ଆଜିର ଖାସ୍ ଖବର

ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମା । ପରମ୍ପରା ଅନୁସାରେ ଏହି ଦିନ ଭଉଣୀମାନେ ପ୍ରତ୍ୟୁଷରୁ ସ୍ନାନ ସାରି ଦୀପ ଜଳାଇ ଚନ୍ଦନ ସିନ୍ଦୁର, ଅରୁଆ ଚାଉଳ ଓ ରାକ୍ଷୀ ସହ ପୂଜା ଥାଳି ପ୍ରସ୍ତୁତ କରି ଭାଈକୁ ଅପେକ୍ଷା କରିଥାନ୍ତି । ଭଗବାନଙ୍କୁ ପୂଜା କରିସାରି ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି । ତେବେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି କରୋନା କଟକଣା ମଧ୍ୟରେ ରାକ୍ଷୀ ପୂର୍ଣ୍ଣିମା ପାଳନ ହେଉଛି ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୫୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩୫୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୦୯୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୩୦୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୮୪୨୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ନନ୍ଦନକାନନର ଖୁଆଡ ନଂ ୬୩ରେ ରହୁଥିବା ମାଇ ଜଳହସ୍ତୀ ଶନିବାର ଏକ ଶାବକ ଜନ୍ମ ଦେଇଛି । ଯାହା ଫଳରେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୪ ପୁରୁଷ ୬ ଟି ମାଈ ଏବଂ ଗୋଟିଏ ନବଜାତକ ଶାବକ ରହିଛି ।

 ଆଜି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସଵ ପାଳନ କରାଯାଇଥାଏ । ଶ୍ରୀବିଗ୍ରହମାନଙ୍କୁ ତିନିଗୋଟି ଆଜ୍ଞାମାଳ, ଚାରିଖଣ୍ଡ ପାଟ ରାକ୍ଷୀ ଓ ଗୁଆର ମାଳି ଲାଗି କରାଯାଏ । ବଳଭଦ୍ରଙ୍କ ସମ୍ମୁଖରେ କଳସ ସ୍ଥାପନ କରାଯାଇ ଷଷ୍ଠିଦେବୀଙ୍କୁ ରଖାଯାଇ ପୂଜାବିଧି ତୀଥି, ରାଶି, ନକ୍ଷେତ୍ର ଅନୁଯାୟୀ ହୋଇଥାଏ ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦,୯୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୨୪ ଲକ୍ଷ ୨୪ ହଜାର ୨୩୪ରେ ପହଞ୍ଚିଛି । ସେହିପରି ମୋଟ ଆକ୍ଟିଭ କେସ ରହିଛି ୩ ଲକ୍ଷ ୫୩ ହଜାର ୩୯୮ । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୮,୪୮୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୬,୩୬,୪୬୯ରେ ପହଞ୍ଚିଛି।

ରକ୍ଷାବନ୍ଧନ ଅବସରରେ ଯାତ୍ରୀମାନଙ୍କର ସୁବିଧା ପାଇଁ ଦିଲ୍ଲୀ ମେଟ୍ରୋ ଟ୍ରନରେ ସମୟ ପରିବର୍ତ୍ତନ କରାଯାଇଛି । ମେଟ୍ରୋ ଟ୍ରେନକୁ ଭୋର ସକାଳୁ ଚଳାଇବା ପାଇଁ ନିଷ୍ପତ୍ତି ହୋଇଛି । ଦିଲ୍ଲୀ ମେଟ୍ରୋ ଟ୍ରେନ ଟୁଇଟ କରି ଯାତ୍ରୀଙ୍କୁ ଏହି ସୂଚନା ଦେଇଛି । ପିଙ୍କ ଲାଇନ୍‌ରେ ମେଟ୍ରୋ ଟ୍ରେନ ସାଢ଼େ ୬ଟାରେ ଆରମ୍ଭ ହୋଇଥିବା ବେଳେ ମେଜେଣ୍ଟାରେ ସକାଳ ୬ଟାରେ ମେଟ୍ରୋ ରେଳ ଗଡ଼ିଛି ।

