ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଂଚଳରୁ ଚୋରି ୨୦ଟି ବାଇକ୍ ଜବତ ସହ ୧୫ଜଣ ଗିରଫ୍….

ନନ୍ଦିନ ପ୍ରଧାନ(ସମ୍ବଲପୁର) ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ଜ଼ୀଲ୍ଲାର ତିନଟି ଥାନା ଅଞ୍ଚଳରୁ ଚୋରି ହୋଇଥିବା ୨୦ଟି ବାଇକ ଜବତ ହେବା ସହ ବ୍ରଜରାଜନଗର ଥାନା ଅଞ୍ଚଳରୁ ଚୋରି ହୋଇଥିବା ଏକ ବୋଲେର ମଧ୍ୟ ଜବତ କରିଛି ସମ୍ବଲପୁର ପୋଲିସ। ଏହି ଚୋରି ମାମଲାରେ ୧୫ ଜଣକୁ ଗିରଫ କରିଛି ଟାଉନ ଥାନା, ଧନୁପାଲି ଥାନା ଓ ରେଙ୍ଗାଲି ଥାନାର ପୋଲିସ।

ଏହି ଚୋରି କାରବାରରେ ୩ ଜଣ ନାବାଳକ ମଧ୍ୟ ରହିଛନ୍ତି। ଏହି ଚୋରି ଗାଡି ମାନଙ୍କ ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ ବୋଲି ଏସପି ସୂଚନା ଦେଇଛନ୍ତି। ଗିରଫ ମାନଙ୍କ ମଧ୍ୟରେ କିଛି ଚୋରି ବାଇକ କିଣିଥିବା ବ୍ୟକ୍ତି ମଧ୍ୟ ରହିଛନ୍ତି।ସମ୍ବଲପୁରରୁ ବାଇକ ଚୋରି କରି ଚୋରା ଗଞ୍ଜେଇ କାରବାରରେ ଏହି ଗାଡି ଗୁଡିକ ବ୍ୟବହାର ହେଉଥିଲା। ମୁଖ୍ୟତଃ ବୌଧ, ଏବଂ ସୋନପୁର ଅଂଚଳରେ ଏହି ଚୋରା ବାଇକ ଗୁଡିକ ବ୍ୟବହାର କରାଯାଉଥିଲା। ସମ୍ବଲପୁର ସହର ସମେତ ରେଙ୍ଗାଲି ଓ ଧନୁପାଲି ଥାନା ଅଞ୍ଚଳରୁ ଏହି ବାଇକ ଗୁଡିକ ଚୋରି ହେଇଥିଲା। ଏହି ଚୋରି ଗେଙ୍ଗକୁ ଧରିବା ପାଇଁ ସମ୍ବଲପୁର ଏସପି ଏକ ଟିମ ଗଠନ କରିଥିଲେ । ଏହି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ବାଇକ ଗୁଡିକ ଜବତ କରିଛି ବୋଲି ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Aug 14 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୨୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୩୫୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୩୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୭୫୯୯୯ ଜଣ […]

You May Like

Pin It on Pinterest