ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୦୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୭୯୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୪୮୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୬୯୯୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଆଜି (ସୋମବାର)ଠୁ ରାଜ୍ୟର ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକନିକ କଲେଜ କଟକଣା ମଧ୍ୟରେ ଖୋଲିଛି।

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହେବ । ଭର୍ଚୁଆଲ ମୋଡରେ ହେବା କୁ ଥିବା ଏହି ବୈଠକରେ ମୋଟ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ ।

 ଆସନ୍ତା ୧୧ ଓ ୧୨ ତାରିଖ ଆଡକୁ ଟ୍ରପଲାଇନ୍‌ ପ୍ରଭାବରେ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ଆସନ୍ତା ୧୬ରୁ ଲଘୁଚାପ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗବିତ୍‌ ।

 ବିଏସ୍‌ସି ପରେ ନର୍ସିଂ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ନିଟ୍(ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ) ଦେବାକୁ ପଡ଼ିବ। ନିଟ୍ ପରୀକ୍ଷା ଫଳ ଆଧାରରେ ଛାତ୍ରଛାତ୍ରୀଙ୍କୁ ବିଏସ୍‌ସି ନର୍ସିଂରେ ନାମଲେଖା ପାଇଁ ସୁଯୋଗ ମିଳିବ। ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଅଗଷ୍ଟ ୧୦ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ବିଏସ୍‌ସି ନର୍ସିଂ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ବୟସ ସୀମା ୧୭ ବର୍ଷ ରଖାଯାଇଛି। ଏଥିସହ ଯୁକ୍ତ୨ ପରୀକ୍ଷାରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଓ ଇଂଲିଶ ବିଷୟରେ ପାସ୍ କରିଥିବା ଜରୁରୀ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୪୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୯ ଲକ୍ଷ ୬୯ହଜାର ୯୫୪ରେ ପହଞ୍ଚିଛି। ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୮ ହଜାର ୩୦୯ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୧ ଲକ୍ଷ ୩୯ହଜାର ୪୫୭ରେ ପହଁଚିଛି। ଏବେ ଦେଶରେ ୪୦୨୧୮୮ଟି ସକ୍ରିୟ ମାମଲା ରହିଛି ।

ସ୍ବାଧୀନତା ଦିବସର ମାତ୍ର ତିନିଦିନ ପୂର୍ବରୁ ଭାରତ ଶେଷରେ ଏହାର ଅତ୍ୟାଧୁନିକ ଭୂଚିତ୍ର ଉତ୍ତୋଳନକାରୀ ଉପଗ୍ରହ (ଜିଓ-ଇମେଜିଂ ସାଟେଲାଇଟ୍‌) ଜିସାଟ୍‌-୧ ଉତ୍‌କ୍ଷେପଣ କରିବାକୁ ଯାଉଛି, ଯାହା ସାରା ଦେଶର ଛବି ଦିନକୁ ୪-୫ ଥର ଉତ୍ତୋଳନ କରି ଉପମହାଦେଶର ସୁଷ୍ଠୁ ପରିଚାଳନା କରିବା ସହ ପାକିସ୍ତାନ ଓ ଚୀନ୍ ସୀମା ଉପରେ ବି ନଜର ରଖିପାରିବ। ଶ୍ରୀହରିକୋଟାଠାରେ ଅଗଷ୍ଟ ୧୨ ତାରିଖ ପ୍ରାତଃ ୫ଟା ୪୩ ସମୟରେ ଏହା ଉ‌ତ୍‌କ୍ଷେପଣ ହେବାକୁ ଯାଉଛି।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଗଷ୍ଟ ୧୫ରୁ ମୁମ୍ବାଇର ଲୋକାଲ ଟ୍ରେନ୍‌କୁ ପୁଣି ଥରେ ଆରମ୍ଭ କରିବାକୁ ଘୋଷଣା କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ଠାକରେ କହିଛନ୍ତି ଯେ, ଲୋକାଲ ଟ୍ରେନ୍‌ରେ କରୋନା ଟିକାର ଉଭୟ ଡୋଜ ନେଇଥିବା ଲୋକ ଯାତ୍ରା କରିପାରିବେ । ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀ ନିଜ ପାଖରେ ଉଭୟ ଡୋଜର ପ୍ରମାଣ ପତ୍ର ରଖିବେ । ଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଲୋକମାନେ ୧୫ ଦିନ ପୂର୍ବରୁ କୋଭିଡ ଟିକାର ୨ ଡୋଜ ନେଇଛନ୍ତି, ସେମାନଙ୍କୁ ଲୋକାଲ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ମିଳିପାରିବ । 

