ମାତିଛି ଦୁର୍ନୀତିର ଡିଆଁ ବେଙ୍ଗ, ମନରେଗାରେ କାମକରି ମଜୁରିଆ ଙ୍କୁ ମିଳୁନି ମଜୁରୀ…

ମାନସୀ ମିଶ୍ର(ମାହାଙ୍ଗା)-ଦୁର୍ନୀତି ର ଡିଆଁ ବେଙ୍ଗ ମାହାଙ୍ଗା ରେ ଡେଇଁ , ଡେଇଁ ସବୁ ଚଳୁ କରିବାରେ ଲାଗିଛନ୍ତି l ଦୁର୍ନୀତି ର ଭୋକ ଏତେ ବଢିଯାଇଛି ଯେ, ଗରିବ ଦଳିତ ମନରେଗା ଶ୍ରମିକ ମାନଙ୍କ ପାରିଶ୍ରମିକ ବି ଖାଇ ହଜମ କରିଦେଉଛନ୍ତି l କରୋନା ସମୟରେ ସରକାର ଗରିବ ଖଟିଖିଆ ଦିନ ମଜୁରିଆ ଙ୍କୁ କାମ ଯୋଗାଇ ଦେବା ନିମନ୍ତେ ଗ୍ରାମାଞ୍ଚଳରେ ମନରେଗା କାର୍ଯ୍ୟ ଯୋଜନା କରିଛନ୍ତି। କିନ୍ତୁ କିଛି ଜବକାର୍ଡ ଧାରୀ ମନରେଗା ଯୋଜନାରେ କାମ କରିଥିଲେ ମଧ୍ୟ, ଆଜକୁ ୨ମାସରୁ ଉର୍ଦ୍ଧ ହେବ ତାଙ୍କର କୋୖଣସି ପାରିଶ୍ରମିକ ଅର୍ଥ ମିଳିନାହିଁ।

ଘଟଣା ଟି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭଦ୍ରେଶ୍ଵର ପଞ୍ଚାୟତର ଝାଢେଶ୍ଵରପୁର୍ ଗ୍ରାମର ୭ନମ୍ଵର ୱାର୍ଡ଼ ଦିନ ମଜୁରିଆ ଙ୍କ କଥା।ଏହି ୱାର୍ଡ ର ଏକ ରାସ୍ତା କାମରେ କିଛି ଜବକାର୍ଡ ଧରୀ ମାନେ କାମ କରିଥଲେ। କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କର ପାରିଶ୍ରମିକ ଅର୍ଥମିଳିନାହିଁ। ଏଠାରେ ସେହି ଜବକାର୍ଡ ଧାରୀ ମାନେ ଅଭିଯୋଗ କରିଛନ୍ତି ଯେ, ଆମେ ମୁଣ୍ଡ ଝାଳ ତୁଣ୍ଡେ ମାରି କାମ କରିଥିଲୁ ଆମ ପରିବାର ପ୍ରତିପୋଷଣ କରିବାପାଇଁ, କିନ୍ତୁ କିଛି ତଥାକଥିତ ରାଜନେତା କୁଚକ୍ର କରି ଜେସିବି ରେ କାମ ହୋଇଛି ବୋଲି କହି ଉପର ମହଲରେ ଚାପ ପକାଇ ଆମର ପାରିଶ୍ରମିକ ଅର୍ଥକୁ ବନ୍ଦ୍ କରି ଦେଇଛନ୍ତି ।

ଏ ବାବଦରେ ସେମାନେ ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ କରିବାରୁ ସରପଞ୍ଚ ନାଚାର୍ । ଏଠି ପ୍ରଶ୍ନ ଉଠିଛି ଏହି ଗରୀବ ନିଷ୍ପେସିତ ଗ୍ରାମାଞ୍ଚଳ ଲୋକମାନଙ୍କପାଇଁ କାହିଁକି ସାଜିଛି ବାଧକ।ତେବେ ଦେଖିବାକୁ ବାକି ରହିଲା ଏହି ଗରୀବ, ନିଷ୍ପେସିତ ଦିନ ମଜୁରିଆଙ୍କୁ କେବେ ମିଳୁଛି ନ୍ୟାୟ ତଥା ଧାର୍ଯ୍ୟ ପାରିଶ୍ରମିକ ଅର୍ଥ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Aug 19 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୧୫୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୮୧୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୬୬୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୮୧୩୧୬ ଜଣ […]

You May Like

Pin It on Pinterest