ନାବାଳିକାକୁ ଧର୍ଷଣ ଅଭିଯୋଗରେ ଯୁବକ ଗିରଫ…

ପ୍ରଭାତସାହା(ମାଲକାନଗିରି):୨୨/୦୮/୦୨୧ ଘଟଣା ଟି ଘଟିଛି କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଦୀଆପାଲ୍ଲି ଗ୍ରାମରେ । ଉକ୍ତ ଗ୍ରାମର ମିତା ନାୟକ ନାମକ ୧୭ ବର୍ଷ ର ନାବାଳିକା କୁ ଧର୍ଷଣ ଅଭିଯୋଗରେ ସ୍ଥାନୀୟ ପୋଲିସ ରାମଚନ୍ଦ୍ର ଦଣ୍ଡସେନା ନାମକ ଏକ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏଥି ପୁର୍ବରୁ ରାମଚନ୍ଦ୍ର ଦଣ୍ଡସେନା ଉକ୍ତ ଝିଅକୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ତା ସହିତ ଅନୈତିକ ସମ୍ପର୍କ ରଖିଥିଲା ଓ ଏହି ବିଷୟରେ ଝିଅର ବାପା ମାଁ ଜାଣିବାପରେ ପଦିଆପାଲ୍ଲି ଗ୍ରାମ ର ରାମଚନ୍ଦ୍ର ନାମରେ ଗତକାଲି ଫାଣ୍ଡି ଅଧିକାରୀ ଗିରୀଶ ଚନ୍ଦ୍ର ମହାରଣା ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ଓ ଉକ୍ତ ଅଭିଯୋଗକୁ ଆଧାର କରି ପୋଲିସ ସେହି ଗ୍ରାମର ରାମଚନ୍ଦ୍ର ଦଣ୍ଡସେନା ଙ୍କୁ ଗିରଫ କରି ପଚରା ଉଚୁରା ଜାରି ରଖିଛି ।

ନାବାଳିକା ଜଣକ ଗର୍ଭବତୀ ଥିବା ଖବର ଡାକ୍ତର ମାଇନା ରୁ ଜଣା ପଡ଼ିବା ପରେ ପୋଲିସ ଆଜି ଆସାମୀ ବିରୁଦ୍ଧରେ, ନାବାଳିକା ଧର୍ଷଣ ଅପରାଧରେ ପୋକ୍ସୋ ଆକ୍ଟ ସହ ପିଙ୍ଗଳ ଧାରା-୩୬୩/୩୬୬/୩୭୬(୨)/୫୦୬ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦୀର୍ଘ୍ୟ ୩ ମାସ ପରେ ଆଜିଠାରୁ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିଲା....

Mon Aug 23 , 2021
ଭୁବନେଶ୍ୱର:ଦୀର୍ଘ୍ୟ ୩ ମାସ ପରେ ଆଜିଠାରୁ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନରେ ମିଳିବ ଧାର୍ମିକ ଚିନ୍ତା ଚେତନାର ଈଶ୍ଵରଙ୍କ ଦର୍ଶନ ଅର୍ଥାତ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ ।କୋଭିଡ ନିୟମାନୁଯାଇ କେବଳ ଡବଲ ଡୋଜ୍ ଟିକା ନେଇଥିବା ଭକ୍ତଙ୍କୁ ହିଁ ଧର୍ମାନୁଷ୍ଠାନକୁ ପ୍ରବେଶ କରିପାରିବେ। କରୋନା ଦ୍ୱିତୀୟ ଲହରୀ ଭୟାବହତାକୁ ଆଖି ଆଗରେ ରଖି ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ସଂକ୍ରମଣ ହାର କମିବା ପରେ […]

You May Like

Pin It on Pinterest