ଡି ବ୍ରଦର୍ସ ସହଯୋଗି ‘ଦିଲୁ’ଓରଫ ପ୍ରଦୀପ କୁମାର ସାହୁ ୫ବର୍ଷ ଲୁଚକାଳି ଖେଳ ପରେ ଆଜି ପୋଲିସ୍ ହାତରେ…

ବାସ୍ତବ ବ୍ୟୁରୋ:(କଟକ) କମିଶନରେଟ ପୋଲିସକୁ ମିଳିଲା ବଡ ସଫଳତା । ଡି ବ୍ରଦର୍ସଙ୍କ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁକୁ ଗିରଫ କରିବାରେ ସଫଳ ହେଇଛି କମିଶନରେଟ୍ ପୋଲିସ । ୨୦୧୬ ମସିହାରେ ବହୁ ଚର୍ଚ୍ଚିତ ଓମ୍ ଓ ଦିପୁ ହତ୍ୟାକାଣ୍ଡ ପରେ ୫ ବର୍ଷ ହେଲା ପୋଲିସକୁ ଚକମା ଦେଇ ଫେରାର ରହିଥିଲା ଦିଲୁ ।

ତେବେ ଆଜି(ସୋମବାର) ଦିଲୁକୁ ରାୟଗଡ଼ାରୁ ଗିରଫ କରିଛି କଟକ ପୋଲିସ । ଦିଲୁକୁ ଧରିବା ପାଇଁ କଟକ କମିଶନରେଟ ପୋଲିସ ତତ୍ତ୍ବାବଧାନରେ ଏକ ସ୍ପେଶାଲ ଟିମ ଗଠନ ହୋଇଥିଲା ।ଏହି ଟିମ୍ ତଦନ୍ତ କରିବା ବେଳେ ରାୟଗଡ଼ାରେ ଦିଲୁ ରହିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲା । ଧଳସାମନ୍ତ ଭ୍ରାତା ଦ୍ବୟଙ୍କ ଘନିଷ୍ଠ ସହଯୋଗୀ ହେଉଛି ଦିଲୁ । ଟେଣ୍ଡର ଫିକ୍ସିଂ , ବଟି ଆଦାୟ କରିବା,ଏହାସହ ଧଳସାମନ୍ତ ଭ୍ରାତାଙ୍କ ଟେଣ୍ଡର କଥା ବୁଝୁଥିଲା । ତା ନାମରେ ଚଉଳିଆଗଞ୍ଜ ଥାନାରେ ୪ରୁ ଅଧିକ ମାମଲା ରହିଛି ।

ଗିରଫ ସମୟରେ ଦିଲୁ ନିକଟରୁ ଗୋଟିଏ ବନ୍ଧୁକ , ୬ ରାଉଣ୍ଡ ଗୁଳି ଓ ୩ ଟି ମୋବାଇଲ ଜବତ କରିଛି ପୋଲିସ । ୨୦୧୬ ମସିହାରେ ଓମ ଓ ଦିପୁ ନାମକ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ସେହି ସମୟରେ ଏହି ହତ୍ୟାକାଣ୍ଡ ଚର୍ଚ୍ଚିତ ଘଟଣା ରହିଥିଲା । ଘଟଣା ପରେ ଫେରାର ଥିଲା ଦିଲୁ । ତେବେ ଏହି ଦିଗରେ ପୋଲିସ ଆହୁରି ଅଧିକ ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି ପୋଲିସ କମିଶନର ।
ବଟି ଆଦାୟ, ଟେଣ୍ଡର ଫିକ୍ସିଂ ବା ଏଭଳି କୌଣସ ଅପରାଧିକ କାର୍ଯ୍ୟକଳାପକୁ ଆଦୌ ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକ ଧାମରା ଜାଗୁଳା ପଞ୍ଚାୟତରେ କାଉ ସଡ଼କ ବାର୍ଡଫ୍ଲୁ ଆଶଙ୍କା...

Mon Aug 23 , 2021
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି,) ୨୩/୦୮/୨୦୨୧। ଆଙ୍କର-ଚାନ୍ଦବାଲି ବ୍ଲକ ଧାମରା ଜାଗୁଳା ପଂଚାୟତରେ ତାରିଣୀ ଛକରେ କାଉ ମଡ଼କ ଦେଖିବାକୁ ମିଳିଛି, ଅଧିକାଂଶ ସ୍ଥାନରେ କାଉ ଗୁଡିକ ମରି ପଡିବା ନେଇ ସ୍ଥାନୀୟ ବାସୀ ଧାମରା ପଶୁ ସମ୍ପଦ ବିଭାଗ ନିକଟରେ ଅଭିଯୋଗ କରଛନ୍ତି l କାଉ ମାନେ କୌଣସି ବିଷାକ୍ତ ଖାଦ୍ୟ ଖାଇଵା ଫଳରେ ମୃତ୍ୟୁ ହେବା କିମ୍ବା ଭୁତାଣୁ ଜନିତ କାରଣ ପାଇଁ ତାଙ୍କର ମୃତ୍ୟୁ ହେଉଛି ବୋଲି ସ୍ଥାନୀୟ […]

You May Like

Pin It on Pinterest