
ଦେବାଶିଷ ମିଶ୍ର (କଟକ) ସଂଖ୍ୟା ଲଘୁ ମୋର୍ଚ୍ଚା ଭାଜପା କଟକ ତରଫରୁ ସଭାପତି ମହମ୍ମଦ ସବିରଙ୍କ ନେତୃତ୍ୱରେ ଭାଜପାର ସଂସ୍ଥାପକ ସଦସ୍ୟ,ପୁର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ କେରଳର ରାଜ୍ୟପାଳ ଶ୍ରୀ ସିକନ୍ଦର ବଖତ ଙ୍କ ଜନ୍ମ ଜୟନ୍ତୀ କଟକ ବରମପୁର ବସ୍ତିରେ ପାଳନ କରାଗଲା।
ମୁଖ୍ୟ ବକ୍ତା ଭାବେ କଟକ ଜିଲ୍ଲା ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ଯୋଗଦେଇ ଶ୍ରୀ ସିକନ୍ଦର ବଖତ ଙ୍କ ରାଷ୍ଟ୍ରବାଦୀ ରାଜନୈତିକ ଜୀବନ ବିଷୟରେ ଆଲୋକପାତ କରି ତାଙ୍କ ମହାନ ଗୁଣଗୁଡିକର ସ୍ମୃତିଚାରଣ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ସ୍ବାଇଁ,ଶେଖ ଚିକୁ,ମହମ୍ମଦ ମୁସ୍ତାକିମ, ଶେଖ ଆୟୁବ,ଶେଖ ରିଆଜ, ସଦାନନ୍ଦ ବିଶ୍ୱାଳ,ଦୀପ୍ତି ସାହୁ,ନଇମ ଖାନ,ମହମ୍ମଦ ସାଦତ,ରାଜେଶ ଜେନା,ମନୋଜ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶେଷରେ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ହୋଇଥିଲା।



