ରାଜ୍ୟରେ ଲାଗିରହିଛି କୋହଲା ପାଗ ସାଙ୍ଗକୁ କାଳବୈଶାଖୀର ତାଣ୍ଡବ । ଆସାମ-ଛତିସଗଡ ମଧ୍ୟରେ ରହିଥିବା ଟ୍ରାପ୍ଲାଇନ୍ ଼ ଫଳରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ କାଳବୈଶାଖିର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି । ତେବେ ଆସନ୍ତାକାଲି ଅର୍ଥାତ୍୬ ତାରିଖରୁ ଉତ୍ତର ଓଡ଼ିଶାରେ ବର୍ଷା ଜାରି ରହିବବୋଲି କହିଛି ପାଣିପାଗ ବିଭାଗ ।

ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦଗଡ଼,ସମ୍ବଲପୁର, ବରଗଡ଼, ବଲାଙ୍ଗୀର କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ୭ ତାରିଖରୁ ଉତ୍ତର ଓଡ଼ିଶାର ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା,କଟକରେ କାଳ ବୈଶାଖୀ ଜନିତ ବର୍ଷା ହେବ ବୋଲି ସତର୍କତା ଜାରି କରାଯାଇଛି । ୮ତାରିଖରେ ଦକ୍ଷିଣ ଓଡ଼ିଶାର ଗଂଜାମ, ଗଜପତି, ନୟାଗଡ ସମେତ ଉପକୂଳ ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁରରେ ବର୍ଷା ହେବାର ସମ୍ଭାବନା ରହିଛି । ୯ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ହେବା ସହ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର. ବିଶ୍ବାସ ।



