ଶାନ୍ତନୁ ପଣ୍ଡା(ସୁବର୍ଣ୍ଣପୁର) ବାଣିଜ୍ୟ ପରିବହନ ଓ ଯୋଜନା ସମନ୍ମୟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରଚେଷ୍ଟା କ୍ରମେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରୁ ବିନିକା ସ୍ପୋର୍ଟସ କ୍ଲବକୁ ଆସିଥିବା ଖେଳ ଉପକରଣ ସାମଗ୍ରୀ ବଣ୍ଟନ କରିବା ଅବସରରେ ଆଜି ବିନିକା ସ୍ପୋର୍ଟସ କ୍ଲବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମନାଭ ବେହେରା କିଟସକୁ ଉନ୍ମୋଚିତ କରିବା ସହ ଖେଳାଳୀ ମାନଙ୍କୁ ବଣ୍ଟନ କରିଥିଲେ l
ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ କ୍ରୀଡା ଭିତ୍ତିଭୂମିର ବିକାଶ ଓ କ୍ରୀଡାର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନିକାରେ ଏକ ବହୁମୁଖି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ୬କୋଟି୪୦ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ l ଏହି ଅବସରରେ ଖେଳାଳି ରଶ୍ମିତା ମେହେର ଓ ଯୁବ ଖେଳାଳୀ ପ୍ରକାଶ ଚନ୍ଦ୍ର ମୁଦୁଲି ବିନିକା ଅଞ୍ଚଳର ଖେଳାଳୀ ମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ପୋର୍ଟସ ସାମଗ୍ରୀ ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ ।