ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୯୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୯୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୨୩୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୮୦୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୭୪୭୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଚଳିଚ ବର୍ଷର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ। ସୀମିତ ଲୋକଙ୍କ ମଧ୍ୟରେ କରୋନା ଗାଇଡଲାଇନ ଅନୁସାରେ ସ୍ୱାଧୀନତା ଦିବସ ପାଳନ ହେବ। ଏଥିପାଇଁ ଆଜି ପରେଡ ରିହର୍ସଲ ଚାଲିଛି । କରୋନା କଟକଣାରେ ପାଳିତ ହେବାକୁ ଥିବା ଏହି ପରେଡ୍ ବେଳେ ସାଧାରଣ ଲୋକଙ୍କୁ ପଡ଼ିଆ ଭିତରକୁ ପଶିବାକୁ ଅନୁମତି ମିଳବ ନାହିଁ। ଏପରିକି ଗଣମାଧ୍ୟମକୁ ବି ବାରଣ କରାଯାଇଛି। ପ୍ରଦର୍ଶନୀ ପଡ଼ିଆକୁ ହାଇ-ଆଲର୍ଟ ଜୋନ୍ ଭାବେ କମିସନରେଟ୍ ପୁଲିସ ଘୋଷଣା କରିଛି।

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦା ମୂଳକ ପରୀକ୍ଷା ଫଳ । ଏନେଇ ସୁଚନା ଦେଇଛି ଗଣଶିକ୍ଷା ବିଭାଗ ।

ଖୋର୍ଦ୍ଧା ଜିଲ୍ଲାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ୧.୩୨ କେଜି ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ବ୍ରାଉନସୁଗାର କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ ।

ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ବଙ୍ଗୋପସାଗରରେ । ଏହା ଧୀରେ ଧୀରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଆସନ୍ତା  ୧୫ ତାରିଖ ପରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି : ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

 ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ୭୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୪୧ ହଜାର ୭୦୯ ଲୋକ ସୁସ୍ଥ ହୋଇଥିବା ବେଳେ ୫୮୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।  ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୨ ହଜାର ୪୪୯କୁ ହ୍ରାସ ପାଇଛି । ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୨୧ ଲକ୍ଷ ୧୭ ହଜାର ୫୨ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୦ ହଜାର ୨୮୫କୁ ବୃଦ୍ଧି ପାଇଥିବା କୁହାଯାଇଛି ।

 ଉତ୍ତର ପ୍ରଦେଶରେ ବନ୍ୟାର ପ୍ରକୋପ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଡଙ୍ଗାରେ ବସି ବନ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଛନ୍ତି । ବନ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିବା ପରେ ଅଧିକାରୀଙ୍କୁ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାରାଣସୀରେ ବନ୍ୟା ଯୋଗୁଁ ବିପର୍ଯ୍ୟୟ ସ୍ଥିତି ପହଂଚିଛି ।

ସ୍କୁଲ ଖୋଲିବା କ୍ଷଣି ବିଭିନ୍ନ ରାଜ୍ୟରେ ଛାତ୍ରଛାତ୍ରୀମାନେ କରୋନାରେ ଆକ୍ରାନ୍ତ ହେଉଥିବା ଖବର ମିଳିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସ୍କୁଲ ଖୋଲିବା ଉପରେ ନେଇଥିବା ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି। ରାଜ୍ୟର କୋଭିଡ ଟାସ୍କ ଫୋର୍ସର ପରାମର୍ଶକ୍ରମେ ସରକାର ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲିବ ନାହିଁ ।

ଜନସନ ଆଣ୍ଡ ଜନସନ୍‌ ପରେ ଭାରତ ସରକାର ସ୍ପୁଟନିକ ଲାଇଟକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବେ । ଆସନ୍ତା ମାସରୁ ଏହାର ବ୍ୟବହାର ମଧ୍ୟ ଆରମ୍ଭ ହୋଇଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଜନସନ ଆଣ୍ଡ ଜନସନର ଟିକା ଭଳି ସ୍ପୁଟନିକ ଲାଇଟ୍‌ ମଧ୍ୟ ସିଙ୍ଗଲ ଡୋଜ୍‌ ବିଶିଷ୍ଟ ଟିକା। ଏହାର ଅର୍ଥ ଜଣେ ବ୍ୟକ୍ତିଙ୍କୁ କେବଳ ଟିକାର ଗୋଟିଏ ଡୋଜ୍‌ ହିଁ ନେବାକୁ ପଡ଼ିବ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୬୧ ଲକ୍ଷ ୫୬ ହଜାର ୭ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୩ ଲକ୍ଷ ୪୬ ହଜାର ୬୭୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟି ୫୦ ଲକ୍ଷ ୩୪ ହଜାର ୮୦୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୬୭ ଲକ୍ଷ ୭୪ ହଜାର ୫୩୧ ଜଣ ଲୋକ ସକ୍ରିୟ ଅଛନ୍ତି ।

ଆଜି ଆପଗାନିସ୍ତାନର ଦୁଇଟି ବଡ଼ ସହର କାନ୍ଦାହାର ଓ ହେରାଟକୁ ନିଜ କବଜାକୁ ନେଲା ତାଲିବାନ। ଗତକାଲି ଆପଗାନିସ୍ତାନର ୨ୟ ବୃହତ୍ତମ ସହର ଗଜନିକୁ ନିଜ କବଜାକୁ ନେଇଥିବା ତାଲିବାନ ଆଜି କାନ୍ଦାହାର ଓ ହେରାଟକୁ ହାତେଇ ନେଇଛି। ଏହାକୁ ଦେଖି ଆପଗାନିସ୍ତାନରେ ଥିବା ଭାରତୀୟ ସାମ୍ବାଦିକଙ୍କ ପାଇଁ ଭାରତ ସରକାର ସୁରକ୍ଷା ପରାମର୍ଶ ଜାରି କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୬ କୋଟି ୪୦ଲକ୍ଷ ଟଙ୍କା ବ୍ୟୟରେ ବିନିକାରେ ହେବ ଇନଡୋର୍ ଷ୍ଟାଡିୟମ....

Fri Aug 13 , 2021
ଶାନ୍ତନୁ ପଣ୍ଡା(ସୁବର୍ଣ୍ଣପୁର) ବାଣିଜ୍ୟ ପରିବହନ ଓ ଯୋଜନା ସମନ୍ମୟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରଚେଷ୍ଟା କ୍ରମେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରୁ ବିନିକା ସ୍ପୋର୍ଟସ କ୍ଲବକୁ ଆସିଥିବା ଖେଳ ଉପକରଣ ସାମଗ୍ରୀ ବଣ୍ଟନ କରିବା ଅବସରରେ ଆଜି ବିନିକା ସ୍ପୋର୍ଟସ କ୍ଲବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମନାଭ ବେହେରା କିଟସକୁ ଉନ୍ମୋଚିତ କରିବା ସହ ଖେଳାଳୀ ମାନଙ୍କୁ ବଣ୍ଟନ କରିଥିଲେ l ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା […]

You May Like

Pin It on Pinterest