ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୮ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୩୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୦୦୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୮୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୨୭୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ମୌସୁମୀ ଦୁର୍ବଳ ଥିଲେ ବି ୪ରୁ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ଜିଲ୍ଲାଗୁଡିକ ହେଉଛି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର । ସେହିପରି ଯାଜପୁର, ଢେଙ୍କାନାଳ, ମୟୂରଭଂଜ, କେନ୍ଦୁଝର, ଅନୁଗୁଳ, ନୟାଗଡ଼, ଗଂଜାମ, ଗଜପତି, ରାୟଗଡ଼ା ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।
ଯୁକ୍ତ୨ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ଚଳିତ ସପ୍ତାହରେ ପ୍ରକାଶ ପାଇବ। ନିର୍ଧାରିତ ତାରିଖ ସ୍ଥିର ହୋଇ ନ ଥିଲେ ମଧ୍ୟ ଆସନ୍ତା ୧୨ କିମ୍ବା ୧୩ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଉନ୍ମୋଚନ କରାଯିବ ।
କରୋନା କାରଣରୁ ଦୁଇ ଭାଗରେ ବିଭକ୍ତ ହେବ ନବମ ଓ ଦଶମ ଶେଣୀ ପାଠ୍ୟକ୍ରମ । ମାଧ୍ୟମିକ ଶିକ୍ଷା ପରିଷଦ ଅନୁଯାୟୀ ନବମ ଓ ଦଶମ ଶେଣୀ ଛାତ୍ରଛାତ୍ରୀଙ୍କ ନଭେମ୍ବର ୩ୟ ସପ୍ତାହରେ ଟର୍ମ-୧, ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଟର୍ମ-୨ ପରୀକ୍ଷା କରାଯିବ।ପ୍ରତି ଟର୍ମ ଭିତରେ ଦୁଇଟି ଲେଖାଏଁ ଫର୍ମାଟିଭ ଟେଷ୍ଟ କରାଯିବ। ଏହି ଟେଷ୍ଟ ବୋର୍ଡ ସିଧାସଳଖ ଏହି କରାଇବ।
ଅଲିମ୍ପିକ୍ସ ପଦକ ବିଜେତା ଭାରତୀୟ ହକି ଟିମର ୪ ଓଡିଆ ଖେଳାଳି ଓଡ଼ିଶାରେ ଆସି ପହଞ୍ଚିଛନ୍ତି ।ସମସ୍ତ ୪ ହକି ତାରକାଙ୍କୁ କଳିଙ୍ଗ ଷ୍ଟାଡିଅମରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବର୍ଦ୍ଧନା କରାଯିବ। ଏହି ୪ଜଣ ହେଉଛିନ୍ତି ପୁରୁଷ ଟିମର ଅମିତ ରୋହି ଦାସ , ବିରେନ୍ଦ୍ର ଲାକ୍ରା, ମହିଳା ଟିମ୍ ର ଦୀପ୍ ଗ୍ରେସ୍ ଏକ୍କା ଏବଂ ନମିତା ଟପ୍ପୋ ପହଞ୍ଚିଛନ୍ତି।
ଆସନ୍ତା ୧୨ ତାରିଖରୁ ଯୁକ୍ତ୨ କଳା, ବିଜ୍ଞାନ, ବାଣଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ମାଟ୍ରିକ୍ ପାସ୍ କରିଥିବା ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସେପ୍ଟେମ୍ବର ୧୩ ପୂର୍ବାହ୍ନରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ଏବଂ ୧୪ରୁ ୨୧ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ।
ଆନନ୍ଦପୁରଠାରେ ଇନଡୋର ଷ୍ଟାଡିୟମ ନିମନ୍ତେ ମଞ୍ଜୁରୀ ହେଲା ୯ କୋଟି ୫୨ ଲକ୍ଷ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆନନ୍ଦପୁରରେ ଏକ ଇନଡୋର ଷ୍ଟାଡିୟମ ନିମନ୍ତେ ମଞ୍ଜୁରୀ ମିଳିଥିବାରୁ ଆଜି ଏକ ସଭାର ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ 5-T ସଚିବ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।
ବି.ଟେକ୍ ପାଠ୍ୟକ୍ରମରେ ନାମଲେଖା ଲାଗି ସ୍ବତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ। ଏଥିପାଇଁ ଜାରି ରହିଥିବା ଆବେଦନ ପ୍ରକ୍ରିୟାର ସମୟ ଅବଧିକୁ ବୃଦ୍ଧି କରାଯାଇଛି। ଆବେଦନର ଶେଷ ତାରିଖ ଅଗଷ୍ଟ ୧୦ ଧାର୍ଯ୍ୟ ହୋଇଥିଲା। ଏବେ ତାହାକୁ ୧୭ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆବେଦନକାରୀ ଛାତ୍ରଛାତ୍ରୀ ୧୮ ତାରିଖ ସୁଦ୍ଧା ଫି’ ଦାଖଲ କରିପାରିବେ। ଯଦି କୌଣସି ଛାତ୍ରଛାତ୍ରୀ ଆବେଦନପତ୍ରରେ କିଛି ସଂଶୋଧନ କରିବାକୁ ଚାହୁଁଛନ୍ତି, ସେମାନେ ଏହି ସମୟ ମଧ୍ୟରେ ଓଜେଇଇ ଆପ୍ଲିକେସନ ପୋର୍ଟାଲ ମାଧ୍ୟମରେ ସଂଶୋଧନ କରିପାରିବେ। ଏହାପରେ ସମୟରେ ଆଉ କୌଣସି ପରିବର୍ତନ ହେବ ନାହିଁ। ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍ www.ojee.nic.in କୁ ନିୟମିତ ଭାବେ ଦେଖିବାକୁ ପରାମର୍ଶ ଦିଆଯାଇଛି।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୩୫୩ କରୋନା ସଂକ୍ରମିତ ହୋଇଥିବା ବେଳେ ୪୯୭ ଜଣଙ୍କର ମୃତ୍ୟୁ ଘଟିଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୨୦,୩୬,୫୧୧ ଓ ମୃତ୍ୟୁସଂଖ୍ୟା ୪,୨୯,୧୭୯ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୪୦୦୧୩ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୨,୨୦,୯୮୧ରେ ପହଞ୍ଚିଛି । ଏହା ବ୍ୟତିତ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୮୬,୩୫୧।
କରୋନା ଟିକାକରଣ କାର୍ଯ୍ୟକ୍ରମର ଦୁଇଟି ମୁଖ୍ୟ ଟିକା କୋଭିିସିଲ୍ଡ ଏବଂ କୋଭାକ୍ସିନର ମିଶ୍ରଣକୁ ନେଇ ଅଧ୍ୟୟନ କରିବା ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ(ଡିସିଜିଆଇ) ଅନୁମତି ଦେଇଛନ୍ତି।ଏହି ଅଧ୍ୟୟନ ଏବଂ ଏହାର କ୍ଲିନିକାଲ୍ ପରୀକ୍ଷା, ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ୍ କଲେଜ ଦ୍ୱାରା ପରିଚାଳିତ ହେବ | କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନର ଏକ ବିଷୟ ବିଶେଷଜ୍ଞ କମିଟି ଜୁଲାଇ ୨୯ରେ ଏହି ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ | ଆଇସିଏମଆର କରିଥିବା ଅଧ୍ୟନଠାରୁ ଏହି ଅଧ୍ୟୟନ ଭିନ୍ନ ହେବ।
ତାମିଲନାଡୁରେ ମୋଟ ୧୧ ଟି ନୂତନ ମେଡିକାଲ କଲେଜ ଖୋଲିବାକୁ ଯାଉଛି । ଏହା ସହିତ ୧,୬୫୦ ନୂତନ MBBS ସିଟ୍ ମଧ୍ୟ ବୃଦ୍ଧି ପାଇବ । ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ ଏମ ସୁବ୍ରମଣ୍ୟନ କହିଛନ୍ତି ଯେ ଜାତୀୟ ଚିକିତ୍ସା ପରିଷଦ ଦ୍ୱାରା ନୂତନ କଲେଜଗୁଡ଼ିକର ଯାଞ୍ଚ ଆରମ୍ଭ ହୋଇଛି । ୧୧ ଟି ମଧ୍ୟରୁ ୪ ଟି ନୂତନ ମେଡିକାଲ କଲେଜର ଯାଞ୍ଚ ମଧ୍ୟ ଶେଷ ହୋଇଛି ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୪୭ ଲକ୍ଷ ୧୩ ହଜାର ୯୯୦ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୩ ଲକ୍ଷ ୨୫ ହଜାର ୬୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟି ୩୮ ଲକ୍ଷ ୪୮ ହଜାର ୮୬୮ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୬୫ ଲକ୍ଷ ୩୯ ହଜାର ୫୦୩ ଜଣ ଲୋକ ସକ୍ରିୟ ଅଛନ୍ତି ।