୪୮ ଘଣ୍ଟା ମଧ୍ୟରେ ସରକାର ଦୁର୍ଘଟଣା ପାଣ୍ଠିରୁ ସଡ଼କ ଦୁର୍ଘଟଣାରେ ଆହତଙ୍କ ଖର୍ଚ୍ଚ ବହନ କରିବେ

ବାସ୍ତବ ବ୍ୟୁରୋ(ଭୁବନେଶ୍ୱର) : ସଡ଼କ ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ପ୍ରଦାନ କରିବାକୁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୪୮ ଘଣ୍ଟା ମଧ୍ୟରେ ମାଗଣା ଚିକିତ୍ସା ଯୋଗାଇଦିଆଯିବ । ସରକାରୀ ହସପିଟାଲରେ ପୂର୍ବରୁ ଏହା ଉପଲବ୍ଧ ହେଉଥିବାବେଳେ ଏବେ ଘରୋଇ ହସପିଟାଲରେ ମଧ୍ୟ ଏହି ସେବା ଉପଲବ୍ଧ ହେବ । ପ୍ରାରମ୍ଭିକ ଅବସ୍ଥାରେ କଟକର ଅଶ୍ୱିନୀ ହସପିଟାଲ, ଭୁବନେଶ୍ୱରର ଆପୋଲୋ ଓ ଆମରିରେ ଏହି ବ୍ୟବସ୍ଥା ଉପଲବ୍ଧ ହେବ । ଟ୍ରମା ଫଣ୍ଡ ( ଦୁର୍ଘଟଣା ପାଣ୍ଠି)ରୁ ଏହି ଖର୍ଚ୍ଚ ସରକାର ଭରଣା କରିବେ । ଏ ସଂପର୍କରେ ସବିଶେଷ ସୂଚନା ସ୍ୱାସ୍ଥ୍ୟ ବିଭାଗର ଡିଏମଇଟି ଓଡ଼ିଶା େଓ୍ଵବସାଇଟରେ ଉପଲବ୍ଧ ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Oct 29 , 2019
୧-ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍‌କୁ ବିସିଆଇ ଝଟ୍‌କା।ରାଜ୍ୟରେ ଓକିଲଙ୍କ ଆନ୍ଦୋଳନକୁ ଅନାବଶ୍ୟକ ଓ ଭିତ୍ତିହୀନ କହିଲେ। ୨-ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟବସ୍ତା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ, କହିଲେ ଅନ୍ଧ ପରମ୍ପରା ନେଇ ସେବା ପୂଜା ଚାଲିଛି। ୩-ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ କଟକ ବାଲିଯାତ୍ରା । ପ୍ଲଟ ବିକ୍ରି ପ୍ରକ୍ରିୟା ଜାରି, ଏଥର ଷ୍ଟଲ୍‌ ପାଇଁ ଅଧିକ ୫୦ ଏକର ଜମି ବୃଦ୍ଧି। ୪-ଭଦ୍ରକ:ବାଇକରେ […]

You May Like

Pin It on Pinterest