
ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଗତ ଜୁଲାଇ ମାସ ୨୮ତାରିଖ ରାତିରେ କପାଳେଶ୍ୱର ନୂଆସାହି ର ମନୋଜ କୁମାର ବେହେରା ଙ୍କ ଘରେ କେହି ନଥିବା ର ସୁଯୋଗ ନେଇ କିଛି ଦୃବୃତ୍ତ ଘରେ ପଶି ସବୁ ଗହଣା ଓ ନଗଦ ଟଙ୍କା ଚୋରି କରି ନେଇଥିଲେ।ଏହି ଅଭିଯୋଗ ଚୌଦ୍ଵାର ପୁଲିସ କୁ ଲିଖିତ ଆକାର ରେ ଦିଆ ଯାଇଥିଲା।ଏହି କେସ କୁ ଦୃଷ୍ଟି ରେ ରଖି ଚୌଦ୍ଵାର ପୁଲିସ ଆରମ୍ଭ କରିଦେଇଥିଲା ଛାନବିନ।

ମାତ୍ର ଦୁଇ ସପ୍ତାହ ମଧ୍ୟରେ ଚୌଦ୍ଵାର ପୁଲିସ ୬ଜଣଙ୍କୁ ଗିରଫ କରି କେସ ନଂ ୟୁ/ଏସ୍ -୪୫୭/୩୮୦ ଆଇପିସି ରେ କୋର୍ଟ ଚାଲାଣ କରିଛି।ଗୁରଫ ହେଇଥିବା ୬ଜଣ ଲୁଟେରା ସମସ୍ତେ କଟକ ଜିଲାର ଅଟନ୍ତି।ଲୁଟେରା ମାନେ ହେଲେ ଜଗତପୁର ଥାନା ଅନ୍ତର୍ଗତ ଆଇ. ବି ରୋଡ଼ ଅଞ୍ଚଳର ପ୍ରଶାନ୍ତ ପଲେଇ(୨୩) , ଜଗତପୁର ଥାନା ଅନ୍ତର୍ଗତ ପ୍ରଧାନ ସାହି ର ବିଶ୍ଵଜିତ ସାହୁ(୧୯),ମଙ୍ଗଳାବାଗ ଥାନା ଅନ୍ତର୍ଗତ ରାନୀହାଟ ଅଞ୍ଚଳ ର ଅନିଲ ବେହେରା(୨୬),ଜଗତପୁର ଥାନା ଅନ୍ତର୍ଗତ ଲଷ୍ମୀପୁର ର ଗୁରୁବା ମାରଣ୍ଡୀ(୧୮),ମଙ୍ଗଳାବାଗ ଥାନା ଅନ୍ତର୍ଗତ ନୂଆ ପାଟଣା ଅଞ୍ଚଳର ପ୍ରଶାନ୍ତ ସାହୁ(୫୫),ଜଗତପୁର ଥାନା ଅନ୍ତର୍ଗତ ଶବର ସାହି ର ଲଷ୍ମୀଧର ଟୁଡୁ (୨୬)।ପୁଲିସ ଲୁଟେରା ମାନଙ୍କ ପାଖରୁ ୧୬୫ ଗ୍ରାମର ସୁନା ଅଳଙ୍କାର,୨ଟି ଲାପଟପ,୨ଟି ବାଇକ, ଗୋଟିଏ ଆଇରନ କଟର ଏବଂ ଗୋଟିଏ ଡି ଭି ଆର ମେସିନ ଜବତ କରିଛି ପୋଲିସ ।