ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଚୌଦ୍ୱାରରେ ବରିଷ୍ଠ ନାଗରିକ ଙ୍କ ପାଇଁ ଶୌଚାଳୟ…

ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଚୌଦ୍ୱାର ରେ ଥିବା ଇମ୍ଫା କମ୍ପାନୀର ସାମାଜିକ ଓ ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲ୍ଲା ପଣ୍ଡା ଫାଉଣ୍ଡେସନ ତରଫରୁ ଚୌଦ୍ୱାର ରେ ଥିବା ବୈଦେଶ୍ୱର କଲୋନୀରେ ମା ଦକ୍ଷିଣେ ଶ୍ୱର କାଳୀ ମନ୍ଦୀର ପ୍ରାଙ୍ଗଣରେ ଥିବା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ଶୌଚାଳୟ ଉଦ୍ଘାଟନ କରାଯାଇ ଅଛି ।

ଇମ୍ଫା ର ମାନବ ସମ୍ବଳ ଅଧିକାରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ରାଓ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ମନ୍ଦିରର ପ୍ରତିଷ୍ଠାତା ଶ୍ରୀ ବିରେନ୍ଦ୍ର ନାଥ ଦାସ, ବୈଦେଶ୍ୱର କଲୋନୀ କମିଟି ସମ୍ପାଦକ ଶ୍ରୀ ପିତାମ୍ବର ସାମଲ,ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ଶ୍ରୀ ଅଜୟ ମହାପାତ୍ର, ଅଙ୍ଗାର ଯୋଡ଼ି ଗାଁ କଲ୍ୟାଣ ସମିତି ସଭାପତି ଶ୍ରୀ ହେମନ୍ତ କୁମାର ସିଂ, ଦକ୍ଷିଣେଶ୍ୱର କାଳୀ ମନ୍ଦିର ସମିତି ସମ୍ପାଦକ ଓ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସୁକାନ୍ତ କୁମାର ମହାନ୍ତି,ଶ୍ରୀ ପ୍ରଫୁଲ୍ଲ ଦାସ, ଶ୍ରୀ କୀର୍ତ୍ତନ ପାତ୍ର, ଶ୍ରୀ ରବୀନ୍ଦ୍ର ମଲ୍ଲ, ଶ୍ରୀ କିଶୋର ମହାନ୍ତି ଓ ଶ୍ରୀ ନୀଳମଣି କର ଉପସ୍ଥିତ ରହି ଇମ୍ଫା ର ଏଭଳି ଜନହିତକାରି କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ ।

ଇମ୍ଫା ର ଅଧିକାରୀ ଶ୍ରୀ ମାନସ ରଞ୍ଜନ ପ୍ରଧାନ ଓ ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଧ୍ରୁବ ଚରଣ ରାଉତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆଗକୁ କିପରି ଆହୁରି ଜନହିତକରୀ କାର୍ଯ୍ୟ ଜାରି ରହିବ ସେ ବିଷୟରେ ଆଲୋଚନା କରିଥିଲେ। ଶେଷରେ ଶ୍ରୀ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାଥିଲି ଗୁଳିକାଣ୍ଡ ରେ ସହୀଦ ବୀର ମାନଙ୍କୁ ଭାବପୂର୍ଣ ଶ୍ରଧାଂଜଳି....

Sat Aug 21 , 2021
ପ୍ରଭାତ ସାହା(ମାଲକାନଗିର):୨୧/୦୮/୨୦୨୧ ପବିତ୍ର ଅଗଷ୍ଟ କ୍ରାନ୍ତି ସପ୍ତାହର ଆନୁକୂଲ୍ୟରେ ମାଥିଲି ଗୁଳିକାଣ୍ଡ ଦିବସ, ଶହୀଦ ପୀଠ ମାଥିଲି ଠାରେ ଶ୍ରଧା ଓ ଭାବପୂର୍ଣ ହୃଦୟ ରେ ପାଳିତ ହୋଇଯାଇଛି ।ମହାପୁରୁଷ ଜାତି ର ପିତା ମହାତ୍ମା ଗାନ୍ଧୀ କଂ ଅସହଯୋଗ ଆନ୍ଦୋଳନ ଓ “କର ବା ମର “ଡାକରା ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ଜାତି ଓ ଜନଜାତି ଆଦିବାସୀ ଭାଇ ମାନଙ୍କୁ ଦେଶପ୍ରେମ ରେ ଉଦ୍ ବୃଦ୍ଧ କରିଥିଲା […]

You May Like

Pin It on Pinterest