ଭୁବନେଶ୍ୱର(ବାସ୍ତବ ଟିଭି): “ଘରେ ଘରେ ଶଙ୍ଖ” ବିଜେଡ଼ି ପାଇଁ ରାଜନୀତିର ଆଉ ଏକ ନୂଆ ଟ୍ରିକ୍ । ଆଜି ବିଜୁ ପଟ୍ଟନାୟକଙ୍କ ୧୦୩ ଜୟନ୍ତି ଅବସରରେ ବିଜେଡ଼ି କରିଛି ଏକ ନୂଆ ନିର୍ବାଚନୀ ପ୍ରସ୍ତୁତି । ଆଜିଠୁ ଆରମ୍ଭ ହୋଇଛି ବିଜେଡ଼ିର “ଘରେ ଘରେ ଶଙ୍ଖ” କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀ ବ୍ଲକ ପ୍ରଧାନ ସାହି ପଞ୍ଚାୟତରୁ ‘ଘରେଘରେ ଶଙ୍ଖ’ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡ଼ି ପ୍ରତ୍ୟକ ଲୋକଙ୍କ ମତାମତ ସଂଗ୍ରହ କରିବା ସହ ପ୍ରତ୍ୟକ ଲୋକଙ୍କ ଇଚ୍ଛା ଅନୁସାରେ ଲୋକଙ୍କ ପାଇଁ ହେବ ଇସ୍ତାହାର । ତାହା ସହ ପ୍ରତ୍ୟକ ଲୋକଙ୍କ ମତ ପାଇଁ ସମସ୍ତ ଘରେ ଘରେ ବୁଲିବେ ବିଜେଡ଼ିର ମହିଳା କର୍ମୀ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୮୭ ଲକ୍ଷ ପରିବାରର ସହ ସାଖ୍ୟାତ କରିବ ବିଜେଡ଼ିର ମହିଳା ଶାଖା । ତାହା ସହ ୧୯ ବର୍ଷର ଶାସନ ଭିତରେ ବିଜେଡ଼ି ଲୋକଙ୍କୁ କ’ଣ ଦେଇଛି ? ଲୋକ କ’ଣ ପାଇଛନ୍ତି? ଓ ଆଉ କ’ଣ ଚାହୁଁଛନ୍ତି ? ତାହା ରହିବ ବିଜେଡ଼ି ପାଇଁ ଫୋକସ୍ । ତେବେ ବିଜେଡ଼ିର ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୨୦ଯାଏଁ ଚାଲିବ ବୋଲି ଜଣାପଡ଼ିଛି ।