ଦେବାଶିଷ(କଟକ)ଗତ ଦୁଇ ମାସ ଧରି ବାଇକ ଚୋରି ହେଉଥିବା ନେଇ,କଟକ ମଧୁପାଟଣା ଥାନାରେ ଅଭିଯୋଗ ହୋଇ ଆସୁଥିଲା । ଏହି ପରିପେକ୍ଷୀରେ ମଧୁପାଟଣା ପୋଲିସ ତଦନ୍ତ ଚଳାଇଥିଲା । ତଦନ୍ତ ପରେ ମଧୁପାଟଣା ପୋଲିସ ଖବର ପାଇ, ଆଠଗଡ ଅଞ୍ଚଳର ଦୁଇ ନାବାଳକ ଙ୍କୁ ସୋମବାର ରାତିରେ ଗିରଫ କରିଛି । ଗିରଫ ନାବାଳକଙ୍କ ପାଖରୁ ଆଠ ଗୋଟି ଚୋରା ବାଇକ୍ କୁ ମଧୁପାଟଣା ପୋଲିସ ଜବତ କରିଛି ।
ଏହି ଚୋରି ବାଇକ ରଖୁଥିବା ମୁଖ୍ୟ , କଟକ ଜିଲ୍ଲା ଆଠଗଡ ଥାନା ଖୁଣ୍ଟୁକଟା ରଗଡ଼ିପଡା ଗ୍ରାମର, କୃଷ୍ଣ କୁମାର ନାଏକ ଓରଫ ରିଙ୍କୁ । ଗିରଫ ନାବାଳକ ଦୁଇ ଜଣ କଟକର ଖାନନଗର ମଧୁପାଟଣା ଏବଂ ଥାନା, କଟକ ସଦର ଥାନା ଅଞ୍ଚଳରୁ ବାଇ ଚୋରି କରିଥିବା ନେଇ ମାନିଛନ୍ତି । ଯୋନ୍–୫-ଏସିପି ଶୁଭ ନାରାୟଣ ମୁଦୁଲି, ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି । ସେମାନଙ୍କୁ ଆଜି ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି ।