
ପ୍ରଶାନ୍ତ ନାୟକ(ଭୁବନେଶ୍ୱର)ଆଜି ଭୋର ୫ ଘଟିକା ସମୟରେ ସ୍ଥାନୀୟ ପଳାସପଲ୍ଲୀ ଅଞ୍ଚଳରେ ଏକ ଗୋରୁ ବୋଝେଇ ଟ୍ରକ କୁ ସ୍ଥାନୀୟ ଲୋକମାନେ ଜବତ କରିଛନ୍ତି ।ଉକ୍ତ ଟ୍ରକରେ ୪୦ ରୁ ଉର୍ଦ୍ଧ୍ବ ଗୋରୁ ନେଇ ଯାଉଥିବା ସମୟରେ ଗାଡି ଆଗ ଟାୟାର ପମ୍ପଚର ହୋଇଯିବା ଯୋଗୁଁ ଦ୍ରୁତ ଗତିରେ ଯାଉଥିବା ଗାଡି ଆଗକୁ ଯାଇ ପାରିନଥିଲା ।ଚାଳକ ତୁରନ୍ତ ସେଠାରୁ ଫେରାର ହୋଇଥିଲା ।
ଏଆରଫିଲଡ଼ ଥାନା ପୋଲିସ ଗାଡିକୁ ଜବତ କରି ତଦନ୍ତ ଜରୀରଖିଛି ।ସେଠାରେ କିଛି ସମାଜସେବୀ ଜଗି ରହିଛନ୍ତି ।ଗୋରୁ ମାନଙ୍କୁ ସେମାନଙ୍କ ମାଲିକ ପ୍ରମାଣ ଦେଖାଇ ନେଇପାରିବେ ।ନଚେତ ଗୋରୁ ମାନଙ୍କୁ ଗୋ ଶାଳାରେ ରଖାଯିବ କହିଛନ୍ତି ସ୍ଥାନୀୟ ସମାଜସେବୀ ସଂଗଠନ ର କର୍ମକର୍ତ୍ତା ।