କଟକ ରେଳ ଷ୍ଟେସନର ଭିତ୍ତିଭୂମି ସଂପ୍ରସାରଣ, ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଙ୍କୁ କଟକ ବିଜେପି ର ଧନ୍ୟବାଦ ଅର୍ପଣ…

ଦେବାଶିଷ ମିଶ୍ର(କଟକ)କଟକ ରେଳ ଷ୍ଟେସନ ର ଭିତ୍ତିଭୂମି ସମ୍ପ୍ରସାରଣ ସମ୍ବନ୍ଧରେ ଭାଜପା କଟକନଗର ଶାଖା ତରଫରୁ ଦୋଳମୁଣ୍ଡାଇ ସ୍ଥିତ ସାଗର ଶ୍ରୀ ହୋଟେଲରେ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା।

ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଏକ ଛୋଟ ଟିମ ଦିଲ୍ଲୀରେ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଗତ ୬ ଅଗଷ୍ଟ ରେ ରେଳ ଭବନ କାର୍ଯ୍ୟାଳୟ ରେ ଭେଟି କଟକରୁ ଫିଲାଟେଲିକ ବ୍ୟୁରୋ ଅଫିସ ସ୍ଥାନାନ୍ତର କୁ ରଦ୍ଧ କରିବା ଅନୁରୋଧ ରକ୍ଷା କରିଥିବାରୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ପାର୍ଟି ଓ କଟକବାସୀଙ୍କ ତରଫରୁ ଜଣାଇଥିଲେ। ଏହାପରେ ବହୁ ଦିନର ଆକାଂକ୍ଷିତ କଟକରେ ଓଡ଼ିଶାର ପ୍ରଥମ ରେଳ ଷ୍ଟେସନ ର ଦୁରାବସ୍ଥା ଦୂରୀକରଣ ପାଇଁ ୪ ଦଫା ଦାବୀ ଯୁକ୍ତ ଏକ ଜ୍ଞାପନ ମାନ୍ୟବର ରେଳ ମନ୍ତ୍ରୀଙ୍କୁ ଦେଇଥିଲେ।

ଦାବୀ ଗୁଡିକ ମଧ୍ୟରେ ପ୍ରଥମ ଦାବୀ ଥିଲା,ଭୁବନେଶ୍ୱର ରୁ ଭାୟା ନରାଜ ଦେଇ ଯାଉଥିବା ୨୨ଯୋଡ଼ାରୁ ଅଧିକ ଗାଡି ମଧ୍ୟରୁ ଅତି କମରେ ୮ ଟି ଗାଡିକୁ କଟକ ବାଟେ ନିଆଯାଉ,ଦ୍ଵିତୀୟ ରେ ଭୁବନେଶ୍ୱର ରୁ ବାହାରି ଦକ୍ଷିଣ ଅଭିମୁଖୀ ଯାଉଥିବା ମୁଖ୍ୟ ୪ଟି ରେଳକୁ କଟକଠାରୁ ଯାତ୍ରା ଆରମ୍ଭ କରାଯାଉ,ତୃତୀୟ ଦାବୀ ଥିଲା ଷ୍ଟେସନ ର ପୂର୍ଵ ପଟ ଦ୍ୱାର ଯାହା ବର୍ତ୍ତମାନ ୩ ନମ୍ବର ଗେଟ ଅଛି,ତାହାକୁ ଜମି ଅଧିଗ୍ରହଣ କରି ପୂର୍ଣ୍ଣ ବ୍ୟବହାର ଉପଯୋଗୀ ଦ୍ୱାର କରାଯାଉ,ଯାହାଦ୍ୱାରା କଟକ ସହର ବାହାରୁ ଆସୁଥିବା ଲୋକେ ବହୁତ ଉପକୃତ ହୋଇପାରିବେ।ଚତୁର୍ଥ ଦାବୀ ଥିଲା,ଷ୍ଟେସନର ଆଖ ପାଖ ଭଙ୍ଗାରୁଜା କ୍ୱାଟର,ଷ୍ଟାଣ୍ଡ,ଜବର ଦଖଲ ହୋଇଥିବା ସ୍ଥାନକୁ ଅଧିଗ୍ରହଣ କରି ଷ୍ଟେସନକୁ ଗ୍ରେଡ ୱାନ ଷ୍ଟେସନ କରିବା ପାଇଁ କଳେବରକୁ ଆନ୍ତର୍ଜାତିକ ସ୍ୱରୂପ ଦିଆଯାଉ ।

