
ନବୀନ ସାହୁ(ଜଳେଶ୍ବର) ଜଳେଶ୍ବରରେ ପୁଣି ବ୍ରାଉନ ସୁଗାର ଜବତ ।ଗତ କାଲି ବିଳମ୍ବିତ ରାତିରେ ରାଜପୁର ବସ୍ତି ଉପରେ ପୋଲିସର ଚଢ଼ାଉ କରି ଆନୁମାନିକ ୬୦୦ ଗ୍ରାମର ବ୍ରାଉନ ସୁଗାର ସହିତ ଜଣେ ମହିଳା ଙ୍କୁ ଅଟକ ରଖିଛନ୍ତି । ଅଟକ ମହିଳା ଜଣକ ହେଲେ ସେକ ସରିଫଙ୍କ ସ୍ତ୍ରୀ ଜୟୀଗୁନ ବିବି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ରାଜପୁର ବସ୍ତି ସେକ ସରିଫଙ୍କ ଘର ଉପରେ ଚଢ଼ାଉ କରିଥିଲା ।
ତେବେ ଚଢ଼ାଉ ବେଳେ ପାଖାପାଖି ୬୦୦ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ସହିତ ବ୍ରାଉନ ସୁଗାର ପେକିଙ୍ଗ ପାଇଁ ଵେବହୃତ ହେଉଥିବା ରଙ୍ଗୀନ କାଗଜ ଜବତ କରିବା ସହିତ ସେକ ସରିଫଙ୍କର ସ୍ତ୍ରୀ ଜୟୀଗୁନ ବିବିକୁ ଅଟକ ରଖିଛି ଜଳେଶ୍ୱର ପୋଲିସ । ଜବତ ବ୍ରାଉନ ସୁଗାରର ବଜାରର ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ । ଚଢ଼ାଉ ବେଳେ ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାର ,ଜଳେଶ୍ୱର ଆଇଆଇସି ପ୍ରଜ୍ଞା ମହାନ୍ତି ସହିତ ୨୫ ଜଣିଆ ଟିମ ଉପସ୍ଥିତ ଥିଲେ । ମହିଳାକୁ ଅଟକ ରଖି ପୋଲିସ ତଦନ୍ତ ଜାରୀ ରଖିଛି ଜଳେଶ୍ୱର ପୋଲିସ ।