
ଦେବକାନ୍ତ ମହାନ୍ତି, ଚାନ୍ଦବାଲି,୦୯/୦୮/୨୦୨୧। ଆଙ୍କର-ଚାନ୍ଦବାଲି ଥାନା ଅଧିନ ମତୋ ମାଧପୁର ମୁଖ୍ୟରାସ୍ତା କଲେଜ ଛକ ନିକଟରେ ଜଣେ ଯୁବକ ଙ୍କ ସଂନ୍ଦେହେ ଜନକ ମୃତ୍ୟୁ ହୋଇଛି lଯୁବକଙ୍କ ବାଇକ ରାସ୍ତା ତଳକୁ ପଡ଼ିଥିବା ବେଳେ ଯୁବକ ଜଣକ ରାସ୍ତା ତଳକୁ ଅଳ୍ପ ପାଣିରେ ଓ କାଦୁଅରେ ତଳକୁ ମୁହଁ ମାଡି ପଡିଛନ୍ତି l ଘଟଣା ସ୍ଥଳରେ ଦୁର୍ଘଟଣାର ଚିହ୍ନ ନ ଥିବାରୁ ସ୍ଥାନୀୟ ଲୋକେ ହତ୍ୟା ସନ୍ଧେହ କରିଛନ୍ତି l

ଖବର ପାଇ ମତୋ ଫାଣ୍ଡି ଅଧିକାରୀ ବୁଧିରାମ ମହାନ୍ତି ପରେ ଚାନ୍ଦବାଲି ଥାନା ଅଧିକାରୀ କରୁଣାକର ରାଉତ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ ପରେ ବାଲେଶ୍ଵର ରୁ ଏକ ୪ ଜଣିଆ ସାଇଣ୍ଟିଫିକ୍ ଟିମ ସହ ସଂନ୍ଧାନି କୁକୁର ଘଟଣା ସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଥିଲେ କିନ୍ତୁ କିଛି ସୁଫଳ ମିଳିନଥିଲା, ମୃତ କଙ୍କ ବାପା ଗୋଲେଖ ଦାସ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅକୁ ମାରିଦିଆ ଯାଇଛି,ମୃତକଙ୍କ ବାପା ଚାନ୍ଦବାଲି ଥାନା ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ସୂଚନା ଯୋଗ୍ୟ ୨୦୯/୨୦୨୧ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା କଥା ସୂଚନା ମିଳିଛି l ମୃତକ ଜଣକ ହେଉଛନ୍ତି ମତୋ ପରମାନନ୍ଧ ପୁର ଗାଁର ଗୋଲେଖ ଦାସଙ୍କ ପୁଅ ବସନ୍ତ ଦାସ ବୋଲି ସୂଚନା ମିଳିଛି l



