
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୩ -୮-୦୨୧ ଚାନ୍ଦବାଲି ବ୍ଲକ ମହୁଲିଆ ଫଚାୟତ ଚନ୍ଦନପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଆଜି ଭୋର ସମୟରେ ପଦ୍ମ ପୋଖରୀରେ ପଦ୍ମଫୁଲ ତୋଳିବାକୁ ଯାଇ ଜଣେ ଯୁବକ ସର୍ପାଘାତରେ ଶିକାର ହୋଇଛନ୍ତି ।
ସ୍ଥାନୀୟ ବାସୀ ଯୁବକଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି ଚନ୍ଦନପୁର ଗାଁର କାଶିନାଥ ପ୍ରଧାନଙ୍କ ପୁଅ ପ୍ରଶାନ୍ତ ପ୍ରଧାନ ବୋଲି ସୂଚନା ମିଳିଛି ।