୁସାରେ ଆନ୍ଦ୍ରପ୍ରଦେଶ ଓ ଓଡିଶା ର ସୀମାନ୍ତ ଅଂଚଳରୁ ୨ ଗୋଟି କାର ରେ ଅତି ଚତୁରତା ସହ କାର ମଧ୍ୟରେ ସିକ୍ରେଟ ଚେମ୍ବର କରି ତା ଭିତରେ ୩ କୁଇଣ୍ଟାଲ ଗଞ୍ଜେଇ ପାକେଟ ରଖି ଆସୁଥିବା ବେଳେ କୌଣସି ସୂତ୍ର ରୁ ଖବର ପାଇ କୋକସରା ପୋଲିସ ଟିମ ର ମିଳିତ ଉଦ୍ୟମରେ ଏହି ଆନ୍ତରାଜ୍ୟ ଚୋରା ଚାଲାଣ ଗଞ୍ଜେଇ ମାଫିଆ ଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ଦୁଇ ଦାମି କାର ରୁ ଜବତ ହୋଇଥିବା ୩ କୁଇଣ୍ଟାଲ ଗଞ୍ଜେଇ ର ଆନୁମାନିକ ୧୦ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଳି ଜଣାପଡିଛି |