
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ମତୋ ପଞ୍ଚାୟତ ଚଷାଖଣ୍ଡ ଗ୍ରାମ ରେ ମୃତ୍ତିକା ସ୍ବାସ୍ଥ୍ୟ ଉପରେ ଆଲୋଚନାରେ ,କୃଷକ ଭାଇ ଓ ଭଉଣୀ ମାନେ କିପରି ନିଜ ର ଚାଷ ଜମି ର ଜତ୍ନ ନେଇ ପାରିବା ସହ କିପରି ଅଧିକରୁ ଅଧିକ ଅମଳ କରିପାରିବେ, ମୃତ୍ତିକା ହ୍ରାସ ନହୋଇ ଅଧିକ ଅମଳ ହୋଇପାରିବ ସେବିଷୟରେ ରାଣିତାଲର କୃଷି ବୈଜ୍ଞାନିକ ଭଗବାନ କବାଟ କୃଷକ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଚଷାଖଣ୍ଡ ଗ୍ରାମ ର ଶତାଧିକ ଚାଷୀଭାଇ ଓ ଭଉଣି ମାନେ ଉପସ୍ଥିତ ରହି କିପରି ବିହନ ବିଶୋଧନ କରିବା,ମୃତ୍ତିକା ବିଶୋଧନ କରିବା, ତଳିଚେର ବିଶୋଧକ, ଜୈବିକ ସରର ପ୍ରୟଗ ପ୍ରଣାଳି, ସବୁଜ ଖତ ବ୍ଯବହାର କରିବା, ସବୁଜ ଖତକୁ ମାଟିରେ ମିଶାଇବା ପ୍ରଣାଳୀ,ମୃତ୍ତିକା ପରୀକ୍ଷା ର ଉପକାରିତା, ମୃତ୍ତିକା ସ୍ବାସ୍ଥ୍ୟ ଓ ନିରନ୍ତର କୃଷି ନିମନ୍ତେ ସମନ୍ବିତ ପୃଷ୍ଟିକର (ଖତସାର)ପରିଚାଳନା ଉପରେ ଭଦ୍ରକ ର ସହକାରୀ କୃଷି ଅଧିକାରୀ ସରୋଜ କୁମାର ଗିରି, ଅତିରିକ୍ତ ଚାନ୍ଦବାଲି ଗୋଷ୍ଠୀ କୃଷି ଅଧିକାରୀ ରଘୁନାଥ ପତି, ଚାନ୍ଦବାଲି ସହକାରୀ କୃଷି ଅଧିକାରୀ ଚଉଧୁରୀ ଜେନା ,ରମେଶ ପାଣିଗ୍ରାହୀ ଉପସ୍ଥିତ ରହି ଚାଷି ମାନଙ୍କୁ କୃଷି ଓ କୃଷକ ସଶକ୍ତିକରଣ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ।



