ମାକିଡିଆ ରେ ଜାତୀୟ ହ୍ୟାଣ୍ଡଲୁମ୍ ସପ୍ତାହ ପାଲନ ସହିତ ୫୦ ଜଣ ବୁଣାକାରଙ୍କୁ ତାଲିମ ପ୍ରଦାନ…

ନବୀନ କୁମାର୍ ସାହୁ(ଜଳେଶ୍ୱର)ମାକିଡିଆ ରେ ଥିବା ସମବାୟ ସମିତି ପ୍ରାଙ୍ଗଳରେ ନାବାର୍ଡ ତରଫରୁ, ଜାତୀୟ ହ୍ୟାଣ୍ଡଲୁମ୍ ସପ୍ତାହ ପାଳନ ସହିତ୫୦ ଜଣ ବୁଣାକାର ଙ୍କୁ ଭରଚୁଆଲ ମୋଡ ମାଧ୍ୟମରେ ତାଲିମ ମଧ୍ୟ ଦିଆଯାଇଛି। ଏହି ଶିବିରକୁ ବାଲେଶ୍ୱର ଜିଲ୍ଲାର ନାବାର୍ଡ ର ମୁଖ୍ୟ ତାପସ କୁମାର୍ ପ୍ରଧାନ, ବାଲେଶ୍ୱର ଓ ଭଦ୍ରକ ସମବାୟସମିତି ର ସେକ୍ରେଟାରୀ ନାରାୟଣ ମୋଡ଼ି, ବାଲେଶ୍ୱର ଜିଲ୍ଲାର ହାଣ୍ଡିକ୍ରାପଟ ର, ଯୋଗୀ ଯୋଗେଶ ପ୍ରଦୀପ ଉଜ୍ଜଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ।

ଭରଚୁଆଲ ମୋଡ଼ରେ ଭୁବନେଶ୍ୱର ଠାରୁ,ନାବାର୍ଡ ସିଜିଏମ ସି ଉଦୟ ଭାଷ୍କର, ବମ୍ବେ ଠାରୁଦେବାଶିଷ ପାଢ଼ୀ ଓଫଡିଡି ମୁଖ୍ୟ ଓ ଭୁବନେଶ୍ବରଠାରୁନାବାର୍ଡର ସମସ୍ତ ଜିଏମ ଏବଂ ସମସ୍ତ ଅଧିକାରୀଉପସ୍ଥିତ ରହି ବୁଣାକାର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।ସେମାନେ ନୂଆ ଡିଜାଇନ କିପରି ହେଇପାରିବ କିପରି ହାଣ୍ଡଲୁମ ର ମାର୍କେଟିଙ୍ଗ ହେଇ ପାରିବ ଇତ୍ୟାଦି ବିଷୟରେ ତାଲିମ୍ ପ୍ରଦାନ କରିଥିଲେ।

ଆଜି ପଯ୍ୟନ୍ତ ବୁଣାକାର ମାନଙ୍କ ପାଇଁ କୌଣସି ମାର୍କେଟିଙ୍ଗ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ।ସରକାରୀ ସାହାଯ୍ୟ ଯୋଗେଇଦେବା ପାଇଁ ଦାବି କରିଥିଲେ ।ଏହି ଶିବିରକୁ ମାକିଡିଆ ସମବାୟ ସମିତି ର ସେକ୍ରେଟାରୀ ସୂର୍ଯ୍ୟକାନ୍ତ ଦାସ, ଏସ ଜି ଫାଉଣ୍ଡେସନ ରଶ୍ମି ରଂଜନ ବିଶ୍ବାଳ ଓ ସମାଜସେବୀ ତାପସ କୁମାର୍ ଚାନ୍ଦ ସମସ୍ତେ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ ରେଳ ଷ୍ଟେସନର ଭିତ୍ତିଭୂମି ସଂପ୍ରସାରଣ, ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଙ୍କୁ କଟକ ବିଜେପି ର ଧନ୍ୟବାଦ ଅର୍ପଣ...

Thu Aug 12 , 2021
ଦେବାଶିଷ ମିଶ୍ର(କଟକ)କଟକ ରେଳ ଷ୍ଟେସନ ର ଭିତ୍ତିଭୂମି ସମ୍ପ୍ରସାରଣ ସମ୍ବନ୍ଧରେ ଭାଜପା କଟକନଗର ଶାଖା ତରଫରୁ ଦୋଳମୁଣ୍ଡାଇ ସ୍ଥିତ ସାଗର ଶ୍ରୀ ହୋଟେଲରେ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଏକ ଛୋଟ ଟିମ ଦିଲ୍ଲୀରେ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଗତ ୬ ଅଗଷ୍ଟ ରେ ରେଳ ଭବନ […]

You May Like

Pin It on Pinterest