ଯେଉଁଠି ମଲ, ରେଷ୍ଟୁରାଣ୍ଟ, ହୋଟେଲ,ପାର୍କିଂ, ପାର୍କ,ବିଶ୍ରାମ ଘର,ଟିକେଟ ବୁକିଂ ଆଦିର ଉଚ୍ଚ ଆନ୍ତର୍ଜାତିକ ମାନର ବ୍ୟବସ୍ଥା କରାଯାଉ।ଏହି ସବୁ ଦାବୀ ଗୁଡିକ ମାନ୍ୟବର ରେଳ ମନ୍ତ୍ରୀ,ଯେ କି ପୂର୍ବରୁ କଟକକୁ ଅତ୍ୟନ୍ତ ଭଲ ପାଉଥିବା ଜଣେ ଲୋକପ୍ରିୟ ଜିଲ୍ଲାପାଳ ଥିଲେ,ସେ ସହୃଦୟତାର ସହ ସମସ୍ତ ବିଷୟ ଶୁଣି, ଦାବି ଗୁଡିକୁ ବିଚାର କରି ପୂର୍ଣ୍ଣ କରିବାକୁ ପ୍ରତିଶୃତି ଦେଇଥିଲେ ବୋଲି ଶ୍ରୀ ବଡୁ ଜଣାଇଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ଶ୍ରୀ ସିକନ୍ଦର ଅଲ୍ଲି,ବରିଷ୍ଠ ନେତା ଶ୍ରୀ ସବ୍ୟସାଚୀ ମହାପାତ୍ର, ମିଡ଼ିଆ ସେଲ ମୁଖ୍ୟ ସୁବାଷ ମହାନ୍ତି, କୃଷକ ମୋର୍ଚ୍ଚା ସଭାପତି ପୂର୍ଣ୍ଣ ଚନ୍ଦ୍ର ଜେନା,ଆଇ ଟି ମୁଖ୍ୟ କୃଷ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ନାଗରିକ ସଙ୍ଘ ସାଧାରଣ ସମ୍ପାଦକ ଶ୍ରୀ ବିଷ୍ଣୁମୋହନ ଦାସ ସାମନ୍ତ,ସଂଖ୍ୟା ଲଘୁ ମୋର୍ଚ୍ଚା ଜିଲ୍ଲା ସଭାପତି ମହମ୍ମଦ ସବିର,ଯୁବମୋର୍ଚା ଜିଲା ସମ୍ପାଦକ ଶ୍ରୀ ସଦାନନ୍ଦ ବିଶ୍ୱାଳ ପ୍ରମୁଖ।ସର୍ବଶେଷରେ କଟକବାସୀ ଓ ଭାଜପା କଟକ ତରଫରୁ ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ସହିତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟକ ପ୍ରତି ବିଶେଷ ଦୃଷ୍ଟି ରଖିଥିବାରୁ ଏବଂ ସାମ୍ବାଦିକ ବନ୍ଧୁ ମାନେ ଏହି ସମସ୍ୟା ଗୁଡିକୁ ସମ୍ମୁଖକୁ ଆଣୁଥିବାରୁ ଶ୍ରୀ ବଡୁ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବଜ୍ରାଘାତରେ ଯୁବକଙ୍କର ମୃତ୍ୟୁ...

Thu Aug 12 , 2021
ବବିତା ସାମଲ (ଭଦ୍ରକ)ବଜ୍ରାଘାତ ନେଲା ଯୁବକଙ୍କ ଜୀବନ,ଯୁବକ ଜଣକ ବିଲକୁ କାମ କରିବାକୁ ଯାଇଥିଲା ବେଳେ ଘଟିଛି ଅଘଟଣ।ବଜ୍ରାଘାତରେ ପ୍ରାଣ ହରାଇଛନ୍ତି ବାରୀକପୁର ବରଡ଼େଶ୍ୱର ଅଂଚଳର ରାକେଶ ଦାସ । ତାଙ୍କର ମୃତ୍ୟୁ ଖବର ବାରିକ୍ ପୁର ଅଞ୍ଚଳରେ ଶୋକ ଛାୟା ଖେଳାଇ ଦେଇଛି । ସୁଚନା ଅନୁଯାୟୀ ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଏପରି ଅଘଟଣ ଘଟିଛି । ସେୟାର କରନ୍ତୁ

You May Like

Pin It on Pinterest