
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୭/୦୮/୨୦୨୧-ଯୁବସମାଜସେବୀ ତଥା କ୍ରିକେଟର ସ୍ବର୍ଗତ ଉପେନ୍ଦ୍ର ପରିଡାଙ୍କୁ ମୃତ୍ୟୁ ବେଳକୁ ୨୭ ବର୍ଷ ବୟସ ହୋଇଥିଲା, ସ୍ବର୍ଗତ ପରିଡା ଅଜଣା ରୋଗ ରେ ପୀଡିତ ହୋଇ କଟକ ରେ ଏକ ଘରୋଇ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ଅବସ୍ଥା ରେ ତାଙ୍କ ର ଗତ ଦୁଇଦିନ ହେବ ଦେହାନ୍ତ ହୋଇଥିଲା ,ସ୍ବର୍ଗତ ପରିଡାଙ୍କ ଦେହାନ୍ତ ଖବର ଶୁଣି ବା ପରେ ସାରା ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଥିଲା
ମରଶରିର କୁ ନିଜ ଗାଁ କୁ ଅଣାଯାଇଥିଲା ,ଅମର ଆତ୍ମା ର ସଦ୍ ଗତି ନିମନ୍ତେ ନିଜ ଗାଁ ଭାଟପଡା ପଞ୍ଚାୟତ ନାଉଗୋରଡା ଗାଁ ର ସୁରେନ୍ଦ୍ର ବାରିକ, ମିଥୁନ ପଣ୍ଡା, ଅକ୍ଷୟ ବାରିକ, ମିକିରାଉଳ, ଆକାଶ ସାହୁ, ବିଶ୍ବମୋହନ ରାଉତ, ବବୁଲ ସାହୁଙ୍କ ଅଧ୍ୟକ୍ଷତାରେ ଶତାଧିକ ଯୁବକ ଓ ବୁଦ୍ଧିଜୀବୀ ମାନେ ମିଶି ଏକ କେଣ୍ଡଲ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରିବା ପରେ ଛକନିକଟରେ ଥିବା ବଜରଙ୍ଗବାଲି ଙ୍କ ପ୍ରତିମୂର୍ତ୍ତି ନିକଟରେ ନୀରବ ପ୍ରାର୍ଥନା କରିବାସହ ଦ୍ବୀପ ଦାନ କରାଯାଇଥିଲା।



