ପାର୍ବଣ ଋତୁ ଗାଇଡଲାଇନ୍ କୋହଳ ପାଈଁ ସରକାରଙ୍କୁ ନିବେଦନ…

କଟକ:(ଦୀପକ୍ କୁମାର ବେଉରା) ମହାମାରୀ କରୋନ। ସାରା ରାଜ୍ୟକୁ କବଳିତ କରିସାରିଥିବା ବେଳେ ଆଗକୁ ଆସୁଛି ପାର୍ବଣ ଋତୁ । ପାର୍ବଣ ଋତୁ ପାଇଁ ସୋମବାର ଦିନ ଗାଇଡ଼ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ବିନା ଭକ୍ତରେ କେବଳ ରୀତିନୀତି ପାଇଁ ପର୍ବ ପାଳନ ହେବ । ସରକାର ଏହି ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଏହା ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ ।

ସେପଟେ ଏହି ନିର୍ଦ୍ଦେଶନାମା କୋହଳ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି କଟକ ସହରର ପୂଜା କମିଟି କର୍ମକର୍ତ୍ତା ମାନେ ।ରାଜ୍ୟ ସରକାରଙ୍କ ପାର୍ବଣ ଗାଇଡ଼ଲାଇନ ଆସିବା ପରେ କଟକ ପୂଜା କମିଟିରେ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । କୋଭିଡ ସ୍ଥିତି ଧୀରେ ଧୀରେ ଆୟତ୍ତ ହେଉଥିବାରୁ ଏସଓପିରେ କୋହଳ ଆଣିବା ପାଇଁ ପ୍ରତିକ୍ରିୟା ରଖିଛନ୍ତି ପୂଜା କମିଟି ସଦସ୍ୟ ।

ମା’ଙ୍କ ଉଚ୍ଚତା ପୂର୍ବ ପରି ରହୁ, କଟକଣା ମଧ୍ୟରେ ସାଧାରଣ ଦର୍ଶନ ଅନୁମତି ମିଳୁ ଓ କୋଭିଡ କଟକଣା ଆଧାରରେ ବିସର୍ଜନ କାର୍ଯ୍ୟ ବିକ୍ଷିପ୍ତ ଭାବେ ନ କରାଯାଇ କେବଳ ଦେବୀଗଡାରେ କରାଯିବାକୁ ସରକାର ଅନୁମତି ଦେବା ଉଚିତ୍ ବୋଲି ପୂଜା କମିଟି କର୍ମକର୍ତ୍ତା ମତ ରଖିଛନ୍ତି । ତେବେ ଏହି ପ୍ରସଙ୍ଗକୁ ନେଇ ଦୁଇ ଦିନ ମଧ୍ୟରେ ଏକ ଶାନ୍ତି କମିଟି ବୈଠକ ଡକାଯିବ । ବୈଠକରେ ଏସଓପିରେ ସାମନ୍ୟ କୋହଳ କରିବା ପାଇଁ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କାଲିଠାରୁ ଖୋଲିବ କାଳିଆ ଦୁଆର ଭକ୍ତ ଭଗବାନଙ୍କ ମଧ୍ୟରୁ ଉଠିବ ପାଚେରୀ....

Wed Aug 11 , 2021
ପ୍ରଭାତ ସାହୁ(ସାକ୍ଷୀଗୋପାଳ)କାଲିଠାରୁ ଖୋଲିବ କାଳିଆ ଦୁଆର,କରୋନା ମହାମାରୀର ହା ହା କର ଭିତରେ,କାଳିଆବି ନିରବି ଯାଇଥିଲା | ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପଡିଥିଲା ଦୁଆର |କାଲିଠାରୁ ଶ୍ରୀମନ୍ଦିର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୂଆ SOP ଜାରି କରିଛି । ପୁରୀବାସୀ କାଳିଆ ଦର୍ଶନ କରିବା ନିମନ୍ତେ,ନୂଆ ଏସ୍ଓପି ଅନୁଯାୟୀ, ଆଧାର କାର୍ଡ ଦେଖାଇ ପ୍ରବେଶ ବ୍ୟବସ୍ଥା ହୋଇଥିବା ବେଳେ, ବାହାର ଲୋକଙ୍କ ପାଇଁ ଆରଟିପିସିଆର ରିପୋର୍ଟକୁ ବାଧ୍ୟତାମୂଳକ […]

You May Like

Pin It on Pinterest