ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୧୫୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୮୧୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୬୬୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୮୧୩୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଓଡ଼ିଶାରେ ଆସି ପହଂଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭୁବନେଶ୍ୱର ଏୟାରପୋର୍ଟ ରେ ଠିକ୍ ଦିନ ୯ଟା ସମୟରେ ଆସି ଦୁଇ ମନ୍ତ୍ରୀ ପହଂଚିଛନ୍ତି ।ତାଙ୍କୁ ସ୍ୱାଗତ କରିବା ପାଇଁ ବିପୁଳ ପରିମାଣରେ ଲୋକ ଉପସ୍ଥିତ ହେବା ସହ ବିଭିନ୍ନ ମନ୍ତ୍ରୀ ମଧ୍ୟ ତାଙ୍କୁ ସ୍ୱାଗତ କରିବା ପାଇଁ ଆଗେଇ ଆସିଛନ୍ତି । ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପରେ ଏହା ଶିକ୍ଷାମନ୍ତ୍ରୀଙ୍କ ପ୍ରଥମ ଓଡ଼ିଶାଗ୍ରସ୍ତ ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୧ ଜିଲ୍ଲା ହେଲା- ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର ଓ ବରଗଡ଼ । ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ସେହିପରି ଅଗଷ୍ଟ ୨୦ ତାରିଖ ମଧ୍ୟରେ ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଆଦି ଜିଲ୍ଲାର ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାଗୁଡ଼ିକୁ ବି ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ୟୁଜିସି ମାନ୍ୟତା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ । ଏନେଇ ୟୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି,ଏହି ନିଷ୍ପତ୍ତି ଦ୍ୱାରା ଜନଜାତି ବହୁଳ କଳାହାଣ୍ଡି ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ ।
ସେପ୍ଟେମ୍ବର ୧ରୁ କୋଭିଡ୍ କଟକଣା ମଧ୍ୟରେ ଖୋଲିବ ଲିଙ୍ଗରାଜ ମନ୍ଦିର । ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ଅନୁଯାୟୀ, ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ । ସମସ୍ତ ଶ୍ରଦ୍ଧାଳୁ ବାହାର କାଠ ନିକଟରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ । ମନ୍ଦିର ଖୋଲିବା ନେଇ ସର୍କିଟ ହାଉସରେ ବୈଠକ ବସିଥିବା ବେଳେ ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ, ମନ୍ଦିର କାର୍ଯ୍ୟକାରୀ ଅଧିକାରୀ, ଏଡିଏମ, ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ୩ ନିଯୋଗ ସମ୍ପାଦକ ଉପସ୍ଥିତ ଥିଲେ ।ବ୍ରାହ୍ମଣ ନିଯୋଗ ସମ୍ପାଦକଙ୍କ ସୂଚନା ଅନୁସାରେ, କୋଭିଡ ଗାଇଡଲାଇନ୍ ପାଳନ ସହ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ଡବଲ୍ ଡୋଜ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଛି । ଏଥିସହ ସମସ୍ତେ ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ଏବଂ ସାମାଜିକ ଦୂରତା ଉପରେ ପ୍ରାଧାନ୍ୟ ଦିଆଯିବ ।
ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬,୪୦୧ ଜଣ ନୂତନ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି | ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୫୩୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ମୁତାବକ ୩୯,୧୫୭ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ବର୍ତ୍ତମାନ ଦେଶରେ ୩,୬୪,୧୨୯ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି।
