ଟ୍ରାଇର ନୂଆ ନିୟମ: KYC ଦାଖଲ ଅନିବାର୍ଯ୍ୟ

ବାସ୍ତବ ବ୍ୟୁରୋ (ନୂଆଦିଲ୍ଲୀ):ଏବେ ଟିଭି ଦେଖୁଥିବା ଲୋକଙ୍କ ପାଇଁ ଟ୍ରାଇ ନୂଆ ନିୟମ ଲାଗୁ କରିଛି । ଟ୍ରାଇ ଡିଟିଏଚ୍ ସବସ୍କ୍ରାଇବରଙ୍କ ପାଇଁ KYC (know your customer) ଅନିବାର୍ଯ୍ୟ କରିଦେଇଛି । ଟ୍ରାଇ ତରଫରୁ ଦେଶର ସବୁ ଡିଟିଏଚ୍ ଅପରେଟର୍ସଙ୍କୁ ସୂଚନା ଦିଆଯାଇଛି ଯେ ତାଙ୍କ ପାଇଁ ଏବେ ସବସ୍କ୍ରାଇବରଙ୍କ  କେୱାଇସି କରିବା ନିହାତି ଜରୁରୀ । ନୂଆ ସିମ୍ କିଣିଲେ ଯେଉଁ ପ୍ରକ୍ରିୟାରେ ବ୍ୟବହାର କରାଯାଏ ବର୍ତ୍ତମାନ ଟିଭି କେବୁଲ୍ ପାଇଁ କେୱାଇସି ପ୍ରକ୍ରିୟା ମଧ୍ୟ ସେହିଭଳି ହୋଇଯାଇଛି ।

ଟ୍ରାଇର ଏହି ନୂଆ ନିୟମକୁ ନୂଆ ଡିଟିଏଚ୍ ସବଷ୍କ୍ରାଇବରଙ୍କ ପାଇଁ ଲାଗୁ କରାଯାଇଛି । ଏଥିରେ ଗ୍ରାହକଙ୍କୁ କେୱାଇସି କରିବା ପାଇଁ ୨ ବର୍ଷର ସମୟ ମିଳିବ । ଅନ୍ୟପକ୍ଷରେ ଯେଉଁ ଗ୍ରାହକ ନୂଆ କନେକ୍ସନ୍ ନେବେ ତାଙ୍କୁ ସର୍ବପ୍ରଥମେ ସବଷ୍କ୍ରାଇବରଙ୍କୁ କେୱାଇସି କରିବାକୁ ପଡିବ । ଏହାପରେ ହିଁ ନୂଆ ଡିଟିଏଚ୍ କନେକ୍ସନ୍ ପାଇଁ ମିଳୁଥିବା ସେଟଅପ୍ ବକ୍ସକୁ ଇନଷ୍ଟଲ୍ କରାଯିବ । କେୱାଇସି ଗ୍ରାହକଙ୍କୁ ସରକାରଙ୍କ ପକ୍ଷରୁ ଆଧାର କାର୍ଡ ,ଡ୍ରାଇଭିଂ ଲାଇସେନ୍ସ,ପାସପୋର୍ଟ ଆଦି ଦସ୍ତାବିଜର କପି ଜାରି କରିବାକୁ ପଡିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନୂଆପଡ଼ା ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ବଢି ଯିବନି ତ ? କ୍ଷେତରେ ଜଳୁଛି ଧାନ ଫସଲ

Sat Oct 26 , 2019
ବାସ୍ତବ ବ୍ୟୁରୋ-ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଗୋର୍ଲା ପଂଚାୟତ ଅନ୍ତର୍ଗତ କୁସୁମଖୁଣ୍ଟ। ଗ୍ରାମରେ ଓଡ଼ିଶାର ଅଗ୍ରଣୀ ସ୍ୱଛାସେବୀ ଅନୁଷ୍ଠାନ ଅଗ୍ରଗମୀ ପକ୍ଷରୁ ପରିବେଶ ଭିତିକ ଚାଷ ଉପରେ ଗ୍ରାମର ଉଭୟ ପୁରୁଷ ଓ ମହିଳା ଚାଷୀମନଙ୍କୁ ନେଇ ଏକ ଗବେଷଣାତ୍ମକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପଂଚାୟତର ଚାଷୀମାନଙ୍କ ସହିତ ଆଲୋଚନା ବେଳେ ଜଣାପଡିଥିଲା ଏକ ଅଜଣା ରୋଗରେ ସେମାନଂକ ଧାନ ଗଛ ଗୁଡିକ ଜଳି ଯାଇଛି। ଅନୁସନ୍ଧାନରୁ ଜଣାପଡ଼ିଲା […]

You May Like

Pin It on Pinterest