
ମାନସ ନାୟକ(କଟକ) ରାଜ୍ୟ କ୍ୟାବିନେଟ ଆଜି, ରାଜ୍ୟ କ୍ରୀଡା ଭିତିଭୂମି ବିକାଶ ପ୍ରକଳ୍ପ ଯୋଜନାରେ ୮୯ ଗୋଟି ହୁମୁଖୀ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ ନିମନ୍ତେ ମଞ୍ଜୁରୀ କରିଛନ୍ତି | ଯାହା ପାଇଁ ୬୯୩ .୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି! ଏବଂ ଏହା ୧୮ ମାସ ମଧ୍ୟରେ ସମ୍ପୂର୍ଣ କରାଯିବ ବୋଲି ସ୍ଥିର ହୋଇଛି |
ଗତ କାଲି ଅପରାହ୍ନ ରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ କଟକ C.M.C ଓ ଚୌଦ୍ୱାର ମୁନିସପାଲଟି ରେ ୨ ଟି ଇଣ୍ଡୋର ଷ୍ଟାଡିଅମ ହେବ ବୋଲି କଟକ ସର୍କିଟ ହାଉସ ଠାରେ ସାମ୍ବାଦିକ ସମ୍ମିଳନୀ ରେ ଘୋଷଣା କରିଛନ୍ତି |ଏଥିପାଇଁ ମୁଖ୍ୟ ମନ୍ତ୍ରୀ ୯ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି | ଯାହା କ୍ରୀଡାବିତ ଙ୍କ ପାଇଁ ଏକ ଖୁସି ର ଖବର ବୋଲି ଶ୍ରୀ ବିଶ୍ୱାଳ କହିଥିଲେ |
ଉକ୍ତ ଷ୍ଟାଡିଅମ ଗୁଡିକ ଘଣ୍ଟା ପ୍ରତି ୨୦୦ କି. ମି. ପବନ ର ବେଗ କୁ ସହ୍ୟ କରିପାରୁଥିବା ଭଳି ନିର୍ମାଣ କରାଯିବ ଯାହାଦ୍ଵାରା ପ୍ରାକୁତିକ ବିପର୍ଯୟ – ମହାବ୍ୟାତ୍ୟା ଏବଂ ବନ୍ୟା ଆଦି ସମୟରେ ଏଗୁଡିକ ଆଶ୍ରୟ କେନ୍ଦ୍ର ରୂପେ ବାବ୍ୟାହୃତ ହୋଇପାରିବ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ | ଏହି ପ୍ରକଳ୍ପ ଦ୍ଵାରା ଓଡିଶା ରେ କ୍ରୀଡା ବିକାଶ ଧାରା ଆହୁରି ଦୃଢ଼ଭୂତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ!ଆଗାମୀ ଓଲମ୍ପିକ ରେ ଚୌଦ୍ୱାର ଓ କଟକ ରୁ କେହିନା କେହି ଜଣେ ଭାଗ ନେବେ ବୋଲି ଆଶା ରଖିଛନ୍ତି କଟକ ଚୌଦ୍ୱାର ବିଧାୟକ ସୌଭିକ ରଞ୍ଜନ ବିଶ୍ୱାଳ |