ଆଜି (ଗୁରୁବାର) ସକାଳୁ ମେରଠ ଏବଂ କଶ୍ମୀରରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । କୌଣସି ଧନ ଜୀବନ କ୍ଷତି ହୋଇନାହିଁ । ଭୂକମ୍ପ ସଂପର୍କରେ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ଅନୁସାରେ ଜମ୍ମୁ କଶ୍ମୀରର କଟରା ଏବଂ ଉତ୍ତର ପ୍ରଦେଶର ମେରଠରେ ଆଜି ଭୋର ସକାଳୁ ଭୂକମ୍ପ ଅନୁଭୂତ ହୋଇଥିଲା । କଟରାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ଥିଲା । ସେହିପରି ମେରଠରେ ଏହା ୨.୭ ରେକର୍ଡ କରାଯାଇଥିଲା । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ଅନୁସାରେ, କଟରାରେ ସକାଳ ୫ଟା ୮ ମିନିଟରେ ଭୂକମ୍ପ ଆସିଥିଲା ।
ହିମାଚଳ ପ୍ରଦେଶ ବୁଲିବାକୁ ଯିବା ପାଇଁ ଚାହୁଁଥିବା ଲୋକଙ୍କୁ ବାଧ୍ୟତାମୂଳକ ଭାବେ ଅନ୍ଲାଇନ୍ ପଂଜୀକରଣ କରାଯିବ । ରାଜ୍ୟର ପ୍ରତ୍ୟେକ ସ୍ଥାନରେ କୋଭିଡ ଇ-ପଂଜୀକରଣ ବ୍ୟବସ୍ଥା ରହିବ । ସରକାର ଏଥି ପାଇଁ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି । ୧୮ ବର୍ଷରୁ କମ ପିଲା ହିମାଚଳ ପ୍ରଦେଶ ବୁଲିବାକୁ ଗଲେ ପାଖରେ ଅଭିଭାବକ ଉପସ୍ଥିତ ରହିବା ଦରକାର । ଅଥବା ପିଲାମାନଙ୍କର ଅଭିଭାବକମାନେ କୋଭିଡ-୧୯ ଟିକାର ଉଭୟ ଡୋଜ ନେଇଥିବା ଆବଶ୍ୟକ ।
ପାକିସ୍ତାନର କୁଖ୍ୟାତ ଗୁପ୍ତଚର ଏଜେନ୍ସି ଆଇଏସଆଇ ପଞ୍ଜାବରେ ଆତଙ୍କ ସୃଷ୍ଟି କରିବା ପାଇଁ ଏକ ଷଡଯନ୍ତ୍ର ରଚିଛି। ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ମାଧ୍ୟମରେ ପଞ୍ଜାବରେ ଧାର୍ମିକ ସ୍ଥାନ ଏବଂ ଧାର୍ମିକ ନେତାମାନଙ୍କୁ ଆକ୍ରମଣ କରିବା ପାଇଁ ଆଇଏସଆଇ ଷଡ଼ଯନ୍ତ୍ର କରିଛି | ଅମୃତସରରେ ଧରାପଡିଥିବା ଦୁଇ ଆତଙ୍କବାଦୀ ସାମି ଏବଂ ଅମୃତପାଲ ସିଂ ବୁଧବାର ପଚରାଉଚରା ବେଳେ ଅନେକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।ସେମାନେ କହିଛନ୍ତି ଯେ ଆଇଏସଆଇ ସହଯୋଗରେ ବି.କେ.ଆଇ ଆତଙ୍କବାଦୀମାନେ ବିପୁଳ ମାତ୍ରାରେ ହ୍ୟାଣ୍ଡଗ୍ରେନେଡ ଭାରତକୁ ଆଣିଛନ୍ତି ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୧ କୋଟି ୪୩ ହଜାର ୩୮୩ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୪ ଲକ୍ଷ ୩ ହଜାର ୯୨୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟି ୮୧ ଲକ୍ଷ ୭୫ ହଜାର ୫୨ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୭୪ ଲକ୍ଷ ୬୪ ହଜାର ୪୦୮ ଜଣ ଲୋକ ସକ୍ରିୟ ଅଛନ୍ତି ।
ଆଫଗାନିସ୍ତାନରେ ଭାରତ ସରକାର ବିଭିନ୍ନ ପ୍ରକଳ୍ପରେ ପ୍ରାୟ ୩ ଶହ କୋଟି ଡଲାର ବିନିଯୋଗ କରିଛି ଏବଂ ଅନେକ ପ୍ରକଳ୍ପ ଏବେ ବି ନିର୍ମାଣାଧୀନ ରହିଛି। ତାଲିବାନ ଦେଶର କ୍ଷମତା ଦଖଲ କରିବା ପରେ ଏବେ ଏହି ଅସଂପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାମ ସାରିବା ପାଇଁ ଭାରତକୁ କହିଛି। ତାଲିବାନ ପ୍ରବକ୍ତା ସୁହେଲ ସାହିନ୍ ଏକ ପାକିସ୍ତାନୀ ଚ୍ୟାନେଲ୍କୁ କହିଛନ୍ତି, ଭାରତ ସରକାର ଆଫଗାନବାସୀଙ୍କ କଲ୍ୟାଣ ପାଇଁ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିଥିଲେ ଏବଂ ଏହାକୁ ଯଦି ଶେଷ କରିବାକୁ ଚାହିବେ ତା’ହେଲେ ଆମର କୌଣସି ଆପତ୍ତି ନାହିଁ।
ଯଦିଓ ତାଲିବାନ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ଫେରିଛି । ତଥାପି ବର୍ତ୍ତମାନ ତାଲିବାନ ପୁରା କାଙ୍ଗାଳ ହୋଇ ରହିବ । ଆମେରିକା ୭୦୬ ବିଲିୟନ ଟଙ୍କା ମୂଲ୍ୟର ସମ୍ପତ୍ତି ଫ୍ରିଜ୍ କରିବା ପରେ ଆତଙ୍କବାଦୀ ସଂଗଠନ ତାଲିବାନ ଆଉ ଏକ ଝଟ୍କା ଲାଗିଛି । ଆଇଏମ୍ଏଫ୍ ଅର୍ଥାତ୍ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ତାଲିବାନ ଦ୍ୱାରା ଆଫଗାନିସ୍ତାନକୁ ଏହାର ସମ୍ବଳ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି।ମିଡିଆ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ଶାସନକୁ ଆସିବା ପରେ ତାଲିବାନ ଉପରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲାଗିବା ଆରମ୍ଭ ହୋଇଛି । ଆଇଏମ୍ଏଫ୍ ଅର୍ଥାତ୍ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି କହିଛି ଯେ, ତାଲିବାନ ଦ୍ୱାରା ଆଫଗାନିସ୍ତାନକୁ ଏହାର ସମ୍ବଳ ବ୍ୟବହାର କରିପାରିବ ନାହିଁ । ଏହାସହିତ କୌଣସି ପ୍ରକାର ସହଯୋଗ ମିଳିପାରିବ ନାହିଁ ।