ମାଲକାନଗିରି ଜିଲ୍ଲାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…

ପ୍ରଭାତ ସାହା(ମାଲକାନଗିରି):ବହୁ ଚର୍ଚ୍ଚିତ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ ହୋଇଛି । ମାଲକାନଗିରି ସଂସ୍କୃତି ଭବନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡର (BSKY )ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଛନ୍ତି ଓଡ଼ିଆର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦେଶରେ ଗରିବ ରାଜ୍ୟ ଭାବେ ପରିଗଣିତ ଓଡିଶାରେ ସ୍ମାର୍ଟ ହେଲଥ କାର୍ଡ ପ୍ରଦାନରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବିତରଣର ଶୁଭାରମ୍ଭ କରିଛନ୍ତି ମାଲକାନଗିରି ଜିଲ୍ଲାରୁ ।

ଆଜି ଜିଲ୍ଲାର କିଛି ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡର (BSKY ) ସ୍ମାର୍ଟ କାର୍ଡ ବିତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୁଭାରମ୍ଭ କାର୍ଯ୍ୟକ୍ରମରେ ୮ଜଣ ମନ୍ତ୍ରୀ ଓ ୭ରୁ ଅଧିକ ବିଧାୟକ ଓ ବିଭିନ୍ନ ପଦାଧିକାରୀ ଉପସ୍ଥିତ ରହିଛନ୍ତି । ମାଲକାନଗିରି ଜିଲ୍ଲାର ୧ ଲକ୍ଷ ୫୫ ହଜାର ୮୨୩ ଜଣ ହିତାଧିକାରୀଙ୍କୁ ବଣ୍ଟାଯିବ ଏହି ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡର (BSKY ) । ଚଳିତ ଅଗଷ୍ଟ ୨୧ରୁ ୨୫ ମଧ୍ୟରେ ସମସ୍ତ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ଜାତୀୟ ଓ ରାଜ୍ୟ ସୁରକ୍ଷାରେ ସାମିଲ ହିତାଧିକାରୀଙ୍କୁ ଏହି ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ (ବିଏସକେୱ୲ଇ) କାର୍ଡ । ଏହା ସହ ଅନ୍ନପୂର୍ଣ୍ଣା ଓ ଅନ୍ତ୍ୟୋଦୟ ହିତାଧିକାରୀଙ୍କୁ ମଧ୍ୟ ଏହି BSKY କାର୍ଡ ମିଳିବ । ରାଜ୍ୟର ମୋଟ ୯୬ ଲକ୍ଷ ପରିବାରକୁ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟାଯିବାର ଲକ୍ଷ ରଖାଯାଇଛି । ମାଲକାନଗିରି ଜିଲ୍ଲାରେ ୩୮୧ଟି ସ୍ବାସ୍ଥ୍ୟ କାର୍ଡ ବିତରଣ କେନ୍ଦ୍ରରେ ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଖରସ୍ରୋତା ସଂଗ୍ରାମ ସମିତି ଆନ୍ଦୋଳନ ରେ ଆଳି,ରାଜକନିକା ବ୍ଲକ୍ କଂଗ୍ରେସର ରାସ୍ତା ରୋକ୍ ଅଭିଯାନ...

Fri Aug 20 , 2021
ଆଶିଷ (ରାଜକନିକା)କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ଆଳି ଓ ରାଜକନିକା ବ୍ଲକ ର ଉଭୟ ବ୍ଲକ ରେ ଥିବା ଖରସ୍ରୋତା ନଦୀ ର ମଧୁର ପାନୀୟ ଜଳ ଯୋଗାଣ ପାଇଁ ଖରସ୍ରୋତା ସଂଗ୍ରାମ ସମିତି ପକ୍ଷରୁ ଆନ୍ଦୋଳନ ଜାରି ରହିଛି ତେଣୁ ଖରସ୍ରୋତା ନଦୀ ର ତଟବର୍ତି ଗ୍ରାମ ଭାରିଗଦା କୂଳକୁ ୧୪୪ଧାରା ଜାରି କରାଯାଇଛି । ଉକ୍ତ ସ୍ଥାନରେ ୧୬ରୁ ୨୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି […]

You May Like

Pin It on Pinterest