
ଆଶିଷ (ରାଜକନିକା)କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ଆଳି ଓ ରାଜକନିକା ବ୍ଲକ ର ଉଭୟ ବ୍ଲକ ରେ ଥିବା ଖରସ୍ରୋତା ନଦୀ ର ମଧୁର ପାନୀୟ ଜଳ ଯୋଗାଣ ପାଇଁ ଖରସ୍ରୋତା ସଂଗ୍ରାମ ସମିତି ପକ୍ଷରୁ ଆନ୍ଦୋଳନ ଜାରି ରହିଛି ତେଣୁ ଖରସ୍ରୋତା ନଦୀ ର ତଟବର୍ତି ଗ୍ରାମ ଭାରିଗଦା କୂଳକୁ ୧୪୪ଧାରା ଜାରି କରାଯାଇଛି ।
ଉକ୍ତ ସ୍ଥାନରେ ୧୬ରୁ ୨୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ଓ ଆଜି ଆଳି ନିର୍ବାଚନ ମଣ୍ଡଳୀର ପତ୍ରପୁର ନିକଟରେ ଥିବା ବ୍ରାହ୍ମଣୀ ନଦୀର ସେତୁବନ୍ଧ ଉପରେ କେନ୍ଦ୍ରାପଡା ଜିଲ୍ଲାର ଯୁବ କଂଗ୍ରେସ ସଭାପତି ସତ୍ୟ ପରିଡା ଙ୍କର ଅନୁରୋଧ କ୍ରମେ ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ଯୋଗ ଦେଇଥିଲେ ।
ବ୍ଲକ କଂଗ୍ରେସ କମିଟି ପକ୍ଷରୁ କଟକ ଚାନ୍ଦବାଲି ମୁଖ୍ୟ ରାଜପଥକୁ ସଂଯୋଗ କରୁଥିବା ୨୦ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିଥିଲେ ତାଙ୍କ ସହିତ ସତ୍ୟ ପରିଡା, ମଂଗୁଳି ଚରଣ ବେହେରା,କ୍ଷୀରୋଦ କୁମାର ବେହୁରିଆ ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇଥିଲେ ଏବଂ ଦୀର୍ଘ ଦୁଇ ଘଣ୍ଟା ଧରି ଲୋକ ମାନେ ଅଟକି ରହିଥିଲେ ସକାଳ ପ୍ରାୟ ୯ ଘଟିକା ଠାରୁ ଆରମ୍ଭ ୧୧ଘଟିକା ପର୍ଯ୍ୟନ୍ତ ରାସ୍ତା ରୋକ ଲାଗିରହିଥିଲା ଦୁଇ ଘଣ୍ଟା ପରେ ରାସ୍ତା ରେ ଯାନବାହାନ ଚଳାଚଳ ହୋଇଥିଲା ।