ରାସ୍ତାକୁ ନେଇ ବ୍ଲକ୍ ଓ ଆରଡ଼ି ଭିତରେ ଛକାପଞ୍ଝା ଗାଁ ଲୋକେ ହନ୍ତସନ୍ତ….

ପ୍ରକାନ୍ତ କୁମାର ମିଶ୍ର (ବୁଗୁଡା)ଗଞ୍ଜାମଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ ମୋଟାବାଡି ପଞ୍ଚାୟତ ମଧ୍ୟରେ ଥିବା ଠଣାପଲ୍ଲୀ ଛକଠାରୁ ଡାକରା ବାଡି ଛକ ପର୍ଯ୍ୟନ୍ତ ୫୦୦ ଶହ ମିଟର ପାଖାପାଖି ରାସ୍ତା କାହାର କାମ କରିବ କିଏ ? ଏ ନେଇ ଏବେ ବ୍ଳକ ଏବଂ ଆରଡି ମଧ୍ୟରେ ଲାଗିଛି ଛକାପଞ୍ଝା |

ମରଣଯନ୍ତା ପାଲଟିଛି ରାସ୍ତା, ଯାହାଫଳରେ ରାତିପାହିଲେ ଏହି ରାସ୍ତାଦେଇ ଶହଶହ ଗାଡିମୋଟର ଓ ବହୁଲୋକେ ହନ୍ତସନ୍ତ ହେଉଛନ୍ତି |ଏମିତିକି ସେହି ରାସ୍ଥାରେ ଯାତାୟତ ସମୟରେ ମଧ୍ୟ ଦୂର୍ଘଟଣାର ଶିକାର ହେବାକୁ ପଡିଥାଏ ା ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ଯନ୍ତ ଗ୍ରାମବାସି ଅଭିଯୋଗ କରିଥିଲେ ମଧ୍ୟ ଦିର୍ଘ ବର୍ଷଧରି ମାଟି ମୁଠାଏ ମଧ୍ୟ ପଡିପାରିଲାନାହିଁ ା ହେଲେ ଗ୍ରାମବାସି ଙ୍କ ଦିର୍ଘଦିନ ଅପେକ୍ଷା ପରେ ଆଜି ନକ୍ଷତ୍ର ନିୟୁଜ୍ କ୍ୟାମରା ଆଗରେ ସବୁ କିଛି ବଖାଣିଛନ୍ତି ଗ୍ରାମବାସୀ ା ଓ ତାହା ସହିତ ରାସ୍ତା ଟିକୁ ଯଥା ଶିଘ୍ର ନିର୍ମାଣ କରିବା ନିମନ୍ତେ ପ୍ରଶାସନ ଙ୍କୁ ଗ୍ରାମବାସି ଅନୁରୋଧ ଜଣାଈଛନ୍ତି ା

ଏସମ୍ପର୍କରେ ମୋଟାବାଡି ସରପଞ୍ଚ ପ୍ରତିନିଧି ବିଷ୍ଣୁଚରଣ ନାୟକଙ୍କୁ ଯୋଗାଯୋଗ କରିଥିଲୁ ପ୍ରତିନିଧିଙ୍କ କହାବାନୁଯାଇ ରାସ୍ତାଟିର ନିର୍ମାଣ ପାଇଁ ବ୍ଳକରେ ପକାଇଥିବା ବେଳେ କାଳେକୁଆଡେ ଲିଷ୍ଟ ଚାର୍ଟରୁ କଟିଯାଇଥିବା କହିଛନ୍ତି | ଯାହାକି ଶରପଞ୍ଚଙ୍କ କହିବାନୁଯାଇ ଡାକରାବାଡି ଛକଠାରୁ ଗାଁ ଭିତରକୁ ଆରଡି ରାସ୍ତା ଓ ଠଣାପଲ୍ଲୀ ଛକଠାରେ ମଧ୍ୟ ଆରଡିର ରାସ୍ତା ରହିଛି ା ହେଲେ ଦୁଇରାସ୍ତାର ମଝିରେ ୫୦୦ ମିଟର ବିଶିଷ୍ଟ ରାସ୍ତାଟି କାହାର ା ଆରଡି ର ରାସ୍ତା ହୋଇଥିବା ଅନୁମାନ କରୁଛନ୍ତି ସରପଞ୍ଚ ପ୍ରତିନିଧି ା ଯାହାଫଳରେ ରାସ୍ତାଟିର ନିର୍ମାଣ ନିମନ୍ତେ ବ୍ଳକରେ ଆବେଦନ କରାଯାଇଥିଲା ବ୍ଳକ ଲିଷ୍ଟରୁ ବାଦ୍ ପଡିଥିବାରୁ ଏବେ ସରପଞ୍ଚ ପ୍ରତିନିଧି ବିଷ୍ଣୁଚରଣ ନାୟକ ରାସ୍ତାଟି ପ୍ରକୁତରେ କାହାର ନେଇ ସନ୍ଦେହ ଘେରରେ ରହିଛନ୍ତି ା

