ଭଦ୍ରକ ଜିଲ୍ଲା ଯାତ୍ରା କଳାକାର ସଂଘର ପ୍ରତିବାଦ ଶୋଭାଯାତ୍ରା…

ବବିତା ସାମଲ(ଭଦ୍ରକ)ଭଦ୍ରକ ଜିଲ୍ଲା ଯାତ୍ରା କଳାକାର ସଂଘ, ସ୍ପା, ବିଉଟିପାର୍ଲର ବ୍ୟବସାୟୀ ସଂଘ ଆଜି ନବନିର୍ମାଣ କୃଷକ ସଂଗଠନର ଆହ୍ୱାନ କ୍ରମେ ଭଦ୍ରକ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦେଇଛନ୍ତି, କିଛି ଦିନ ପୁର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ କଳାକାର ସଂଘ ଜୀବିକା ନିର୍ବାହ ପାଇଁ ସରକାରଙ୍କୁ ଏକ ୧୧୦୦ କୋଟିର ପ୍ୟାକେଜ ପାଇଁ ଦାବିକରିଆସୁଛି କିନ୍ତୁ ସରକାରଙ୍କ କଳାକାରଙ୍କ ପ୍ରତି ବୈମାତୃକ ମୋନଭାବ ପାଇଁ ଆଜି କଳାକାର ସଙ୍ଘ ରାଜରାସ୍ତାକୁ ଓଲ୍ହାଇବା ପାଇଁ ବାଧ୍ୟ ହୋଇଛି |

ଆଉ ସବୁଠାରୁ ବଡ କଥା ହେଉଛି ସରକାର ସମସ୍ତ ଅଫିସ ଖୋଲିବାକୁ ଅନୁମତି ଦେଉଥିବା ବେଳେ ସରକାର ଯାତ୍ରାକୁ ଅନୁମତି ଦେଇଛନ୍ତି କିନ୍ତୁ ଯେଉଁ ସମୟରେ ଯାତ୍ରା ମଞ୍ଚସ୍ଥ ହୁଏ ସେ ସମୟକୁ ସରକାର ବ୍ୟାନ କରିଛନ୍ତି |ତେଣୁ ଯାତ୍ରାକଳାକାର ହୁଅନ୍ତୁ ଵା ଅନ୍ୟ କଳାକାରଙ୍କୁ ସରକାର ଆଡ ଆଖିରେ ଚାହୁଁ ନାହାନ୍ତି ତାହାକୁ ପ୍ରଶ୍ନ କରିଛନ୍ତି କଳାକାର ମାନେ |ତେଣୁ ଜୀବିକା ନିର୍ବାହ ପାଇଁ ସରକାର ପ୍ୟାକେଯ ଘୋଷଣା କରନ୍ତୁ ନହେଲେ କଳାକାର ସଂଘ ରାଜରାସ୍ତାକୁ ଆସିଵା ବାଧ୍ୟ ହେବେ ବୋଲି କହିଛନ୍ତି କଳାକାର ମାନେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତ ବଂଚାଅ ଦିବସ ରେ ବାମପନ୍ଥୀ ଗଣସଂଗଠନ ଗୁଡ଼ିକ ପକ୍ଷରୁ ଚାନ୍ଦବାଲି ରେ ବିକ୍ଷୋଭ...

Mon Aug 9 , 2021
ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ୦୯//୦୮//୨୦୨୧। ଆଙ୍କର-ଚାଷୀ ବିରୋଧୀ ୩ଟି କଳା କୃଷି ଆଇନ -୨୦୨୦ ବାତିଲ କରିବା, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ ରଦ୍ଦ କରିବା, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ରେ ବର୍ଷ କୁ ୨୦୦ଦିନର କାମ ଯୋଗାଇ ଦେବା ଓ ମଜୁରୀ ଦୈନିକ ୬୦୦ଟଙ୍କା ଲେଖାଏଁ ପ୍ରଦାନ କରିବା , ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମ ପଞ୍ଚାୟତ ରେ ହୋଇଥିବା […]

You May Like

Pin It on Pinterest