ରାଜ୍ୟରେ ଦଳିତ ସମାଜ ଉପରେ ହେଉଥିବା ଆକ୍ରମଣ ପ୍ରତିବାଦରେ କଟକ ବିଜେପିଅନୁସୂଚିତ ଜାତି ମୋର୍ଚାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କଟକ ଦେବାଶିଷ ମିଶ୍ର(କଟକ) କଟକ ଜିଲ୍ଲା ଭାଜପା ତରଫରୁ କଟକନଗର ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ,ବିଜୁ ଜନତା ଦଳ ନେତା ଓ କର୍ମୀଙ୍କ ଦ୍ୱାରା ସଦ୍ୟ କେନ୍ଦ୍ରାପଡାର ବାଳକାଟିରେ ନବଘନ ମଲ୍ଲିକ ଙ୍କ ପରିବାର ଓ ଜଗତସିଂହପୁର ର ନାଉଗାଁରେ ଦଳିତ ମହିଳାଙ୍କ ଉପରେ ରାତି ଅଧରେ ହୋଇଥିବା ବର୍ବର ଆକ୍ରମଣ ଓ ଅତ୍ୟାଚାର ରେ ବିରୁଦ୍ଧରେ ଶାସକ ଓ ପୋଲିସ କର୍ଣ୍ଣପାତ ନକରିବା ବିରୁଦ୍ଧରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଇଛି |

ଅନୁସୂଚୀତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦିଲ୍ଲୀପ ମଲ୍ଲିକ, ସଦର ଜିଲ୍ଲା ମୋର୍ଚ୍ଚା ସଭାପତି ଶ୍ରୀ ସରୋଜକୁମାର ସେଠି,କଟକନଗର ମୋର୍ଚ୍ଚା ସଭାପତି ଶ୍ରୀ ଶିବପ୍ରସାଦ ସେଠି,ରାଜ୍ୟ ସମ୍ପାଦକ ଶ୍ରୀ ବିକାଶ ବେହେରା,ଜିଲ୍ଲା ପ୍ରଭାରୀ ଶ୍ରୀମତୀ ସ୍ମିତା ପ୍ରଧାନ,ରାଜ୍ୟ ସଂଯୋଜକ ଶ୍ରୀ ସତ୍ୟଜିତ ମଲ୍ଲିକ,ସୋସିଆଲ ମିଡ଼ିଆ ସଂଯୋଜକ ଶ୍ରୀ ରାଧାକାନ୍ତ ମଲ୍ଲିକ,ଶ୍ରୀ ମିଥୁନ ମଲ୍ଲିକ |ଙ୍କ ସମେତ ଶତାଧିକ କର୍ମୀ ମାନେ,ଏହି ଆକ୍ରମଣ ରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫ କରି କଠୋର ଦଣ୍ଡରେ ଦଣ୍ଡିତ କରିବା ଦାବିରେ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟ ରେ ଜିଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ,ସତ୍ୟବ୍ରତ ମିଶ୍ର,ଦେବାନନ୍ଦ ସିଂ,ରତନ ମହାନ୍ତି, ଶ୍ୟାମ ସୁନ୍ଦର ସାହୁ,ଆଇନ ପରାମର୍ଶ ଦାତା ସର୍ବଶ୍ରୀ ସବ୍ୟସାଚୀ ମହାପାତ୍ର ଓ ଶ୍ରୀ ନାରାୟଣ ପ୍ରସାଦ ମହାନ୍ତି,ସୁବାଷ ମହାନ୍ତି, ଯୋଗେନ୍ଦ୍ର ବେହେରା,ପିତାମ୍ବର ନାଏକ,ଦୁଖୀରାମ ସେଠି,ରୁଦ୍ର ଦାସ,ସଂଗ୍ରାମ ଦାସ,ସନ୍ଦୀପ ସାମଲ,ବଚନ ସାମଲ,ସୁଶାନ୍ତ ଦଳେଇ,ଚନ୍ଦ୍ରଶେଖର ମଲ୍ଲିକ,ସରଲା ନାଏକ,,ଅମୀୟ ପଟ୍ଟନାୟକ, କାଳନ୍ଦୀ ସେଠି,ସଦାନନ୍ଦ ବିଶ୍ୱାଳ,ଦୁର୍ଗାପ୍ରସାଦ ବେହେରା,ଦିଲ୍ଲୀପ ସାମଲ,ଶିବେଶ ମିଶ୍ର,ସନ୍ତୋଷ ସେଠି,ହେମନ୍ତ ହାତୀ,ଗଣେଶ୍ୱର ବେହେରା, ଗଣେଶ ସାମଲ, ସିଦ୍ଦୁ ସାମଲ,ରଣଜିତ ଭୋଇ ଆଦି ପ୍ରମୁଖ ନେତା ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Aug 12 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୭ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୯୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୧୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୮୫୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୭୩୫୭୯ ଜଣ ସୁସ୍ଥ […]

You May Like

Pin It on Pinterest