ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର କ୍ରାନ୍ତି ଦିବସରେ ପାଞ୍ଚ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ…

ବବିତା ସାମଲ (ଭଦ୍ରକ) କ୍ରାନ୍ତି ଦିବସରେ ପାଞ୍ଚ ଦଫା ଦାବିନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା |ଭଦ୍ରକ ଜିଲ୍ଲାରେ ସାତଟି ସଂଗଠନରେ ରାଜ୍ୟ ଓ ଜିଲ୍ଲା ନେତୃତ୍ୱ ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ |ଦାବି ଅନୁସାରେ ଅବସରକାଳୀନ ବୟସ ବୃଦ୍ଧି, ଖାଲି ପଡ଼ିଥିବା ପଦବୀ ପୁରଣ,ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ତୁରନ୍ତ ଚାକିରୀ ସର୍ତାବାଳି ପ୍ରଦାନ, ଅନୁଦାନରୁ ବାଦ ପଡ଼ିଥିବା ୧୭୭ ସ୍କୁଲକୁ ଅନୁଦାନ ପ୍ରଦାନ, ସପ୍ତମ ବେତନ ପ୍ରଦାନ କରିବା, ଯଦି ଦାବି ପୁରଣ ନହୁଏ ଆଗାମୀ ଦିନରେ ଏକ ବଡ ଆନ୍ଦୋଳନର ରୂପ ନେବ ବୋଲି କହିଛନ୍ତି ଶିକ୍ଷକ ମାନେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Tue Aug 10 , 2021
ବାସ୍ତବବ୍ୟୁରୋ:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୬୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୮୯୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୯୮୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୭୧୩୯୧ ଜଣ […]

You May Like

Pin It on Pinterest