ଭୁବନେଶ୍ୱର ମହାନଗର ନିଗମର ସମସ୍ତ ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନ ଗୁଡିକ,ଅଗଷ୍ଟ ୨୩ ତାରିଖରୁ ଖୋଲିବ…

ସନ୍ତୋଷ ପଣ୍ଡା(ଭୁବନେଶ୍ୱର) ଭୁବନେଶ୍ୱର ମହାନଗର ନିଗମର ସମସ୍ତ ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନ ଗୁଡିକ,ଅଗଷ୍ଟ ୨୩ ତାରିଖରୁ ଖୋଲିବ। ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍ ଅନୁଯାଇ କୋଭିଡ୍ ପ୍ରୋଟୋକଲ୍ ଭିତରେ ଏହି ସମସ୍ତ ଧର୍ମାନୁଷ୍ଠାନ ଖୋଲିଯିବ । ହେଲେ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲାଯିବା ନେଇ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବେ ।

ଜାରି ଗାଇଡ୍‌ଲାଇନ୍ ଅନୁଯାଇ,ମନ୍ଦିର ଭିତରକୁ ଦର୍ଶନ ପାଇଁ ଭକ୍ତମାନେ ଯାଇ ପାରିବେ, ହେଲେ ଗର୍ଭଗୃହ ଭିତରକୁ ଯାଇ ଦର୍ଶନ କରିପାରିବେ ନାହିଁ। ଭକ୍ତମାନେ ସାଙ୍ଗରେ ଭୋଗ ନେଇ ପାରିବେ ନାହିଁ। ସେହିପରି ଆସନ୍ତା ୨୩ ତାରିଖରୁ ସମସ୍ତ ମସ୍‌ଜିଦ୍‌, ଚର୍ଚ୍ଚ ଓ ଗୁରୁଦ୍ୱାର ମଧ୍ୟ ଖୋଲିଯିବ ।

ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ, ମନ୍ଦିର, ମସ୍‌ଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାର ଭିତରକୁ ଏକାଥରକେ କେବଳ ସେତିକି ଭକ୍ତଙ୍କୁ ପ୍ରବେଶ ମିଳିବ ଯେପରିକି ସେମାନଙ୍କ ମଧ୍ୟରେ ସେଠାରେ ୬ ଫୁଟ୍ ଦୂରତା ରହିପାରିବ। କୌଣସି ସ୍ଥିତିରେ ଧର୍ମାନୁଷ୍ଠାନ ଭିତରେ ସାମାଜିକ ଦୂରତ୍ୱ କଟକଣାକୁ ଉଲ୍ଲଂଘନ କରାଯାଇପାରିବ ନାହିଁ। ଅତିବେଶିରେ ଗୋଟିଏ ଥରରେ ୨୫ ଜଣ ଭକ୍ତଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଇପାରିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କମ୍ୟୁନିଷ୍ଟ ପାର୍ଟି ତରଫରୁ କ୍ରାନ୍ତି ଦିବସ ପାଳନ ଓ ଚାନ୍ଦବାଲି ତହସିଲଦାର ଙ୍କ ମାଧ୍ୟମରେ ରାଜ୍ୟ ପାଳଙ୍କୁ ଦାବିପତ୍ର ପ୍ରଦାନ...

Tue Aug 10 , 2021
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ଆଙ୍କର-ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚାନ୍ଦବାଲି ଜୋନ କମିଟି ତରଫରୁ ଆଜି କ୍ରାନ୍ତି ଦିବସ ପାଳନ କରାଯାଇଛି ଉକ୍ତ କାର୍ଯ୍ୟକ୍ରମରେ ସିପିଆଇ ର ରାଜ୍ୟ ପରିଷଦ ସଭ୍ୟ ଆଇନଜୀବୀ ଉପେନ୍ଦ୍ର ରାଉଳ ଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ତିନି କଳା କୃଷି ଆଇନ ପ୍ରତ୍ୟାହାର, ସାଧାରଣ ଖାଉଟି ଦ୍ରବ୍ୟ ର ଦରଦାମ ନିୟନ୍ତ୍ରଣ ,ସମସ୍ତ କୃଷି ଯାତ ଦ୍ରବ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ପାଇଁ ଦାବି […]

You May Like

Pin It on Pinterest