
ସ୍ବାଧୀନତା ଦିବସ ପୂର୍ବରୁ ଓଡିଶା ସରକାରଙ୍କ ପକ୍ଷରୁ କୋଟିଆ ରେ ଲାଗିଲା ନାମ ଫଳକ
ଶ୍ରୀକାନ୍ତ ଚୌଧୁରୀ(କୋରାପୁଟ)-କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ଓଡିଶା ଆନ୍ଧ୍ରପ୍ରଦେଶ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ କୋଟିଆ ପଞ୍ଚାୟତ ର ବିବାଦୀୟ ୨୧ ଗୋଟି ଗ୍ରାମରେ ଲାଗିଲା ଓଡ଼ିଆରେ ଲେଖା ଯାଇଥିବା ନାମ ଫଳକ।

ସୂଚନାଅନୁଯାଇ କୋଟିଆ ଗ୍ରାମ ପଞ୍ଚାୟତ ର ବିବାଦୀୟ ୨୧ ଖଣ୍ଡ ଗ୍ରାମଠାରେ ଓଡିଶା ସରକାରଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ପ୍ରଶାସନ ଆସନ୍ତା ୧୫ ରିଖ ଦିନ ସ୍ବାଧୀନତା ଦିବସ ପାଳନ କରିବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ଦ୍ୱାରା ପୂର୍ବ ପ୍ରସ୍ତୁତି ଆଜିଠାରୁ ପ୍ରାରମ୍ଭ କରାଯାଉଥିବା ଦେଖିବାକୁ ମିଳିଅଛି।ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଞ୍ଚଳରେ ରହିଥିବା ଖଣିଜ ସମ୍ପଦକୁ ହାତେଇବା ନିମନ୍ତେ ଅଞ୍ଚଳବାସୀଙ୍କୁ ବିଭିନ୍ନ ଲାଳସା ଦେଖାଇବା ସହ ହୀନ ଚକ୍ରାନ୍ତ ଚଳାଇଥିବା ବେଳେ ଓଡିଶା କିନ୍ତୁ ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତ ପ୍ରକାର ସୁବିଧା କରିବାରେ ଲାଗୁଅଛି।

ଆଜି କୋଟିଆ ରେ ଓଡିଶା ତାହାର ନାମ ଫଳକ ବିବାଦୀୟ ୨୧ ଖଣ୍ଡ ଗ୍ରାମରେ ଲଗାଇବା ସହ କିଭଳି ସ୍ୱାଧିନତା ଦିବସ ସମସ୍ତ ୨୧ ଖଣ୍ଡ ଗ୍ରାମବାସୀ ପାଳିବେ ସେଇଥିନେଇ ପ୍ରସ୍ତୁତି ଜୋରଦାର କରିଥିବା ଦେଖିବାକୁ ମିଳିଅଛି।ଉକ୍ତ ନାମଫଳକ ଲଗାଇବା ନେଇ ସୂଚନା ପାଇବା ପରେ ଆନ୍ଧ୍ରପ୍ରଦେଶ ର ପ୍ରଶାସନିକ ଅଧିକାରୀଙ୍କ ସହ ରାଜନେତା ଙ୍କ ମଧ୍ୟରେ ହଲଚଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଅଛି ।



