ଯୁବକଙ୍କୁ ଅପହରଣ ସମୟରେ ପୋଲିସ ହାତରେ ୩ଦୁର୍ବୁତ…

ପ୍ରକାନ୍ତ ମିଶ୍ର (ଗଂଜାମ) ଗଂଜାମ ଜିଲ୍ଲାର ବୁଗୁଡା ଥାନା ର ବାଲିପଦର ଫାଣ୍ତି ଅନ୍ତର୍ଗତ ଅନ୍ତପଡା ଗ୍ରାମରୁ ରାଜେସ ଆପଟଙ୍କୁ ଅପହରଣ କରି ନେବା ସମୟରେ ପୋଲିସ୍ ପିଛା କରି ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି | ଦୁଇଟି ବାଇକ୍ ରେ ତିନିଜଣ ଦୂର୍ବୁତ ଆସି ରାଜେସଙ୍କୁ ଛୁରି ମୁନରେ ନିଜଘରୁ ଉଠାଈ ନେବାରେ ସକ୍ଷମ ହୋଇଥିଲେ ା

ରାଜେସଙ୍କ ଦାଦା ଏହା ଜାଣିବାପରେ ସେମାନଙ୍କ ପିଛା କରିଥିଲେ ବିଫଳହୋଈ ଫେରି ବାଲିପଦର ଫାଣ୍ତିରେ ଜଣାଇବାପରେ ଘଟଣାକୁ ଗୁରୁତର ନେଇ ବୁଗୁଡା ଏବଂ ବାଲିପଦର ପୋଲିସ୍ ମିଳିତଭାବେ ଆସାମିମାନେ ଲୁଚିରହିଥିବା ପାହାଡ ଉପରେ ପୋଲିସ୍ ଚଢାଉକରି ରାଜେସଙ୍କୁ ଉଧାର କରିଥିଲେ | ଆସାମି ମାନଙ୍କ ନିକଟରୁ ଦୁଇଟି ମୋଟରସାଇକଲ ଓ ଗୋଟିଏ ଛୁରି ଜବତ ହେବାସହିତ ତିନି ଜନଙ୍କ ନାମରେ ମାମଲା ରୁଜୁହୋଈ ଆଜି କୋର୍ଟ ଚାଲାଣ କରାଯାଈଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଡି ବ୍ରଦର୍ସ ସହଯୋଗି 'ଦିଲୁ'ଓରଫ ପ୍ରଦୀପ କୁମାର ସାହୁ ୫ବର୍ଷ ଲୁଚକାଳି ଖେଳ ପରେ ଆଜି ପୋଲିସ୍ ହାତରେ...

Mon Aug 23 , 2021
ବାସ୍ତବ ବ୍ୟୁରୋ:(କଟକ) କମିଶନରେଟ ପୋଲିସକୁ ମିଳିଲା ବଡ ସଫଳତା । ଡି ବ୍ରଦର୍ସଙ୍କ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁକୁ ଗିରଫ କରିବାରେ ସଫଳ ହେଇଛି କମିଶନରେଟ୍ ପୋଲିସ । ୨୦୧୬ ମସିହାରେ ବହୁ ଚର୍ଚ୍ଚିତ ଓମ୍ ଓ ଦିପୁ ହତ୍ୟାକାଣ୍ଡ ପରେ ୫ ବର୍ଷ ହେଲା ପୋଲିସକୁ ଚକମା ଦେଇ ଫେରାର ରହିଥିଲା ଦିଲୁ । ତେବେ ଆଜି(ସୋମବାର) ଦିଲୁକୁ ରାୟଗଡ଼ାରୁ ଗିରଫ କରିଛି କଟକ ପୋଲିସ […]

You May Like

Pin It on Pinterest