୫୦୦ ମିଟର ବିଶିଷ୍ଟ ରାସ୍ତାକୁ ନେଇ ବୁଗୁଡା ବ୍ଳକପ୍ରଶାସନ ଙ୍କୁ ଯାଈ ଭେଟି ରାସ୍ତା ସମ୍ପର୍କରେ ସବୁ କିଛି ଜଣାଇଥିଲୁ ହେଲେ ବିଡିଓ ମହାଶୟ ଏସମ୍ପର୍କରେ କିଛି ଜାଣିନଥିବା କହି ଏଡାଇ ଯାଇଥିଲେ ା ହେଲେ ଯୋଗାଯୋଗ କରିଥିଲୁ ଜେଈ ରବିନ୍ଦ୍ରନାଥ ପଣ୍ତାଙ୍କୁ ହେଲେ ରାସ୍ତା ସମ୍ପର୍କରେ ସବୁକିଛି କହିବାପରେ ମଧ୍ୟ ସେ କହିଛନ୍ତି ଏହି ରାସ୍ତାଟି ଆମ ବ୍ଳକର ନୁହଁ କି ଆରଡିର ବୋଲି ମଧ୍ୟ ଆମେ କହିପାରିବା ନାହିଁ ା ହଁ ଆମେ କହିପାରିବା ଯେ ପ୍ରକୁତରେ ରାସ୍ତାଟି ପଞ୍ଚାୟତର ା ଅନ୍ଯପଟେ ଆରଡି ଜୋନାଲ ଈଞ୍ଜିନିୟର ଙ୍କୁ ପଚାରିବୁଝିଥିଲୁ ହେଲେ ସେ ବାରମ୍ବାର କହୁଛନ୍ତି ରାସ୍ଥାଟି ବ୍ଳକର ା ହେଲେ ଏବେ ରାସ୍ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ରାସ୍ତାଟି କାହାର ା ରାସ୍ତାଟି ନିର୍ମାଣ କରିବା ବାଟରୁ ଏଡାଇ ଯାଉଛନ୍ତି କି ପ୍ରଶାସନ ା ନା ଏହି ରାସ୍ତାକୁ ନେଇ କିଛି ଅର୍ଥ ବାଟମାରଣା ହେଇଯାଈନିତ ା ଭଳିକି ଭଳି ଏଭଳି ପ୍ରଶ୍ନ ସାଧାରଣ ରେ ଉଙ୍କି ମାରୁଛୀ ରାସ୍ତା କୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀ ପ୍ରକୁତରେ ରାସ୍ତାଟି କାହାର ଯବାବ ଦେବେକି ପ୍ରଶାସନ ା

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜଳେଶ୍ୱରରେ ପୁଣି୬୦ ଲକ୍ଷ ରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ...

Tue Aug 24 , 2021
ନବୀନ ସାହୁ(ଜଳେଶ୍ବର) ଜଳେଶ୍ବରରେ ପୁଣି ବ୍ରାଉନ ସୁଗାର ଜବତ ।ଗତ କାଲି ବିଳମ୍ବିତ ରାତିରେ ରାଜପୁର ବସ୍ତି ଉପରେ ପୋଲିସର ଚଢ଼ାଉ କରି ଆନୁମାନିକ ୬୦୦ ଗ୍ରାମର ବ୍ରାଉନ ସୁଗାର ସହିତ ଜଣେ ମହିଳା ଙ୍କୁ ଅଟକ ରଖିଛନ୍ତି । ଅଟକ ମହିଳା ଜଣକ ହେଲେ ସେକ ସରିଫଙ୍କ ସ୍ତ୍ରୀ ଜୟୀଗୁନ ବିବି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ରାଜପୁର ବସ୍ତି […]

You May Like

Pin It on Pinterest