
ଦୀପକ କୁମାର ସାହୁ(କଳାହାଣ୍ଡି) ଗୋଲାମୁଣ୍ଡା ବ୍ଲକ ରେ ନୀତିଦିନ କିଛି ନା କିଛି ଦୁର୍ନୀତି ର ଅଭିଯୋଗ ହୋଇ ଆସୁଛି l ଏହି ବ୍ଲକ ର ଜନ ସାଧାରଣ ତଥା ପଛୁଆ ଅଂଚଳ ହୋଇ ଥିବାରୁ ଏହି ବ୍ଲକ ର ସରକାରୀ କର୍ମଚାରି ଲୋକଙ୍କୁ ଭକୁଆ ବନାଇ ସରକାର ଙ୍କ ବିଭିନ୍ନ ଯୋଜନା କୁ ନିଜ ମନମୁଖୀ ଭାବେ କାର୍ଯ୍ୟ କରି ଚାଲିଛନ୍ତି l ଏଠିକାର ବିଭିନ୍ନ ଯୋଜନା ରୁ ଗୃହ ନିର୍ମାଣ କାର୍ଯ୍ୟ ସରକାରୀ କର୍ମଚାରୀ ଠିକାଦାର ଙ୍କ ସହ ହାତ ମିଶାଇ ନିଜ ମନମୁତାବକ ଲୋକଙ୍କୁ ନ ପଚାରି ନ ବୁଝି ବିଭିନ୍ନ ଯୋଜନା ର ଗୃହ ନିର୍ମାଣ ଠିକାଦାର ପୋଷା ନୀତି ରେ ନିର୍ମାଣ କାର୍ଯ୍ୟ ତୁଲାଇ ଆସୁ ଥିବା ଅଭିଯୋଗ ହେଉଛି l
ଅଭିଯୋଗ କ୍ରମେ ଗୋଲାମୁଣ୍ଡା ବ୍ଲକ ର ଅଧୀନରେ ଥିବା ଲେତେର ଗ୍ରାମ ତଥା ପଂଚାୟତ ର ସ୍ୱୟଂସହାୟକ ମହିଳା ଗୋଷ୍ଠୀ ମାନଙ୍କ ପାଇଁ ଏକ ବୈଠକ ନିମନ୍ତେ ଓ ମିଶନ ଶକ୍ତି ପାଇଁ ମିଶନଶକ୍ତି ଗୃହ ଧାର୍ଯ୍ୟ ଅନୁଯାଇ ଲେତେର ଗ୍ରାମ ରେ ହେବା ର ଥିଲା l ଗୃହ ଅଧା ପଂତରିଆ ବି ହୋଇ ସାରିଛି l କିନ୍ତୁ ଏଠି କାର ବାସିନ୍ଦା କିମ୍ବା ମିଶନ ଶକ୍ତି ରେ ରହି ଥିବା ମହିଳା ମାନଂକୁ ନ ପଚାରି ନ ବୁଝି ଗ୍ରାମ ଠାରୁ ବହୁ ଦୂରରେ ନିଛା ଟିଆ ଜାଗାରେ କରା ଯାଉ ଥିବାରୁ ମହିଳା ମାନଙ୍କ ଭିତରେ ଅସନ୍ତୋଷ ଦେଖା ଯାଇ ତଦାରଖ ରେ ଯାଇ ଥିବା ବିଡ଼ିଓ ମହାଶୟl ସ୍ନିଗ୍ଧାରାଣୀ ପ୍ରଧାନ ଓ ସହକାରୀ ଯନ୍ତ୍ରୀ ଦିଗାମ୍ବର ନାଏକ ଙ୍କୁ ମହିଳା ମାନେ ଏକତ୍ରିତ ହୋଇ ଘେରି ଯାଇ ଏହା ର ଉଚିତ ବିଚାର କରିବା ପାଇଁ ନିୟାୟ ମାଗି ଥିବାରୁ ଉଭୟ ପଟୁ ଭାରି ଉତ୍ତେଜନା ଦେଖା ଯାଇ ଥିଲା l

ଯାହା ଫଳରେ ମହାଶୟl ବିଡ଼ିଓ ଉତ୍ତେଜନା କୁ ସମ୍ଭlଳି ନ ପାରି କେଁଙ୍ଗା ଥାନା କୁ ଫୋନ ଯୋଗେ ଜଣାଇ ବାରୁ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ତଥା ମିଶନ ଶକ୍ତି ର ମାଆ ମାନଂକୁ ବୁଝାଇ ଥିଲେ ମଧ୍ୟ କଥା ଟା ଅଢ଼ୁଆ ରେ ରହି ଥିଲା l ମହିଳା ମାନଙ୍କ ଯିଦ ଥିଲା ନିଜ ପଂଚାୟତ କାର୍ଯ୍ୟାଳୟ ର ଅଗଣା ରେ ମିଶନ ଶକ୍ତି ର ଗୃହ ନିର୍ମାଣ କରାଯାଇ ତାଙ୍କୁ ନିଆୟ ମିଲୁ l ଅଶାନ୍ତ ରୂପ ଦେଖା ଦେଇ ଥିବାରୁ ବିଡ଼ିଓ ମହିଳା ମାନଙ୍କ ସହିତ କଥା ହୋଇ ସାତ ଦିନ ଭିତରେ ଧାର୍ଯ୍ୟ କରି ଥିବା ଜାଗାରେ ନିର୍ମାଣ କରା ଯିବାର ପ୍ରତିଶୃତି ଦେଲା ପରେ ସମାଧାନ ହୋଇ ଥିଲା ବୋଳି ଗ୍ରାମ ବାସି ଙ୍କ ଠାରୁ ପ୍ରକାଶ ପାଇଛି l