ଆଜି ବିଶ୍ୱ ଆଦିବାସୀ ଦିବସ

ଆଜି (ସୋମବାର) ଜାତିସଂଘ ସୁରକ୍ଷା ପରିଷଦର ‘ସାମୁଦ୍ରିକ ସୁରକ୍ଷା ବୃଦ୍ଧି’ ସମ୍ପର୍କିତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ। ଅପରାହ୍ଣ ୫ଟା ୩୦ରେ ଭିଡଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ହେବ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ । ବୈଠକରେ ସାମୁଦ୍ରିକ ଅପରାଧକୁ ଦମନ ଓ ଅସ୍ଥିରତା କ୍ଷେତ୍ରରେ ସହଯୋଗ ଲାଗି ଆଲୋଚନା ହେବ ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୩୪ ଲକ୍ଷ ୪ ହଜାର ୮୬ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୩ ଲକ୍ଷ ୬ ହଜାର ୯୩୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟି ୨୭ ଲକ୍ଷ ୨ ହଜାର ୪୭୪ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୬୩ ଲକ୍ଷ ୯୪ ହଜାର ୬୭୭ ଜଣ ଲୋକ ସକ୍ରିୟ ଅଛନ୍ତି ।

ପାକିସ୍ତାନର କ୍ୱେଟା ସହରରେ ରବିବାର ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଛି । ସହରର ଏକ ବିଳାସମୟ ହୋଟୋଲ ନିକଟରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣରେ ୨ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଲୋକ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ବୋମାଗୁଡ଼ିକ ଏକ ମୋଟର ବାଇକରେ ଖଂଜା ଯାଇଥିଲା ।

ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ଭାରତ ସହିତ ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଚାହୁଁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜାରି କରିଥିବା ୧୪ ପୃଷ୍ଠା ବିଶିଷ୍ଟ ‘ନ୍ୟୁନତମ ଅଂଶିଦାର କାର୍ଯ୍ୟକ୍ରମ’ରେ ସନ୍ତୁଳିତ ବିଦେଶ ନୀତି ସଂପର୍କରେ କୁହାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜଧାନୀ ର ପଳାସପଲ୍ଲୀ ଅଞ୍ଚଳରେ ଧରାହେଲା ବେଆଇନ ଗୋରୁ ଚାଲାଣ ଗାଡି..

Mon Aug 9 , 2021
ପ୍ରଶାନ୍ତ ନାୟକ(ଭୁବନେଶ୍ୱର)ଆଜି ଭୋର ୫ ଘଟିକା ସମୟରେ ସ୍ଥାନୀୟ ପଳାସପଲ୍ଲୀ ଅଞ୍ଚଳରେ ଏକ ଗୋରୁ ବୋଝେଇ ଟ୍ରକ କୁ ସ୍ଥାନୀୟ ଲୋକମାନେ ଜବତ କରିଛନ୍ତି ।ଉକ୍ତ ଟ୍ରକରେ ୪୦ ରୁ ଉର୍ଦ୍ଧ୍ବ ଗୋରୁ ନେଇ ଯାଉଥିବା ସମୟରେ ଗାଡି ଆଗ ଟାୟାର ପମ୍ପଚର ହୋଇଯିବା ଯୋଗୁଁ ଦ୍ରୁତ ଗତିରେ ଯାଉଥିବା ଗାଡି ଆଗକୁ ଯାଇ ପାରିନଥିଲା ।ଚାଳକ ତୁରନ୍ତ ସେଠାରୁ ଫେରାର ହୋଇଥିଲା । ଏଆରଫିଲଡ଼ ଥାନା ପୋଲିସ ଗାଡିକୁ […]

You May Like

Pin It on Pinterest