ମାଥିଲି ଗୁଳିକାଣ୍ଡ ରେ ସହୀଦ ବୀର ମାନଙ୍କୁ ଭାବପୂର୍ଣ ଶ୍ରଧାଂଜଳି….

ପ୍ରଭାତ ସାହା(ମାଲକାନଗିର):୨୧/୦୮/୨୦୨୧ ପବିତ୍ର ଅଗଷ୍ଟ କ୍ରାନ୍ତି ସପ୍ତାହର ଆନୁକୂଲ୍ୟରେ ମାଥିଲି ଗୁଳିକାଣ୍ଡ ଦିବସ, ଶହୀଦ ପୀଠ ମାଥିଲି ଠାରେ ଶ୍ରଧା ଓ ଭାବପୂର୍ଣ ହୃଦୟ ରେ ପାଳିତ ହୋଇଯାଇଛି ।ମହାପୁରୁଷ ଜାତି ର ପିତା ମହାତ୍ମା ଗାନ୍ଧୀ କଂ ଅସହଯୋଗ ଆନ୍ଦୋଳନ ଓ “କର ବା ମର “ଡାକରା ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ଜାତି ଓ ଜନଜାତି ଆଦିବାସୀ ଭାଇ ମାନଙ୍କୁ ଦେଶପ୍ରେମ ରେ ଉଦ୍ ବୃଦ୍ଧ କରିଥିଲା ।

ବୀର ଶହୀଦ ଲକ୍ଷ୍ମଣ ନାୟକ, ତେନ୍ତୁଳି ଗୁମ୍ମା ମାଟି ରୁ ସମଗ୍ର ମାଲକାନଗିରି ବାସୀ କୁଂ ଫିରିଂଗି ମାନଙ୍କୁ ଘଉଡାଇ ବାକୁ ସପଥ ନେଇ ପ୍ରବଳ ବର୍ଷା ସତ୍ୱେ କିଆଂଗ ନଦୀ ପାରି ହୋଇ ନିଜର ଘନିଷ୍ଠ ବଂଧୁ ବଳରାମ ପୂଜାରୀ କଂ ସହ ବିଭିନ୍ନ ଆଦିବାସୀ ଭୂମିଆଁ ମାନଙ୍କ ସହାୟତା ରେ ମାଥିଲି ହାଟ ନିକଟରେ ଥିବା ଇଂରେଜ ଶାସନାଧୀନ ମାଥିଲି ଥାନା କୁ ଘେରାଉ କରିଥିଲେ । ୟୁନିୟନ ଜ୍ୟାକ୍ ର ପତ୍ତାକା କୁ ଉପାଡି ଫିଂଗି ଭାରତୀୟ ଜାତୀୟ ପତାକା ତ୍ରିରଂଗା କୁ ଉତ୍ତୋଳନ କରିଥିଲେ । ଇଂରେଜ ସରକାର କଂ ଆଦେଶ ରେ ବୀର ଦେଶପ୍ରେମୀ ମାନଙ୍କୁ ଗୁଳି କରାଯାଇଥିଲା ଓ ଏଥିରେ ପାଞ୍ଚ ଜଣ ବୀର ଶହୀଦ ହେବା ସହ ଅନ୍ୟାୟ ଭାବରେ ବୀର ସହୀଦ ଲକ୍ଷ୍ମଣ ନାୟକ କୁଂ ଗିରଫ କରି ବ୍ରହ୍ମପୁର ଜେଲ କୁ ପଠାଇ ଦିଆ ଯାଇଥିଲା ।

ପରେ ସେଠାରେ ଏ ଅବିଭକ୍ତ କୋରାପୁଟ ମାଟିର ସୁଯୋଗ୍ୟ ସନ୍ତାନ ବୀର ସହୀଦ ଭୂମିଷ୍ଟ ଭୂମିଆଁ ଲକ୍ଷ୍ମଣ ନାୟକ କୁଂ ଫାଶୀ ଖୁଣ୍ଟ ରେ ଝୁଲାଇ ଦିଆଗଲା । ଅଗଷ୍ଟ କ୍ରାନ୍ତି ଦିବସ ର ଏକୋଇଶି ତାରିଖ କୁ ସମଗ୍ର ଓଡିଶା ରେ ମାଥିଲି ଗୁଳିକାଣ୍ଡ ଦିବସ ଭାବରେ ଶହୀଦ ପୀଠ ମାଥିଲି ଠାରେ ଶ୍ରଧା ଓ ଭାବପୂର୍ଣ ଭାବରେ ପାଳନ କରାଯାଇଥାଏ ।

ଆଜି ସେହି ବୀର ଶହୀଦ ମାନକୁଂ ଶ୍ରଧାଂଜଳି ଅର୍ପଣ ନିମନ୍ତେ ମାନ୍ଯବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ମାନ୍ଯ ବର ଅନୁସୂଚିତ ଜାତି ଓ ଜନଜାତି, ପଛୁଆବର୍ଗ ବିକାଶ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ମାନ୍ଯ ବର ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ, ମାନ୍ଯ ବର ସାଂସଦ ନବରଙ୍ଗପୁର ଶ୍ରୀ ରମେଶ ଚନ୍ଦ୍ର ମାଝୀ, ମାନ୍ଯ ବର ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ସଂସ୍କୃତି ବିଭାଗ ଚେୟାରମ୍ୟାନ୍ ଶ୍ରୀ ମାନସ ମାଡକାମୀ ପ୍ରମୁଖ ଯୋଗ ଦେଇ ବୀର ଶହୀଦ ମାନକଂ ଅମ୍ଳାନ ପ୍ରତିଭା ର ଭୂୟୋଶି ପ୍ରଶଂସା ସହ ଭାବପୂର୍ଣ ଶ୍ରଧାଂଜଳି ଅର୍ପଣ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Aug 22 , 2021
ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମା । ପରମ୍ପରା ଅନୁସାରେ ଏହି ଦିନ ଭଉଣୀମାନେ ପ୍ରତ୍ୟୁଷରୁ ସ୍ନାନ ସାରି ଦୀପ ଜଳାଇ ଚନ୍ଦନ ସିନ୍ଦୁର, ଅରୁଆ ଚାଉଳ ଓ ରାକ୍ଷୀ ସହ ପୂଜା ଥାଳି ପ୍ରସ୍ତୁତ କରି ଭାଈକୁ ଅପେକ୍ଷା କରିଥାନ୍ତି । ଭଗବାନଙ୍କୁ ପୂଜା କରିସାରି ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି । ତେବେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି କରୋନା […]

You May Like

Pin It on Pinterest