
ଭୁବନେଶ୍ୱର:ଦୀର୍ଘ୍ୟ ୩ ମାସ ପରେ ଆଜିଠାରୁ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନରେ ମିଳିବ ଧାର୍ମିକ ଚିନ୍ତା ଚେତନାର ଈଶ୍ଵରଙ୍କ ଦର୍ଶନ ଅର୍ଥାତ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ ।କୋଭିଡ ନିୟମାନୁଯାଇ କେବଳ ଡବଲ ଡୋଜ୍ ଟିକା ନେଇଥିବା ଭକ୍ତଙ୍କୁ ହିଁ ଧର୍ମାନୁଷ୍ଠାନକୁ ପ୍ରବେଶ କରିପାରିବେ। କରୋନା ଦ୍ୱିତୀୟ ଲହରୀ ଭୟାବହତାକୁ ଆଖି ଆଗରେ ରଖି ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ସଂକ୍ରମଣ ହାର କମିବା ପରେ କ୍ରମେ କ୍ରମେ ରାଜ୍ୟର ସବୁ ଧର୍ମାନୁଷ୍ଠାନ ଖୋଲିଛି ।
କିନ୍ତୁ ଭୁବନେଶ୍ୱରେ ସଂକ୍ରମଣ ହାର କମିନଥିବା ଯୋଗୁଁ ମନ୍ଦିର ଖୋଲିବାରେ ବିଳମ୍ବ ହୋଇଥିଲା। ତେବେ ସଂକ୍ରମଣ ସ୍ଥିର ରହିବା ପରେ ଆଜିଠୁ ମନ୍ଦିର, ମସ୍ ଜିଦ, ଚର୍ଚ୍ଚ, ଗୁରୁଦ୍ୱାର ସହ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲା ବିଏମ୍ ସି । ତେବେ ମନ୍ଦିର ଖୋଲିଥିବା ବେଳେ କୋଭିଡ ନିୟମକୁ ମଧ୍ୟ କଡାକଡି କରାଯାଇଛି । ମନ୍ଦିରରେ ଏକାଥରେ ୨୫ ଜଣ ଭକ୍ତଙ୍କୁ ପ୍ରବେଶ କରିପାରିବେ ।
ବରିଷ୍ଠ ନାଗରିକ, ଛୋଟ ଶିଶୁ, ଗର୍ଭବତୀ ମହିଳାଙ୍କୁ ମନ୍ଦିରକୁ ନ ଆଶିବାକୁ ପରାମର୍ଶ ଦିଆଯିଛି । ସବୁ ଧର୍ମନୁଷ୍ଠାନ ପ୍ରବେଶ ପଥରେ ସାନିଟାଇଜ୍ ର ରଖିବା ପାଇଁ ନିର୍ଦ୍ଦେଶ ରହିଛି । ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ଦ୍ଦେଶ ଦେଇଛି ବିଏମ୍ ସି ।ହେଲେ ଭକ୍ତଙ୍କ ମନରେ ଏବେବି ସରାଗ ନାହିଁ,କାରଣ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସେପ୍ଟେମ୍ବର ୧ ତାରିଖକୁ ମନ୍ଦିର ଖୋଲିବା ନେଇ ନିଷ୍ପତି ନେଇଛନ୍ତି ।



