ଚାନ୍ଦବାଲି ବ୍ଲକ ମତୋ ବଜାରରେ ପୁଣି ଜାଲ ନୋଟ କାରବାରର କାୟା ବିସ୍ତାର…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)ଚାନ୍ଦବାଲି ବଜାରରେ ପୁଣି ସକ୍ରିୟ ହୋଇ ଜାଲ ନୋଟ କାରବାର । ପୂର୍ବବର୍ଷ ଜାଲ ନୋଟ କାରବାରରେ ମତେ ବଜାରରେ ୨ ଜଣ ଗରଫ ହୋଇଥିଲେ । ଆଜି ପୁଣି ଜଣେ ଫଳ ବ୍ୟବସାୟୀଙ୍କୁ ୨ ହଜାର ଟଙ୍କା ଜାଲ ନୋଟ ଦେଇ ଠକି ନେଇଛନ୍ତି ଦୃବୁତ।

ମତୋ ବଜାରରେ ଫଳ ବ୍ୟବସାୟୀ ଦେବାସିଷ ରାଉତଙ୍କ ନାବାଳକ ପୁଅ ଫଳ ଦୋକାନରେ ବସିଥିବା ବେଳେ ୨ ଜଣ ଦୃବୁତ ବାଇକ ନେଇ ଆସିବା ସହ ୧ କେଜି ଫଳ ନେଇ ୨ ହଜାର ନକଲି ଟଙ୍କା ଦେଇ ଫେରାର ହୋଇଯାଇଥିଲେ । ଏଥିନେଇ ଦେବାଶିଷ ମତୋ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ସହ ସିସିଟିଭି ଫୁଟେଜ ଦେଇ ଅଭିଯୁକ୍ତଙ୍କୁ ଗରିଫ କରିବାକୁ ଦାବୀ କରିଛନ୍ତି । ତେବେ ପୁଣି ମତୋରେ ନକଲି ଟଙ୍କା କାରବାର କାୟା ବିସ୍ତାର କରିବା ପୂର୍ବରୁ ପୋଲିସ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାକିଡିଆ ରେ ଜାତୀୟ ହ୍ୟାଣ୍ଡଲୁମ୍ ସପ୍ତାହ ପାଲନ ସହିତ ୫୦ ଜଣ ବୁଣାକାରଙ୍କୁ ତାଲିମ ପ୍ରଦାନ...

Thu Aug 12 , 2021
ନବୀନ କୁମାର୍ ସାହୁ(ଜଳେଶ୍ୱର)ମାକିଡିଆ ରେ ଥିବା ସମବାୟ ସମିତି ପ୍ରାଙ୍ଗଳରେ ନାବାର୍ଡ ତରଫରୁ, ଜାତୀୟ ହ୍ୟାଣ୍ଡଲୁମ୍ ସପ୍ତାହ ପାଳନ ସହିତ୫୦ ଜଣ ବୁଣାକାର ଙ୍କୁ ଭରଚୁଆଲ ମୋଡ ମାଧ୍ୟମରେ ତାଲିମ ମଧ୍ୟ ଦିଆଯାଇଛି। ଏହି ଶିବିରକୁ ବାଲେଶ୍ୱର ଜିଲ୍ଲାର ନାବାର୍ଡ ର ମୁଖ୍ୟ ତାପସ କୁମାର୍ ପ୍ରଧାନ, ବାଲେଶ୍ୱର ଓ ଭଦ୍ରକ ସମବାୟସମିତି ର ସେକ୍ରେଟାରୀ ନାରାୟଣ ମୋଡ଼ି, ବାଲେଶ୍ୱର ଜିଲ୍ଲାର ହାଣ୍ଡିକ୍ରାପଟ ର, ଯୋଗୀ ଯୋଗେଶ ପ୍ରଦୀପ ଉଜ୍ଜଳନ […]

You May Like

Pin It on Pinterest