ତେଲେଙ୍ଗାନାର କାଲାବୁର୍ଗୀର ଜିଲ୍ଲାର ପ୍ରାୟ ୫୦ଟି ଗାଁରେ ଭୂକମ୍ପ ଅନୁଭୂତ । ଲୋକେ ଘରୁ ବାହାରି ପଳାଇ ଆସିଥିଲେ ଏବଂ ଭୟରେ ସାରା ରାତି ବାହାରେ ରହିଥିଲେ । ବିଳମ୍ବିତ ରାତିରେ ଗାଁରେ ପହଂଚିଥିଲେ କଲବର୍ଗୀ ସାଂସଦ ଡଃ. ଉମେଶ ଯାଦବ ସେଦାମ ବିଧାୟକ ରାଜକୁମାର ପାଟିଲ ଟେକୋର ।ଏହାସହ ସେ ଗ୍ରାମବାସୀଙ୍କୁ ଯେକୌଣସି ପରିସ୍ଥିତିରେ ସାହାଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଇଥିବା ଅନୁମାନ କରାଯାଉଛି । ଏହାସହ ଲୋକଙ୍କୁ ଗାଁରେ ଡ଼୍ରମ୍ ବଜାଇ ନିଜ ଘର ଭିତରେ ଶୋଇବାକୁ କୁହାଯାଇଥିଲା । ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯେ ଦୀର୍ଘ ଦିନ ହେବ ସେମାନେ ଜୋରରେ କୋଳାହଳ, ସାମାନ୍ୟ କମ୍ପନ ଅନୁଭବ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌରେ ପହଞ୍ଚିଲେ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ମୃତ୍ୟୁ ପରେ ଶେଷ ଦର୍ଶନ କରିବା ପାଇଁ ଲକ୍ଷ୍ନୌରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ଓ ବିଜେପିର କିଛି ବରିଷ୍ଠ ନେତା । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଦେବେ

 କାବୁଲରୁ ଉଡ଼ାଣ କରି ଭାରତରେ ପହଞ୍ଚିଲା ବାୟୁସେନା ବିମାନ | ୧୦୦ରୁ ଅଧିକ ଭାରତୀୟ ଏବଂ ପ୍ରାୟ ୨୦ ଆଫଗାନିସ୍ତାନ ଶିଖ ଓ ହିନ୍ଦୁଙ୍କୁ ଆଜି ଆଫଗାନିସ୍ତାନର କାବୁଲରୁ ଭାରତୀୟ ବାୟୁସେନାର ସି-୧୭ ବିମାନରେ ଭାରତ ଅଣାଯାଇଛି | ବିମାନଟି ଗାଜିଆବାଦର ହିନ୍ଦୋନ ଏୟାରବେସରେ ଅବତରଣ କରିଛି।

ସମଗ୍ର ବିଶ୍ୱରେ ଆଜି କୋଟି ୨୧ ଲକ୍ଷ ୨ ହଜାର ୧୫୧ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୪ ଲକ୍ଷ ୩୫ ହଜାର ୫୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟି ୯୭ ଲକ୍ଷ ୩୩ ହଜାର ୬୦୨ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୭୯ ଲକ୍ଷ ୩୩ ହଜାର ୩୭ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ତାଲିବାନ କବ୍ଜା କରିବା ପରେ ଆଫଗାନିସ୍ତାନରେ ଗଭୀର ମାନବିକ ସଙ୍କଟ, କ୍ଷୁଧା ଏବଂ ରୋଗରେ ୧୦ ମିଲିୟନରୁ ଅଧିକ ଶିଶୁ ଏବଂ ମହିଳା ଆକ୍ରାନ୍ତ - WHO

Sun Aug 22 , 2021
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶରେ ଅସନ୍ତୋଷ ଦେଖାଦେଇଛି। ପ୍ରତିଦିନ ହଜାର ହଜାର ଲୋକଙ୍କୁ ବିମାନ ବନ୍ଦରରେ ଦେଶ ଛାଡିବାକୁ ଦେଖାଯାଏ | ଆଫଗାନିସ୍ତାନରେ ଏକ ଗଭୀର ମାନବିକ ସଙ୍କଟ ଦେଖାଦେଇଛି | ଆଫଗାନିସ୍ତାନ ବିଷୟରେ ଆନ୍ତର୍ଜାତୀୟ ସଂଗଠନ ଏକ ଚେତାବନୀ ଦେଇଛନ୍ତି ଯେ ତାଲିବାନ ଦଖଲ ହେବା ପରଠାରୁ ଦେଶ ଅନେକ ମାନବିକ ସଙ୍କଟ ଆରମ୍ଭ କରିଛି, ଯେଉଁଥିରେ ସ୍ୱାସ୍ଥ୍ୟ ବ୍ୟତୀତ ଅନେକ ଜିନିଷ ମଧ୍ୟ ରହିଛି। […]

You May Like

Pin It on Pinterest