ଚାନ୍ଦବାଲିରେ ଏଆଇଏସ ଏଫ୍ ରେ ୮୬ତମ ପ୍ରତିଷ୍ଠା ଦିବସ ପାଳିତ…

ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ପଞ୍ଚାୟତ ରେ ଭଦ୍ରକ ଶାଖା ତରଫରୁ ଏଆଇଏସଏଫ ର ୮୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି, ଉକ୍ତ ଦିବସ ରେ ଆଇନଜୀବୀ ଉପେନ୍ଦ୍ର ରାଉଳ ଏଆଇଏସଏଫ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

୮୫ ବର୍ଷ ର ଲମ୍ବା ଲଢେଇ, ଶାନ୍ତି,ପ୍ରଗତି, ବୈଜ୍ଞାନିକ,ସମାଜବାଦ,ପାଇଁ ଶିକ୍ଷା ର ଅଗ୍ରାଧିକାର ଶୋଷଣ ମୁକ୍ତ ସମାଜ ନିର୍ମାଣ ପାଇଁ କୁସଂସ୍କାର ଅନ୍ଧ ବିଶ୍ୱାସ ବିରୋଧରେ ଲଢେଇ କରୁଛି ୧୯୩୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଦେଶ ପାଇଁ ତ୍ଯାଗ ଓ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ବିଷୟରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ର ଛାତ୍ର ସଭାପତି କାହ୍ନୁଚରଣ ପରିଡା,ମନୋରଞ୍ଜନ ରାଉତ, ରାନୁଲତା ପରିଡା, ଶିକ୍ଷାବିତ୍ ଓ ସିପିଆଇଏମ୍ ର ବରିଷ୍ଠ ନେତା ବଳରାମ ମିଶ୍ର, ଅନନ୍ତ ମହାନ୍ତି, ଦେବହରି ରାଉଳ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମଦ ବିରୋଧି ଆନ୍ଦୋଳନ ତାତିଲେ କଟକିଆ...

Fri Aug 13 , 2021
କଟକ:(ଦୀପକ୍ କୁମାର ବେଉରା) କଟକ ସହରରେ ତୀବ୍ର ହେଲା ମଦ ବିରୋଧୀ ଆନ୍ଦୋଳନ । ପ୍ରଥମ ବିଭିନ୍ନ ଦଳର ନାରାବାଜୀ ପରେ ଏବେ ତାତିଛନ୍ତି କଟକିଆ । ରାଜାବଗିଚା ଲେବର କଲୋନୀରେ ଥିବା ବିଦେଶୀ ମଦକୁ ସେଠାରୁ ଉଠେଇବା ପାଇଁ ଜୋର ଧରିଛି ସ୍ଥାନୀୟ ବାସିନ୍ଦାଙ୍କ ସ୍ବର ।କାରଣ ବର୍ତ୍ତମାନ ସମୟରେ ଯୁବବର୍ଗଙ୍କୁ ବିପଥଗାମୀ କରୁଛି ଏହି ମଦ । ତେବେ ଏହି ଆନ୍ଦୋଳନ ଆଜିଠୁ ଆରମ୍ଭ ହୋଇଛି । […]

You May Like

Pin It on Pinterest