
ନନ୍ଦିନ ପ୍ରଧାନ(ସମ୍ବଲପୁର) ରାଜ୍ୟ ରେ ସମ୍ଭାବ୍ୟ କୋଭିଡ ର ତୄତିୟ ଲହରୀ ର ଆଶଙ୍କା ମଧ୍ୟରେ ବୁର୍ଲା ବଡ଼ ଡାକ୍ତରଖାନାରେ ଦୁଇ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଭିମସାର ମେଡ଼ିକାଲ ରୁ ସୁଚନା ମିଲିଛି ଯେ ମେଡ଼ିକାଲ କୁ ଜଣେ ୮ ମାସର ଶିଶୁ ଆଉ ଜଣେ ୫ ବର୍ଷର ଶିଶୁ କୋଭିଡ ପଜିଟିପ ହେବାପରେ ତାଙ୍କର ଚିକିତ୍ସା ଚାଲିଛି ।
ଏନେଇ ଭୀମସାର ଅଧୀକ୍ଷକ ଡା. ଲାଲମୋହନ ନାୟକ ସୂଚନା ଦେଇଛନ୍ତି। ଉଭୟ ଶିଶୁ ଅସୁସ୍ଥତା ଯୋଗୁ ଭୀମସାରରେ ଭର୍ତ୍ତି ହୋଇଥିଲେ। ତେବେ ଆଣ୍ଟିଜେନ୍ ଟେଷ୍ଟରେ ଉଭୟଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହି ଶିଶୁ ଦୁଇ ଜଣଙ୍କର ଭିମସାର କୋଭିଡ ହସ୍ପିଟାଲ -୨ ରେ ଚିକିତ୍ସା ଚାଲିଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପ୍ରସ୍ତୁତ ରହିଛନ୍ତି। ଚିକିତ୍ସା ନିମନ୍ତେ ଡାକ୍ତର, ନର୍ସ ଏବଂ ଅନ୍ୟ ମେଡିକାଲ ଷ୍ଟାଫ୍ମାନଙ୍କୁ ତାଲିମ ବି ଦିଆଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଆଇସିୟୁ ବେଡ୍ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛ।