SCB ମେଡିକାଲରେ ଗତ କାଲି ଜନ୍ମ ଗ୍ରହଣ କରିଥିବା ୪ ନବଜାତଙ୍କ ମଧ୍ୟରୁ ୨ମୃତ…

କଟକ:(ଦୀପକ୍ କୁମାର ବେଉରା) ଗତ କାଲି ଏକାସାଙ୍ଗରେ ଜନ୍ମ ନେଇଥିବ ୪ ଶିଶୁଙ୍କ ମଧ୍ୟରୁ ୨ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।
SCB ମେଡିକାଲରେ ଜଣେ ଗର୍ଭବତୀ ମହିଳା ୪ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ନବଜାତକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ୨ ଜଣ ଅବଜରଭେସନରେ ଅଛନ୍ତି ।

ପ୍ରସୂତିଙ୍କର ବନ୍ଧ୍ୟା ଦୋଷ ସହ ଚିକଲ ସେଲିଡିଡ, ଥାଲାସେମିଆ, କ୍ରେକ, ରକ୍ତ ହୀନତା, ଜଣ୍ତିସ ଆଦି ଅନେକ ଗମ୍ଭୀର ରୋଗ ରହିଥିଲା। ଏହାସତ୍ତ୍ବେ ତାଙ୍କର ସାଧାରଣ ପ୍ରସବ କରାଯାଇଥିଲା। ଏନେଇ ସୂଚନା ଦେଇଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ତୁଷାର କର ।ନ ଧନ୍ୟବାଦ ।ଭଞ୍ଜନଗର ଡିହପଡା ଅଞ୍ଚଳର ବୀରେନ୍ଦ୍ର ନାୟକଙ୍କ ସ୍ତ୍ରୀ ଛବିତା ଗର୍ଭବତୀ ଥିଲେ ।

ପ୍ରସବ ପାଇଁ ଛବିତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପ୍ରଥମେ ନିଆଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା ।ଏସସିବିର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ ଛବିତା । ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର କରଙ୍କ ନେତୃତ୍ବରେ ଏକ ଡାକ୍ତରୀ ଦଳ ତାଙ୍କର ପ୍ରସବ କରାଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟ ସରକାର ପାର୍ବଣ ଋତୁ ପାଇଁ ଜାରି କରିଛନ୍ତି ଗାଇଡଲାଇନ୍...

Mon Aug 9 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟ ସରକାର ପାର୍ବଣ ଋତୁ ପାଇଁ ଜାରି କରିଛନ୍ତି ଗାଇଡଲାଇନ। କରୋନା କଟକଣାକୁ ଦୃଷ୍ଟିରେ ରଖି ସରକାର ପାର୍ବଣର ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଆଗକୁ ଗଣେଶ ପୂଜାଠାରୁ ଆରମ୍ଭ ହୋଇଯିବ ପାର୍ବଣର ଋତୁ , ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଆଦି ପାଖେଇ ଆସୁଥିବାରୁ ରାଜ୍ୟ ସରକାର ବିଭିନ୍ନ କଟକଣା ସହିତଜାରି କରିଛନ୍ତି ଗାଇଡଲାଇନ ।ତେବେ ଆସନ୍ତୁ ଜାଣିବା … .କୋଭିଡି କଟକଣା ସହ ପୂଜା […]

You May Like

Pin It on Pinterest