ଆଜି ରାଜ୍ୟରେ ୮୮୭ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସ ୧୩୧ ଜଣ…

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସ ୧୩୧ ଜଣ ସଂକ୍ରମିତ । ଗୋଟିଏ ଦିନ ବ୍ୟବଧାନରେ ୫୧ ଜଣ ପିଲାଙ୍କ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ଅର୍ଥାତ ଗତକାଲି ଟୋଟାଲ ସଂକ୍ରାମିତଙ୍କ ମଧ୍ୟରେ ୮୦ ଜଣ ୧୮ ବର୍ଷରୁ କମ ରୋଗୀ ଥିବା ବେଳେ ଆଜି ଏହି ସଂଖ୍ୟା ହଠାତ୍‌ ଶହେ ଏକତିରିଶ, ଯାହାକି ସମସ୍ତଙ୍କ ଚିନ୍ତାର କାରଣ ।

୮୮୭ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରେ ୫୧୫ ଜଣ ଥିବାବେଳେ,୩୭୨ ସ୍ଥାନୀୟ ବାସିନ୍ଦା। ଆଜି’ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ ଜଣ ଚିହ୍ନଟ ହୋଇଛନ୍ତି। କଟକରୁ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୬, ଯାଜପୁରରୁ ୪୩, ଜଗତସିଂହପୁରରୁ ୩୭, ମୟୂରଭଞ୍ଜରୁ ୩୧, ଅନୁଗୁଳରୁ ୨୭, ସମ୍ବଲପୁରରୁ ୨୧, କେନ୍ଦୁଝରରୁ ୧୯, ଢେଙ୍କାନାଳରୁ ୧୬, କେନ୍ଦ୍ରାପଡ଼ାରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ବରଗଡ଼ରୁ ୯, ଭଦ୍ରକରୁ ୯, ବୌଦ୍ଧରୁ ୧, ଦେବଗଡ଼ରୁ ୯, ଗଜପତିରୁ ୩, ଗଂଜାମରୁ ୨, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୧, କନ୍ଧମାଳରୁ୨, କୋରାପୁଟରୁ ୪, ମାଲକାନଗିରିରୁ ୨, ନବରଂଗପୁରରୁ ୨, ନୟାଗଡ଼ରୁ ୧୧, ନୂଆପଡ଼ାରୁ ୩, ପୁରୀରୁ ୩୯, ରାୟଗଡ଼ାରୁ ୨, ସୁନ୍ଦରଗଡ଼ରୁ ୭, ଷ୍ଟେଟପୁଲ୍‌ରୁ ୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାଲକାନଗିରି ଗୌଡଗୁଡାରେ ବିଜୁସ୍ମାର୍ଟ କାର୍ଡ ବଣ୍ଟନ....

Wed Aug 25 , 2021
ପ୍ରଭାତ ସାହା(ମାଲକାନଗିରି)ଆଜି ୫ମଁ ଦିନରେ ମାଲକାନଗିରି ବ୍ଳକର ଗୌଡ଼ ଗୁଡା ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ହିତାଧିକାରୀ ଙ୍କୁ ଵିଜୁ ସ୍ଵସ୍ଥ୍ୟକଲ୍ୟାଣ ଡିଜିଟାଲ ସ୍ମାର୍ଟକାର୍ଡ଼ ବଣ୍ଟନ କରାଯାଇଛି । ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ମନ୍ତ୍ରୀ,ଓଡିଶା ସରକାର ଶ୍ରୀମତୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସଂନ୍ମନୀତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ମାଲକାନଗିରି ବ୍ଳକ ଚେର୍ମେନ୍ନ ଅକ୍ଷୟ ନାୟକ, ଜିଲ୍ଲା ଯୁବ […]

You May Like

Pin It on Pinterest