
ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ଚାନ୍ଦବାଲିରେ ଡ଼େଥ ଜୋନ ଭାବେ ଜଣାସୁଣା ଚାନ୍ଦବାଲି ଗେମନ ବ୍ରଜିରେ ପୁଣି ଆଜି ଘଟିଛି ଅଘଟଣ । ଆଜି ଚାନ୍ଦବାଲି ବୈତରଣୀ ନଦୀର ଗମନ ବ୍ରଜି ଉପରୁ ଡେଇଁ ଜଣେ ବୟସ୍କ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବୟସ୍କ ବ୍ୟକ୍ତି ଜଣକ ଚାନ୍ଦବାଲି ଗମନ ବ୍ରିଜ ଉପରୁ ଡେଇଁ ଭାସୁଯାଉଥିବା ବେଳେ ସ୍ଥାନିୟ ମତ୍ସ୍ୟଜୀବୀ ସୁକାନ୍ତ କୁମାର ଦାସ ତାଙ୍କୁ ଏକ ମଛଧରା ଛୋଟିଆ ଡ଼ଙ୍ଗାରେ ଉଦ୍ଧାର କରି କୂଳକୁ ଆଣିଥିଲେ ।
ମଉରୀ ଗାଁ ନିକଟରେ ମତ୍ସ୍ୟଜୀବୀ ଡ଼ଙ୍ଗାକୁ ନଦୀ କୂଳରେ ଲାଗାଇବା ପରେ ରାଜ କନିକା ଅଗ୍ନିସମ ବିଭାଗ ଗରୁତ୍ଵର ଅବସ୍ଥାରେ ବ୍ୟକ୍ତି ଉଦ୍ଧାର କରି କନିକା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆତ୍ମ୍ୟହତ୍ୟା କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ମତୋ ଅଂଚଳର ପ୍ରକାଶ ସାହୁ ।