ଉତ୍ସବ ପର୍ଯ୍ୟଟନ ବଢ଼ାଇବା ନିମନ୍ତେ କାମ କରିବା : ପ୍ରଧାନମନ୍ତ୍ରୀ ମୋଦୀ

ବାସ୍ତବ ବ୍ୟୁରୋ(ନୂଆଦିଲ୍ଲୀ) : ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌କି ବାତ୍‌’ ୫୮ତମ ସଂସ୍କରଣରେ ଦେଶବାସୀଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ସବ ପର୍ଯ୍ୟଟନ ବଢ଼ାଇବା ନିମନ୍ତେ କାମ କରିବାର ବାର୍ତ୍ତା ଦେଇଛନ୍ତି। ଆମ୍ଭମାନଙ୍କ ଜୀବନରେ ଉତ୍ସବ ନୂତନ ଉନ୍ମାଦନା ପ୍ରଜ୍ଜ୍ୱଳିତ କରେ। ପର୍ବପର୍ବାଣି ନିମନ୍ତେ ଆମେ ସ୍ଥାନୀୟ ଜିନିଷ କିଣି ବ୍ୟବହାର କରିବା। ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ କିଛି କିଣାକିଣି କରିବାକୁ ମୁଁ ସବୁବେଳେ ଲୋକମାନଙ୍କୁ କହେ। ସେ ଆହୁରି କହିଛନ୍ତି, କେବଳ ଭାରତରେ ନୁହେଁ ବିଶ୍ୱବ୍ୟାପୀ ଲୋକେ ଦୀପାବଳି ପାଳୁଛନ୍ତି।

ମୁଁ ନିଶ୍ଚିତ ଯେ ଆପଣମାନଙ୍କ ମଧ୍ୟରୁ ସମସ୍ତେ ଅକ୍ଟୋବର ୩୧ ତାରିଖକୁ ମନେରଖିଥିବେ। ସେଦିନ ସର୍ଦାର ପଟେଲଙ୍କ ଜନ୍ମଦିନ। ଦେଶ ସର୍ବଦା ସର୍ଦାର ପଟେଲଙ୍କ ନିକଟରେ ଋଣୀ ରହିବ। ରାଜ୍ୟ ମିଶ୍ରଣ ପାଇଁ ସେ ଦାୟୀ। ଲକ୍ଷାଦ୍ୱୀପ ମିଶ୍ରଣରେ ମଧ୍ୟ ତାଙ୍କର ଭୂମିକା ଥିଲା। ଏ କଥା କାହାରି ସ୍ମରଣ ନ ଥାଏ। ବିକାଶ ପାଇଁ ଯାହା ଆବଶ୍ୟକ ତାହା ଯେମିତି ଲକ୍ଷାଦ୍ୱୀପ ପାଏ ତାହାର ସେ ବନ୍ଦୋବସ୍ତ କରିଥିଲେ। ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି’ ଠାରୁ ଉଚ୍ଚ ‘ ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଆମେ ଭାରତବାସୀଙ୍କୁ ଅର୍ପଣ କରିଛୁ। ଏବେ ସେଠାରେ ସିଜୁ ବାଗାନ୍‌, ଏକତା ନର୍ସରି ଏବଂ ପ୍ରଜାପତି ବାଗାନ୍‌ ତିଆରି କରାଯାଉଛି। ସେଠାରେ ଲୋକେ ଡ୍ରାଗନ୍‌ ଫ୍ରୁଟ ଗଛ ବି ଲଗାଇଲେଣି। ୧୦୦ ଦର୍ଶନୀୟ ସ୍ଥାନ ମଧ୍ୟରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ଟାଇମ୍‌ ମାଗାଜିନ୍‌ ସ୍ଥାନ ଦେଇଛି। ୨୦୧୪ ଠାରୁ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖ ଦିନ ‘ଏକତା ଦିବସ’ ପାଳନ କରୁଛୁ। ଏ ବର୍ଷ ମଧ୍ୟ ଆମେ ‘ରନ୍‌ ଫର୍‌ ୟୁନିଟି’ ଆୟୋଜନ କରୁଛୁ। ପୁରୁଷ, ମହିଳା କିଂବା ପିଲା ସଭିଏଁ ପ୍ରତିବର୍ଷ ଏହି ଦୌଡ଼ରେ ଅଂଶଗ୍ରହଣ କରୁଛନ୍ତି। ‘ରନ୍‌ଫର୍‌ୟୁନିଟିଡଟ୍‌ଇନ୍‌’ ନାମରେ ପୋର୍ଟାଲ୍‌ଟିଏ ବି ଅଛି। ସେଥିରେ ଦୌଡ଼ ବିଷୟରେ ସୂଚନା ଦିଆଯାଇଛି। ଚାଲନ୍ତୁ, ସର୍ଦାର ପଟେଲ୍‌ ଇଚ୍ଛା କରିଥିବା ଏକତାର ଉଚ୍ଛ୍ୱାସକୁ ସର୍ବଦା ପ୍ରସାର କରିବା ।

ମୁଁ ଆଉ ଥରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି। ଆତସବାଜି ଫୁଟାଇବା ବେଳେ ଲୋକେ ନିଶ୍ଚୟ ସତର୍କ ରହିବା କଥା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Oct 27 , 2019
୧-ଆବାସ ଯୋଜନା ସ୍ୱଚ୍ଛତା ପାଇଁ ଖୋଲାଯିବ କଲ ସେଣ୍ଟର, ପ୍ରତ୍ୟକ୍ଷ ଭାବେ ଲୋକଙ୍କ ମତାମତ ନେବେ ସରକାର। ୨-ଜଗତସିଂହପୁର:କାର ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ୫ ଲକ୍ଷ ଟଙ୍କାର ଗହଣା ଲୁଟ୍‌-କାର୍‌ ଚାବି ନେଇ ଗଲେ ଲୁଟେରା । ୩-ସାରା ରାଜ୍ୟରେ ଦୀପାବଳି ଓ ବାଣଫୁଟା ପାଇ ଏପରି ନିଆଯାଇଛି ସୁରକ୍ଷା ପଦକ୍ଷେପ,ରାତି ୧୦ ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ – ସରୁ ଗଳି ପାଇଁ ଏଥର ବାଇକ୍‌ରେ ନିଆଁଲିଭା […]

You May Like

Pin It on Pinterest