
ଦେବାଶିଷ ମିଶ୍ର (କଟକ)ବିଜୁପଟ୍ଟନାୟକ ଛକ ଠାରେ ଥିବା ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା କାର୍ଯ୍ୟାଳୟରେ,କଟକନଗର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ, ଅନୁଷ୍ଠିତ ହୋଇଥିଲା।ଏଥିରେ କଟକନଗର ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିର ଅଧ୍ୟକ୍ଷତା କରିଥିଲେ।କଟକନଗର ଭାଜପା ସଭାପତି ସମସ୍ତଙ୍କର ପରିଚୟ ପ୍ରଦାନ କରି ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ଶ୍ରୀ ସିକନ୍ଦର ଅଲ୍ଲୀଙ୍କୁ ବକ୍ତବ୍ୟ ରଖିବାକୁ ଅନୁରୋଧ କରିଥିଲେ।
କେନ୍ଦ୍ରର ମୋଦି ସରକାର ସଂଖ୍ୟା ଲଘୁଙ୍କ କଲ୍ୟାଣ ପାଇଁ ଦେଉଥିବା ବିଭିନ୍ନ ସ୍କିମ ରାଜ୍ୟ ସରକାର କିଭଳି ବାଟ ମାରଣା କରୁଛନ୍ତି, ସେହି ବିଷୟରେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରି ନବୀନ ସରକାର ଙ୍କ ପାଖରେ ୭ଟି ଦାବି ଭାଜପା ନେତା ସିକନ୍ଦର ଅଲ୍ଲି ରଖିଥିଲେ। ୱାକଫ ବୋର୍ଡର ଜମି ବିକ୍ରି ଦୁର୍ନୀତି,ମଦ୍ରାସା ଶିକ୍ଷାରେ ଅବନ୍ନତି, କେନ୍ଦ୍ରସରକାର ସଂଖ୍ୟା ଲଘୁ ଭାଇମାନଙ୍କୁ ଦେଉଥିବା ଲୋନ ଆଦି ବିଷୟକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦିଗହରା କରିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ଅଲ୍ଲି କହିଥିଲେ।
ସଂଖ୍ୟା ଲଘୁ ଭାଇମାନଙ୍କୁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ରାଷ୍ଟ୍ରୀୟ ମୁଖ୍ୟସ୍ରୋତରେ ଆଣି ଦେଶକୁ ଆଗକୁ ନେବାକୁ ଭାଜପା ପ୍ରତିଜ୍ଞା ବଦ୍ଧ ବୋଲି ଭାଜପା କଟକନଗର ସଭାପତି ଶ୍ରୀ ବଡୁ କହିଥିଲେ। ଏହି ସମ୍ମିଳନୀରେ ବରିଷ୍ଠ ନେତା ଶ୍ରୀ ବିଜୟ ମହାପାତ୍ର,ବିଶ୍ୱରଞ୍ଜନ ମିଶ୍ର, ସୁଧୀର ଶତପଥୀ, ସୁବାଷ ମହାନ୍ତି,ଜୟକୃଷ୍ଣ ସ୍ୱାଇଁ, ସତ୍ୟବ୍ରତ ମିଶ୍ର,ନଇମ ଖାନ, ଅଞ୍ଜୁମ ବେଗମ,ମହମ୍ମଦ ମୋକିତ,କମଲଜିତ ସିଂ,ମହମ୍ମଦ ମୁସ୍ତାକିମ, ଶେଖ ଚିକୁ,ଶେଖ ରିଆଜ,ବିଶ୍ୱଜୀବନ ରାଉତ,ରବୀନ୍ଦ୍ର ଅଗ୍ରୱାଲ,ସଦାନନ୍ଦ ବିଶ୍ୱାଳ,ସୁମନ ରାଉତ,ହୃଦାନନ୍ଦ ମହାନ୍ତି,ଶେଖ ବଣ୍ଟି ପ୍ରମୁଖ ଉପସ୍ଥିତ ଥିଲେ।