ସରକାରଙ୍କ ପାଖରେ ଜୀବନ ଭିକ୍ଷା ମାଗୁଛି ରାମା କବାସୀ….

ପ୍ରଭାତ ସାହା(ମାଲକାନଗିରି) ମାଲକାନଗିରି ଜିଲ୍ଲା ଚଲାଣଗୁଡା ଗ୍ରାମ ପଞ୍ଚାୟତ ନୁଆଁଗୁଡା ଗ୍ରାମର ରାମା କବାସୀ ବୟସ ପାଖାପାଖି ୪୦ । ବର୍ତ୍ତମାନ ଦିର୍ଘ ତିନି ମାସ ହେବେ ସେ ଜିହ୍ୱା କର୍କଟ ରୋଗରେ ଆକ୍ରାନ୍ତ । ନା ସେ ଠିକ ସେ କହି ପାରୁଛନ୍ତି ନା ଠିକ ସେ କିଛି ଖାଇ ପାରୁଛନ୍ତି । ଆର୍ଥିକ ସ୍ଥିତି ଖରାପ ଯୋଗୁ ସେ ଭଲରେ ଚିକିତ୍ସା ମଧ୍ୟ୍ୟ ହୋଇ ପାରୁନାହାନ୍ତି ।ଘରର ସେ ଏକମାତ୍ର ରୋଜଗାରିଆ ହୋଇ ପରିବାର ପ୍ରତିପୋଷଣ କରୁଥିଲେ କିନ୍ତୁ ବିଧିର ବିଧାନ ସବୁ ବିଗାଡି ଦେଇଛି ରାମା କବାସୀ କ୍ଷେତ୍ରରେ । ସେ ନିଜ ଚାଷ ଜମି ରେ ପନିପରିବା ଚାଷ କରି ଭଲ ଦି ପଇସା ରୋଜଗାର କରୁଥିଲେ ।

ଦେହ ଖରାପ ଯୋଗୁ ସେ ପ୍ରଥମେ ମାଲକାନଗିରି ହସ୍ପିଟାଲ ରେ ଦେହ ଦେଖାଇଥିଲେ ପରେ ମେଡିକାଲ ଚିକିତ୍ସା ବେଳେ ତାଙ୍କୁ କର୍କଟ ରୋଗ ହୋଇଥିବା ଜାଣିବାକୁ ପାଇଲେ ପରେ ତାଙ୍କୁ କଟକ ଏକ ଘରୋଇ ମେଡିକାଲରେ ଆଚାର୍ଯ୍ୟ ହରିହର ରେଜିନାଲ କ୍ୟାନ୍ସର ସେଣ୍ଟର ଚିକିତ୍ସା ପାଇଁ ମାଲକାନଗିରି ଜିଲ୍ଲା ହସ୍ପିଟାଲ ରୁ ପଠାଯାଇଥିଲା ଆର୍ଥିକ ସ୍ଥିତି ଖରାପ ଯୋଗୁ ଠିକରେ ଚିକିତ୍ସା କରିପାରିନଥିବାରୁ ସେଠାରେ ଆଠ ଦିନ ରହି ନିଜ ଘର କୁ ଫେରିଆସିଥିଲେ l ସେ ଜଣେ ଆଦିବାସୀ ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ ଚିକିତ୍ସା ପାଇଁ କୌଣସି ସୁବିଧା ପାଇ ପାରି ନାହାନ୍ତି ବୋଲି ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଥିଲେ l

ବର୍ତମାନ ସେ ଦେଶୀ ଔଷଧ ଉପରେ ନିର୍ଭର କରି ତାଙ୍କ ପରିବାର ଲୋକେ ରାମା ର ଚିକିତ୍ସା କରିଚାଲିଛନ୍ତି ଯାହା ବର୍ତମାନ ସଂକ୍ରମଣ ଯୋଗୁଁ ତାଙ୍କ ତଣ୍ଟି ପାଖରେ ଗର୍ତ୍ତ ସୃଷ୍ଟି ହୋଇଯାଇଛି l ସେ ବର୍ତମାନ ଠିକରେ କଥା କହି ପାରୁନାହାନ୍ତି କି ଖାଇ ପାରୁନାହାନ୍ତି l ନିଜ ଜମି, ଗାଇ, ଛେଳି, ମେଣ୍ଢା କୁକୁଡ଼ା ବିକ୍ରି କରିବା ସହ ବର୍ତମାନ ଏହି ଚିକିତ୍ସା ପାଇଁ ସେ ୨ ୩ ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି କିନ୍ତୁ ଭଲ ହେଉନାହାନ୍ତି l ଅନ୍ୟ ପଟେ କିପରି ପରିବାର ଚଳିବ ତାହା ମଧ୍ୟ ତାଙ୍କୁ ଚିନ୍ତା ଘାରିଛି । ଘର ର ଦୁଇ ଛୋଟ ଝିଅ ଓ ଦୁଇ ପୁଅ ଅଛନ୍ତି ।ତାଙ୍କ ସ୍ତ୍ରୀ ଆଇତି କବାସୀ ନିଜ ସ୍ୱାମୀକୁ ଉତ୍ତମ ଚିକିତ୍ସା ପାଇଁ ବହୁ କରଜ କରିଥିଲେ ସୁଦ୍ଧା ସେ ଭଲ ହେଉନାହାନ୍ତି l

ଗ୍ରାମାବାସୀ କିଛି ସାହାଯ୍ୟ କଲେ ଘର ଚଳେ ନଚେତ ଭୋକ ଉପସାରେ ରହିଯାଆନ୍ତି ପରିବାର । ତେଣୁ ତାଙ୍କ ସ୍ତ୍ରୀ ସ୍ୱାମୀ ର ଉତ୍ତମ ଚିକିତ୍ସା ପାଇଁ ପ୍ରଶାସନର ସାହାଯ୍ୟ ମାଗିବା ସହ ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି । କିଛି ଆର୍ଥିକ ସାହାଯ୍ୟ ମିଳିଲେ ରାମ କବାସୀ ଭଲ ଚିକିତ୍ସା ହୋଇପାରନ୍ତା l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣଵ...

Sat Aug 21 , 2021
ଦୀପକ ସାହୁ(କଳାହାଣ୍ଡି) କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଆଜି ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସି କୋକସରା ବ୍ଲକ ଆମପାଣିରେ ପହଞ୍ଚିବାପରେ ଦଳୀୟ କର୍ମୀ ଓ ନେତାମାନେ ତାଙ୍କୁ ଭବ୍ୟ ସ୍ଵାଗତ କରିଥିଲେ। ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଞ୍ଚଳର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ଦେବଙ୍କୁ ଦର୍ଶନ କରି ମନ୍ଦିର ପରିସରରେ ବୃକ୍ଷରୋପଣ କରିଥିଲେ। ଏହାପରେ ମନ୍ତ୍ରୀ ବୈଷ୍ଣବ ଜନ […]

You May Like

Pin It on Pinterest